ହମାସର ବର୍ବର ଆକ୍ରମଣର ଜବାବରେ ଗାଜା ଷ୍ଟ୍ରିପ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ କରିଚାଲିଛି । ହଜାର ହଜାର ଲୋକ ଘରଦ୍ବାର ଛାଡି ପଳାଯନ କରିଛନ୍ତି । ଇଜିପ୍ଟ ସୀମାରେ ଥିବା ରାଫା କ୍ରସିଙ୍ଗରେ ଲକ୍ଷ ଲକ୍ଷ ଲୋକ  ସୀମାପାର ପାଇଁ ଅପେକ୍ଷାରେ ଅଛନ୍ତି । ଇଜିପ୍ଟ ଏହି ଗାଜାବାସୀଙ୍କୁ ସମବେଦନା ତ ଜଣାଉଛି କିନ୍ତୁ ସୀମା ଖୋଲିବାକୁ ଏବଂ ଆଶ୍ରୟ ଦେବା ପାଇଁ ସ୍ପଷ୍ଟ ଭାବେ ମନା କରିଦେଇଛି । ଏକ ବଡ ଭୟ ହେତୁ ସେ ଏହା କରୁଛି ।

Advertisment

କାହାକୁ ଭୟ କରୁଛି ଇଜିପ୍ଟ ?

ଗାଜା ଷ୍ଟ୍ରିପ୍ ଏବଂ ଇଜିପ୍ଟର ସ୍ଥଳ ସୀମା ପରସ୍ପରକୁ ଲାଗିଛି । ଇଜିପ୍ଟ ଯିବାପାଇଁ ଏକମାତ୍ର ରାସ୍ତା ହେଉଛି ରାଫା କ୍ରସିଙ୍ଗ ।  ଗାଜାର ହଜାର ହଜାର ଲୋକ ସୀମାରେ ଏକାଠି ହୋଇଛନ୍ତି କିନ୍ତୁ ଇଜିପ୍ଟ ସୀମା ଖୋଲିବାକୁ ପ୍ରସ୍ତୁତ ନୁହେଁ । ଇଜିପ୍ଟ କହିଛି ଯେ ପାଲେଷ୍ଟାଇନବାସୀଙ୍କୁ ବିଶେଷ କରି ଗାଜାବାସୀଙ୍କୁ ଆଶ୍ରୟ ଦେବା ସପକ୍ଷରେ ସେ ନାହିଁ । ଏପରି କରିବା ଦ୍ୱାରା ଏହି ସମଗ୍ର ବିବାଦର ସମାଧାନ ହୋଇପାରିବ ନାହିଁ । ଏଭଳି ପରିସ୍ଥିତିରେ ଦୁନିଆର ଅନ୍ୟ ଦେଶମାନେ ଇଜିପ୍ଟ ସୀମା ଖୋଲିବାକୁ ପରାମର୍ଶ ଦେବା ପରିବର୍ତ୍ତେ ଏହି ସମସ୍ୟାର ସମାଧାନ ଖୋଜିବାକୁ ଚିନ୍ତା କରିବା ଉଚିତ୍ ।

ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତ୍ତାହ ଅଲ-ସିସି ଏହି ପ୍ରସଙ୍ଗରେ କହିଛନ୍ତି ଯେ ତାଙ୍କ ଦେଶରେ ବହୁ ସଂଖ୍ୟକ ପାଲେଷ୍ଟାଇନୀୟଙ୍କୁ ଆଶ୍ରୟ ଦେବା ତାଙ୍କ ପାଇଁ ଅନେକ ନୂତନ ସମସ୍ଯା ସୃଷ୍ଟି କରିବ। ସବୁଠାରୁ ବଡ ଭୟ ହେଉଛି ଯେ ଏଭଳି ପଦକ୍ଷେପ ଇଜିପ୍ଟ ଉପଦ୍ୱୀପକୁ ଇସ୍ରାଏଲ ବିରୁଦ୍ଧରେ ଆକ୍ରମଣର ଆଧାରରେ ପରିଣତ କରିପାରେ ।ବୁଧବାର ଦିନ ଅଲ-ସିସି କହିଛନ୍ତି ଯେ ସାମରିକ ଶକ୍ତି ପ୍ରୟୋଗ  ମାଧ୍ୟମରେ ପାଲେଷ୍ଟାଇନ ସମସ୍ୟାର ସମାଧାନ ପାଇଁ କୌଣସି ବି ପ୍ରୟାସକୁ ଇଜିପ୍ଟ ପ୍ରତ୍ୟାଖ୍ୟାନ କରିଛି । ଆମେ ସାମରିକ ଶକ୍ତି ପ୍ରୟୋଗ କିମ୍ବା ପାଲେଷ୍ଟାଇନୀୟମାନଙ୍କ ବିସ୍ଥାପନରେ ବିଶ୍ଵାସ କରୁନାହୁଁ । ଆମେ ସେହି ଅଞ୍ଚଳରେ ମଧ୍ୟ କୌଣସି  ବଡ଼ ଧରଣର ବିସ୍ଥାପନ ଚାହୁଁନାହୁଁ । ଇଜିପ୍ଟକୁ ଗାଜାବାସୀଙ୍କର ବିସ୍ଥାପନ ଏହି ସମାଧାନ ପରିବର୍ତ୍ତେ ୱେଷ୍ଟ ବ୍ଯାଙ୍କ -ଜୋର୍ଡାନ ଭଳି ସମସ୍ୟା ସୃଷ୍ଟି କରିବ । ବିସ୍ଥାପନ ପରେ ଆମେ ଆଜି ଯେଉଁ ପାଲେଷ୍ଟାଇନ କଥା କହୁଛୁ ତାହା ଆଉ ସମ୍ଭବ ହେଇପାରିବନାହିଁ । ଏଭଳି ପରିସ୍ଥିତିରେ ଆମେ ଗାଜାବାସୀଙ୍କୁ ମିଶର ଆଡକୁ ସ୍ଥାନାନ୍ତର କରିବା ସପକ୍ଷରେ ନାହୁଁ ।

ରିଲିଫ ସହାୟତା ପାଇଁ ସୀମା ଖୋଲିବାକୁ ଇଜିପ୍ଟ ପ୍ରସ୍ତୁତ ଅଛି

ଇଜିପ୍ଟ ସରକାର ଗାଜାବାସୀଙ୍କୁ ଆଶ୍ରୟ ଦେବା ପାଇଁ ପ୍ରସ୍ତୁତ ନୁହଁନ୍ତି କିନ୍ତୁ ଯୋଗାଣ ପାଇଁ ସୀମା ଖୋଲିବାକୁ ପ୍ରସ୍ତୁତ ଅଛି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ମିଶରର ରାଷ୍ଟ୍ରପତି ଅଲ-ସିସି ଗାଜାକୁ ମାନବିକ ସହାୟତା ପଠାଇବା ପାଇଁ ୨୦  ଟ୍ରକକୁ ରାଫା ସୀମା ପାର କରିବାକୁ ଅନୁମତି ଦେଇଛନ୍ତି। ଯାହାଦ୍ୱାରା ଗାଜାର ଲୋକମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କିଛି ସାହାଯ୍ୟ ପାଇପାରିବେ ।  ରାଫା ବର୍ଡରର ଗୁରୁତ୍ବ ବହୁତ ବଢିଯାଇଛି ଇସ୍ରାଏଲ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ରାଫା ସୀମାର ଗୁରୁତ୍ୱ ବହୁତ ବୃଦ୍ଧି ପାଇଛି ।  ଗାଜାର ଲୋକମାନେ ଏଠାରୁ କେବଳ ରାଫା ସୀମା ଦେଇ ବାହାରିପାରିବେ । ଗୋଟେପଟେ ସମୁଦ୍ର ଅନ୍ୟପଟେ ଇସ୍ରାଏଲ । ଗାଜାରୁ ବାହାରକୁ ବାହାରିବା ପାଇଁ ରାଫା କ୍ରସିଂ ହିଁ ଏକମାତ୍ର ସ୍ଥଳପଥ ।  ଏପରି ପରିସ୍ଥିତିରେ, ରାଫା କ୍ରସିଂ ହେଉଛି ଏକମାତ୍ର ମାର୍ଗ ଯେଉଁଥିରେ ଗାଜାକୁ ସାହାଯ୍ୟ ଯୋଗାଇ ଦିଆଯାଇପାରିବ କିମ୍ବା ସେଠାରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇପାରିବ ।  ଯୁଦ୍ଧ ଯୋଗୁଁ ଗାଜା ଛାଡିବା ଆଶାରେ ହଜାର ହଜାର ଲୋକ ରାଫା ସୀମାରେ ଏକାଠି ହୋଇଛନ୍ତି । ସେମାନେ ଆଶା କରନ୍ତି ଯେ ସୀମା ଖୋଲିଲେ ସେମାନେ ମିଶରକୁ ଯାଇ ଆଶ୍ରୟ ନେବେ।