୩୫ ଦିନରେ ପହଞ୍ଚିଲା ଇସ୍ରାଏଲ-ହମାସ ଯୁଦ୍ଧ । ଗାଜାର ସର୍ବବୃହତ ହସ୍ପିଟାଲ ଅଲଶିଫାରେ ଆଇଡିଏଫର ଏୟାରଷ୍ଟ୍ରାଇକ । ପ୍ରତି ୧୦ ମିନିଟରେ ଯାଉଛି ଜଣେ ଶିଶୁର ଜୀବନ

115

କନକ ବ୍ୟୁରୋ: ୩୫ ଦିନରେ ପହଞ୍ଚିଛି ଇସ୍ରାଏଲ-ହମାସ ଯୁଦ୍ଧ । ୧୨ ହଜାର ଟପିଛି ମୃତ୍ୟୁ ସଂଖ୍ୟା । ସବୁଠୁ ଦୁଃଖର ବିଷୟ ମୃତକଙ୍କ ମଧ୍ୟରେ ପ୍ରାୟ ୪ହଜାର ଶିଶୁ ଓ ୩ହଜାର ମହିଳା ରହିଛନ୍ତି । ସେପଟେ ଯୁଦ୍ଧ ବିରତି ପାଇଁ ଇସ୍ରାଏଲ ଉପରେ ଚାପ ପକାଇବା ଆରମ୍ଭ କଲେଣି ପାଶ୍ଚାତ୍ୟ ଦେଶ ।

  • ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧର ଭୟଙ୍କର ସ୍ଥିତି
  • ପୁଣି ଇସ୍ରାଏଲର ଟାର୍ଗେଟରେ ଡାକ୍ତରଖାନା

ଗାଜାର ବିଭିନ୍ନ ଡାକ୍ତରଖାନାକୁ ଟାର୍ଗେଟ କରୁଛି ଇସ୍ରାଏଲ ସେନା । କାରଣ ଏଠାରେ ସାଧାରଣ ନାଗରିକଙ୍କୁ ପଣବନ୍ଦୀ କରି ଆତ୍ମରକ୍ଷା କରୁଛି ହମାସ । ୭ ଦିନ ନପୁରୁଣୁ ପୁଣି ଗାଜାର ସବୁଠୁ ବଡ ଡାକ୍ତରଖାନ ଅଲଶିଫା ଉପରେ ଏୟାରଷ୍ଟ୍ରାଇକ କରିଛି ଇସ୍ରାଏଲ । ଡାକ୍ତରଖାନାର ଅଣ୍ଡରଗ୍ରାଉଣ୍ଡରେ ହମାସା ଆଡ୍ଡା ରହିଛି । ତେଣୁ ଏହାକୁ ମାଟିରେ ମିଶାଇବାକୁ ଚାରିଆଡୁ ଘେରି ରହିଛି ଆଇଡିଏଫ ।

  • ୩୫ଦିନରେ ଇସ୍ରାଏଲ-ହମାସ ଯୁଦ୍ଧ
  • ହମାସ କମାଣ୍ଡର ପରିବାରକୁ ହତ୍ୟା

ରକ୍ତମୁଖା ଇସ୍ରାଏଲ ସେନା । ହମାସର ମୂଳପୋଛ ପାଇଁ କରୁଛି ଆକ୍ରମଣ ପରେ ଆକ୍ରମଣ । ହମାସର ଟପ କମାଣ୍ଡର ଓ ନେତାଙ୍କୁ ଖୋଜି ଖୋଜି ମାରୁଛି ଆଇଡିଏଫ । ହମାସ କମାଣ୍ଡର ମହମ୍ମଦ ଦେଇଫର ପତ୍ନୀ ଓ ଝିଅକୁ ଏୟାରଷ୍ଟ୍ରାଇକ କରି ମାରିଛି ଇସ୍ରାଏଲ । ଅନ୍ୟପଟେ ଫେରାର ଅଛି ମହମ୍ମଦ । କୁହାଯାଉଛି ଇସ୍ରାଏଲ ଉପରେ ହମାସର ଆକ୍ରମଣ ପଛରେ ମହମ୍ମଦ ହେଉଛି ମାଷ୍ଟରମାଇଣ୍ଡ । ତେଣୁ ଆଇଡିଏଫର ମୋଷ୍ଟୱାଣ୍ଟେଡ୍ ତାଲିକାରେ ରହିଛି ଏହି ହମାସ କମାଣ୍ଡର ।

  • ସାଧାରଣ ନାଗରିକଙ୍କୁ ଢ଼ାଲ କରିଛି ହମାସ
  • ଜନବସତିରେ ଲୁଚାଉଛି ଅସ୍ତ୍ରଶସ୍ତ୍ର

ଇସ୍ରାଏଲ ସେନାଠୁ ଆତ୍ମରକ୍ଷା କରିବା ପାଇଁ ସାଧାରଣ ନାଗରିକଙ୍କ ଢ଼ାଲ କରୁଛି ହମାସ । କେଉଁଠି ଡାକ୍ତରଖାନାକୁ ଘେରିଛି ତ ପୁଣି ଧର୍ମପୀଠରେ ଲୋକଙ୍କ ବନ୍ଦୀ ରଖୁଛି । ଇସ୍ରାଏଲ ଦାବି କରିଛି ଯେ ଜନବସତି ଅଂଚଳରେ ଅସ୍ତ୍ରଶସ୍ତ୍ର ଲୁଚାଇବା ସହ ନାଗରିକଙ୍କ ଢାଲ କରି ଆକ୍ରମଣ କରୁଛି ହମାସ ।

  • ୧୨ ହଜାର ଟପିଲା ମୃତ୍ୟୁ ସଂଖ୍ୟା
  • ପ୍ରତି ୧୦ମିନିଟରେ ଜଣେ ଶିଶୁର ମୃତ୍ୟୁ

ଇସ୍ରାଏଲ-ହମାସ ଯୁଦ୍ଧରେ ଏବେ ସୁଦ୍ଧା ୧୨ ହଜାରରୁ ଅଧିକ ମୃତ୍ୟୁ ହୋଇସାରିଲାଣି । ସବୁଠୁ ସମ୍ବେଦନଶୀଳ କଥା ହେଉଛି ପ୍ରତି ୧୦ମିନିଟରେ ଜଣେ ଲେଖାଏଁ ଶିଶୁର ମୃତ୍ୟୁହେଉଛି । ଏବେ ସୁଦ୍ଧା ୪ହଜାର ଶହେ ଶିଶୁ ଓ ୩ହଜାର ଶହେ ମହିଳାଙ୍କ ମୃତ୍ୟୁ ହୋଇଥିବା କହିଛି ମିଳିତ ଜାତିସଂଘ । ଯଦି ଯୁଦ୍ଧ ବନ୍ଦ ନହୁଏ ଆଗକୁ ସ୍ଥିିତି ଅଧିକ ଭୟଙ୍କର ହେବା ନେଇ ଆଶଙ୍କା ପ୍ରକାଶ କରିଛି ୟୁଏନ ।

  • ରିଲିଫ ଶିବିରର ଅଭାବ
  • ମିଳୁନି ଖାଦ୍ୟ, ଛଟପଟ ଜନଜୀବନ

ଗାଜାର ସ୍ଥିତି ସବୁଠୁ ଅଧିକ ଉକ୍ରଟ ରହିଛି । ମାନବୀୟ ସହାୟତା ପାଇଁ ଶହ ଶହ ରିଲିଫ ଶିବିର ଖୋଲାଯାଇଥିଲେ ଏବେ ଏହାର ଅଭାବ ପରିଲକ୍ଷିତ ହେଲାଣି । ମିଳୁନି ଖାଦ୍ୟ, ପାନୀୟ, ଔଷଧ । ଦୂଷିତ ପାଣି ଯୋଗୁଁ ମହାମ।।ରୀ ଚିନ୍ତା ମଧ୍ୟ ଘାରିଛି । ୫ଲକ୍ଷରୁ ଅଧିକ ବିସ୍ଥାପିତ ଉତର ଇସ୍ରାଏଲରର ବିଭିନ୍ନ ରିଲିଫ ଶିବିରରେ ଶରଣ ନେଇଛନ୍ତି । ସେପଟେ ସାଧାରଣ ନାଗରିକଙ୍କ ଜୀବନ ରକ୍ଷାକୁ ଦୃଷ୍ଟିରେ ରଖି ହମାସ ଉପରେ ଆକ୍ରମଣ କରିବାକୁ ଇସ୍ରାଏଲକୁ ଅପିଲ କରୁଛି ସାରା ବିଶ୍ୱ ।