ଯୁବତୀଙ୍କ ସହ ହମାସ୍ ଆତଙ୍କବାଦୀଙ୍କ ବର୍ବରତା । ଭିଡିଓ ଦେଖି ଥରିଉଠିଲା ସାରା ବିଶ୍ୱର ଛାତି

703

କନକ ବ୍ୟୁରୋ : ଋୁଷ-ୟୁକ୍ରେନ ଯୁଦ୍ଧ ଭିତରେ ପୁଣି ମୁଣ୍ଡ ଟେକିଛି ଆଉ ଏକ ଯୁଦ୍ଧ । ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଛି ମହାଯୁଦ୍ଧ । ଗତ ଶନିବାର ଇସ୍ରାଏଲରେ ଯେଉଁ ପ୍ରକାର ଆକ୍ରମଣ ହେଲା, ତାହା ଦେଖି ସାରା ବିଶ୍ୱ ଚକ୍କିତ ହୋଇଯାଇଛି । ହମାସର ଆତଙ୍କବାଦୀମାନେ ମାତ୍ର କିଛି ମିନିଟ୍ ମଧ୍ୟରେ ୫୦୦୦ ରକେଟ୍ ମାଡ କରିଥିଲେ । ହମାସର ଅନେକ ଆତଙ୍କବାଦୀ ଦକ୍ଷିଣ ଇସ୍ରାଏଲ ମଧ୍ୟକୁ ପ୍ରବେଶ କରିଥିଲେ । ପ୍ରବେଶ କରି ଆତଙ୍କବାଦୀମାନେ ସାଧାରଣ ଜନତାଙ୍କୁ ଅପହରଣ କରିନେଇଥିଲେ । ଯେଉଁଥିରେ ଅଧିକାଂଶ ମହିଳା ଏବଂ ଛୋଟ ପିଲା ସାମିଲ ରହିଛନ୍ତି । ଅପହରଣ କରିନେଇଥିବା ମହିଳାଙ୍କ ସହ ଅତି ବର୍ବର କାଣ୍ଡ ଘଟାଇଛନ୍ତି ଆତଙ୍କବାଦୀ । ଯାହାର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିମଧ୍ୟରୁ ଭାଇରାଲ ହେଉଥିବା ଏକ ଭିଡିଓ ପୂରା ଦୁନିଆକୁ ଆବାକ୍ କରିଦେଇଛି । ଯିଏ ବି ଏହି ଭିଡିଓକୁ ଦେଖିଛି ତା’ ଛାତି ଛରିଉଠିଛି ।

ଭିଡିଓରେ ଦେଖିବାକୁ ମିଳିଛି, ଜଣେ ଯୁବତୀଙ୍କ ମୃତ ଶରୀରକୁ ଟ୍ରକ୍ ଉପରେ ରଖାଯାଇଛି । ମୃତ ଯୁବତୀଙ୍କ ଶରୀରରେ ଟିକେବି କପଡା ନାହିଁ । ଆଉ ସେହି ମୃତ ଶରୀର ଉପରେ ବସିରହିଛନ୍ତି ଆତଙ୍କବାଦୀ । କେବଳ ଏତିକି ନୁହେଁ, ମୃତ ଯୁବତୀଙ୍କ ଶରୀରରେ ବନ୍ଧକ ରଖି ଇସ୍ରାଏଲ ଉପରେ ଆକ୍ରମଣର ଉତ୍ସବ ମନାଉଥିବାର ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି ।

ତେବେ ଏହି ମହିଳା ଜଣକ କିଏ, ତାଙ୍କର ପରିଚୟ ମିଳିବା ପରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗିପଡିଛି । ଏହି ମହିଳା ଜଣଙ୍କ ହେଉଛନ୍ତି ଜର୍ମାନୀରେ ରହୁଥିବା ଜଣେ ଟାଟୁ ଆଟିଷ୍ଟ୍ । ସେ ଇସ୍ରାଏଲରେ ଆୟୋଜିତ ହୋଇଥିବା ମ୍ୟୁଜିକ୍ ଫେଷ୍ଟିବାଲ୍ ଦେଖିବାକୁ ଆସିଥିଲେ । ଏହି ସମୟରେ ହମାସର ଆତଙ୍କବାଦୀ ଇସ୍ରାଏଲରେ ପଶି ଇସ୍ରାଏଲର ନାଗରିକଙ୍କୁ ଅପହରଣ କରିନେବା ସହ ‘ଶାନୀ’ଙ୍କୁ ବି ଅପହରଣ କରିନେଇଥିଲେ । ଏହା ପରେ ୩୦ବର୍ଷିୟା ମହିଳା ‘ଶାନୀ’ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ।