ଯୁଦ୍ଧରେ ଇସ୍ରାଏଲକୁ ମିଳିଲା ବଡ ସଫଳତା । ମାଟିରେ ମିିଶିଛି ଉତ୍ତରଗାଜାର ସମସ୍ତ ହମାସ ଶିବିର ।

307

କନକ ବ୍ୟୁରୋ: ଯୁଦ୍ଧ ଭିତରେ ଇସ୍ରାଏଲ ସେନାକୁ ମିଳିଛି ବଡ ସଫଳତା । ସୂଚନା ଅନୁସାରେ ଗାଜାରେ ଥିବା ହମାସର ସଂସଦ ପରେ କବଜା କରିଛି ଆଇଡିଏଫ । ଇସ୍ରାଏଲ ସେନା ପକ୍ଷରୁ ଏକ ଫଟୋ ପୋଷ୍ଟ କରାଯାଇଛି । ଯେଉଁଥିରେ ହମାସ ସଂସଦ ଉପରେ ଇସ୍ରାଏଲ ପତାକା ଉଡୁଥିବା ଦେଖିବାକୁ ମିଳିଛି । ହମାସ ସଂସଦର ସ୍ପିକର ଆସନରେ ଇସ୍ରାଏଲ ସେନା ବସିଥିବା ଦେଖିବାକୁ ମିଳିଛି । ଇସ୍ରାଏଲର ପ୍ରତିରକ୍ଷାମନ୍ତ୍ରୀ ସୋସିଆଲ ମିଡିଆରେ କିଛି ଫଟୋ ପୋଷ୍ଟ କରି ସେନାର ଏହା ବଡ ଉପଲବ୍ଧି ବୋଲି କହିଛି । ୨୦୦୭ ମସିହାରୁ ପାଲେଷ୍ଟାଇନ ବିଧାନସଭା ବିଲଡିଂ କବଜା କରିଥିଲା ହମାସ ।

ଇସ୍ରାଏଲର ବଡ ଦାବି
ଉତ୍ତରଗାଜାରୁ ସବୁ ହମାସ ଶିବିର ନଷ୍ଟ !

ଇସ୍ରାଏଲ ସେନାର ମନୋବଳ ବଢାଇଛି ହମାସ ସଂସଦ ଉପରେ କବଜା । ଆଇଡିଏଫ କହିଛି ଗାଜା ଷ୍ଟ୍ରିପ ଉପରୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହରାଇଛି ହମାସ । ଉତ୍ତରଗାଜାରେ ହମାସର ସମସ୍ତ ଶିବିର ମାଟିରେ ମିଶିଛି । ପ୍ରାଣବିକଳରେ ଉତ୍ତରଗାଜାରୁ ଦକ୍ଷିଣ ଗାଜା ମୁହାଁ ହେଉଛନ୍ତି ହମାସ ଆତଙ୍କୀ । ଯେପର୍ଯ୍ୟନ୍ତ ସମସ୍ତ ହମାସଙ୍କୁ ଶେଷ କରାଯାଇନି ସେପର୍ଯ୍ୟନ୍ତ ଚାଲିବ ଅହରହ ଯୁଦ୍ଧ ।

ଡାକ୍ତରଖାନାକୁ ଆକ୍ରମଣ କରୁଛି ହମାସ । ଭିଡିଓ ପ୍ରମାଣ ଦେଲା ଇସ୍ରାଏଲ । ହସ୍ପିଟାଲକୁ ଚାରିପଟୁ ଘେରି ରହିଛନ୍ତି ହମାସ ଆତଙ୍କୀ । ଘନଘନ ଆକ୍ରମଣ କରୁଛନ୍ତି ଆତଙ୍କୀ । ସେପଟେ ହମାସ ଓ ଆଇଡିଏଫ ଭିତରେ ବି ଆକ୍ରମଣ ଓ ପ୍ରତିଆକ୍ରମଣ କରୁଛନ୍ତି । ଡାକ୍ତରଖାନା ଓ ଧର୍ମସ୍ଥାନକୁ ଢ଼ାଲ କରି ହମାସ ଆତ୍ମରକ୍ଷା କରୁଛି । ତେଣୁ ଏୟାରଷ୍ଟ୍ରାଇକ କରି ହମାସକୁ ନିପାତ କରୁଥିବା କହିଆସୁଛି ଇସ୍ରାଏଲ । ସେପଟେ ଯୁଦ୍ଧରେ ନିରୀହ ନାଗରିକଙ୍କ ହତ୍ୟାକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଉଛି । ଏପରିିକି ଅଧିକାଂଶ ରାଷ୍ଟ୍ର ଇସ୍ରାଏଲକୁ ଏଥିରୁ ନିବୃତ ରହିବାକୁ ଅପିଲ ମଧ୍ୟ କରୁଛନ୍ତି । ତେବେ ଏହି ଭିଡିଓ ଜାରି କରି ହମାସ ମଧ୍ୟ ଡାକ୍ତରଖାନାରେ ପ୍ରାଣଘାତି ଆକ୍ରମଣ କରୁଥିବା କହିଛି ଇସ୍ରାଏଲ ।

ଯୁଦ୍ଧ ପହଁଚିଛି ୩୮ ଦିନରେ । ଅକ୍ଟୋବର ୭ରୁ ଯୁଦ୍ଧ ଆରମ୍ଭ ହୋଇଥିଲା । ୩୦ହଜାର ଯୁଦ୍ଧ ବିମାନ ସହିତ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ହମାସ । ନିଜ ଆତଙ୍କୀଙ୍କୁ ୫ଟି ବିଗ୍ରେଡ ଓ ୨୪ଟି ବାଟାଲିୟନରେ ବିଭକ୍ତ କରିଥିଲା । ପ୍ରତ୍ୟେକ ବାଟାଲିୟନରେ ଏକ ହଜାରରୁ ଅଧିକ ଆତଙ୍କୀ ଥିଲେ । କିନ୍ତୁ ଇସ୍ରାଏଲର ଅତର୍କିତ ଆକ୍ରମଣ ଆଗରେ ଦୁର୍ବଳ ହେବାରେ ଲାଗିଛି ହମାସ ।