ଇସ୍ରାଏଲ୍ ସେନା ଏକ ବଡ ଭୁଲ କରିବସିଛନ୍ତି । ସେମାନେ ଗାଜାରେ ତାଙ୍କ ନିଜର ତିନି ଜଣ ବନ୍ଧକଙ୍କୁ ଶତ୍ରୁ ଭାବି ଗୁଳି କରି ହତ୍ୟା କରିଛନ୍ତି । ଇସ୍ରାଏଲ୍ ସେନା ମୁଖପାତ୍ର ଡାନିଏଲ୍ ହାଗରୀ କହିଛନ୍ତି ଯେ ଇସ୍ରାଏଲ୍ ସୈନିକମାନେ ଭୁଲରେ ବନ୍ଧକମାନଙ୍କ ଉପରେ ଗୁଳି ଚଳାଇଥିଲେ । ଏହି ଦୁଃଖଦ ଘଟଣା ପାଇଁ IDF ନିଜକୁ ଦାୟୀ କରିଛି ।
ସେ କହିଛନ୍ତି ଯେ ଏହି ଦୁର୍ଘଟଣାରେ ମରିଥିବା ବନ୍ଧକ ମାନଙ୍କ ସହିତ ଏଥିରେ ଅନେକ ଆତ୍ମଘାତୀ ବିସ୍ଫୋରଣକାରୀ ମଧ୍ୟ ସାମିଲ ହୋଇଥିଲେ। ହାଗରୀ କହିଛନ୍ତି ଯେ ହତ୍ୟା କରାଯାଇଥିବା ତିନି ଜଣ ବନ୍ଧକଙ୍କ ମଧ୍ୟରୁ ଦୁଇଜଣ ହେଉଛନ୍ତି ୟୋଟାମ ହୈମ ଏବଂ ସମର ତାଲାଲକା । ଏଥିସହିତ ସେ ତୃତୀୟ ବନ୍ଧକଙ୍କ ନାମ ପ୍ରକାଶ କରିନଥିଲେ। ହାଗରୀ କହିଛନ୍ତି ଯେ ମୃତକଙ୍କ ପରିବାର ଏପରି କରିବାକୁ ମନା କରି ଦେଇଛନ୍ତି ।
ଅକ୍ଟୋବର ୭ ତାରିଖରୁ ଏହି ବନ୍ଧକମାନେ ଇସ୍ରାଏଲରୁ ହମାସ ଆତଙ୍କବାଦୀ ମାନଙ୍କ ଦ୍ଵାରା ଅପହୃତ ହୋଇଥିଲେ ।
ଇସ୍ରାଏଲି ସେନା ଦ୍ଵାରା ହେଇଛି ବଡ଼ ଭୁଲ
ଏଥି ସହିତ ଯେତେବେଳେ ହାଗରୀଙ୍କୁ ପଚରାଯାଇଥିଲା ଯେ ଏହି ତିନି ଜଣ ବନ୍ଧକ ହମାସଙ୍କ କବଳରୁ ପଳାୟନ କରିବାରେ କିପରି ସଫଳ ହୋଇଥିଲେ । ଏହାର ଉତ୍ତରରେ ଆଇଡିଏଫ୍ ମୁଖପାତ୍ର କହିଛନ୍ତି ଯେ ତିନିଜଣ ବନ୍ଧକ ହମାସ କବଳରୁ କିପରି ପଳାୟନ କରିବାରେ ସକ୍ଷମ ହେଲେ ଆମେ ସଠିକ ଭାବେ ଜାଣିପାରିନାହୁଁ କିନ୍ତୁ ଏହି ତିନିଜଣ ପଳାୟନ କରିବାଏ ସଫଳ ହେଇଥିଲେ । ଆତଙ୍କବାଦୀ ସହ ଗୁଳି ବିନିମୟ ପରେ ସ୍କାନ ଏବଂ ଅନୁସନ୍ଧାନ ବେଳେ ମୃତକଙ୍କ ପରିଚୟକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଏବଂ ଆମେ ପରେ ଏମାନଙ୍କର ପରିଚୟ ଜାଣିବାକୁ ପାଇଲୁ ।
ଏହା ପରେ ସେମାନଙ୍କ ଶବକୁ ତୁରନ୍ତ ପରୀକ୍ଷା ପାଇଁ ଇସ୍ରାଏଲକୁ ଅଣାଯାଇଥିଲା, ଯେଉଁଠାରେ ବନ୍ଧକମାନଙ୍କୁ ଚିହ୍ନଟ କରାଯାଇଥିଲା । ସେ କହିଛନ୍ତି ଯେ ଏହି ଦୁଃଖଦ ଘଟଣାରେ ଆମେ ସମସ୍ତେ ଦୁଃଖିତ ଏବଂ ଏଥିପାଇଁ IDF ନିଜେ ଦାୟୀ ।
ଗାଜାରେ ୧୮,୦୦୦ ରୁ ଅଧିକ ମୃତ
ଅକ୍ଟୋବର ୭ , ହମାସ ଆକ୍ରମଣ ପରଠାରୁ ଇସ୍ରାଏଲ ଗାଜା ଉପରେ ଲଗାତାର ଆକ୍ରମଣ ଜାରି ରଖିଛି । ମଝିରେ ମାତ୍ର କିଛିଦିନ ପାଇଁ ଯୁଦ୍ଧବିରାମ ହେଇଥିଲା । ଯେଉଁ ସମୟରେ ବନ୍ଧକ ବିନିମୟ ଚାଲିଥିଲା । କିଛି ଇସ୍ରାଏଲି ବନ୍ଧକ ବିନିମୟରେ ଇସ୍ରାଏଲ କିଛି ପଲେଷ୍ଟାଇନିୟ ବନ୍ଦୀକୁ ମୁକ୍ତ କରିଥିଲା ଓ କିଛିଦିନ ପାଇଁ ଯୁଦ୍ଧ ସ୍ଥଗିତ ରଖିଥିଲା । ଯୁଦ୍ଧବିରାମ ପାରେ ଇସ୍ରାଏଲ ପୁଣି ଥରେ ଗାଜା ଉପରେ ଆକ୍ରମଣ ଜାରି ରଖିଛି । ଏହି ଆକ୍ରମଣରେ ଏଯାଏ ୧୮,୦୦୦ ରୁ ଉର୍ଦ୍ଧ ଲକଙ୍କର ମୃତ୍ଯୁ ଘଟିଲାଣି । ହମାସର ଅନ୍ତ ନେହବା ଯାଏ ଆକ୍ରମଣ ଜରି ରହିବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ପୂର୍ବରୁ ଘୋଷଣା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/12/idfs.jpg)