ଇସ୍ରାଏଲ- ହମାସ ଯୁଦ୍ଧ ମଧ୍ୟରେ ଟ୍ଵିଟର ନେଲା ଏମିତି ଏକ ବଡ଼ ଆକ୍ସନ, ଆତଙ୍କବାଦୀ ସଂଗଠନର ବହୁ ଆକାଉଣ୍ଟ ବନ୍ଦ

133

ଅକ୍ଟୋବର ୭ ରେ ଇସ୍ରାଏଲ ଉପରେ ହାମାସ ଆତଙ୍କବାଦୀ ଆକ୍ରମଣ ପରେ ଇସ୍ରାଏଲ୍ ସେନାର ପ୍ରତି ଆକ୍ରମଣ କାର୍ଯ୍ୟ ଜାରି ରହିଛି । ଇସ୍ରାଏଲ୍ ଏବଂ ଗାଜାରେ ଏପର୍ଯ୍ୟନ୍ତ ୩୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ହଜାର ହଜାର ଲୋକ ଆହତ ହୋଇଛନ୍ତି । ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହେଇଛନ୍ତି ।  ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଏପର୍ଯ୍ୟନ୍ତ ୩୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ମୃତକମାନଙ୍କ ମଧ୍ୟରେ ଅନେକ ଶିଶୁ ଏବଂ ବୃଦ୍ଧ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି ।

ଏହି ଯୁଦ୍ଧ ଆରମ୍ଭ ହେବା ପରେ କିଛି ଲୋକ ଇସ୍ରାଏଲ୍ ସପକ୍ଷରେ ଅଛନ୍ତି ଏବଂ କିଛି ଲୋକ ପାଲେଷ୍ଟାଇନ ନାମରେ ହାମାସ ପରି ଏକ ନିଷ୍ଠୁର ଆତଙ୍କବାଦୀ ସଂଗଠନ ସପକ୍ଷରେ ଅଛନ୍ତି । ସେମାନେ ହାମାସ ସପକ୍ଷରେ ବାତାବରଣ ସୃଷ୍ଟି କରିବା ଏବଂ ସେମାନଙ୍କୁ ସ୍ୱାଧୀନତା ସଂଗ୍ରାମୀ ଭାବରେ ପ୍ରମାଣ କରିବା ପାଇଁ ସୋସିଆଲ ମିଡିଆରେ ଏକ ଅଭିଯାନ ମଧ୍ୟ ଚଳାଉଛନ୍ତି ।

ଏହି ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ଟ୍ୱିଟର) ଏକ ପ୍ରମୁଖ ପଦକ୍ଷେପ ନେଇଛି।

ୟୁରୋପୀୟ ୟୁନିଅନର ଚେତାବନୀ ପରେ X ହାମାସ ସହିତ ସଂଯୁକ୍ତ ୧୦୦ ରୁ ଅଧିକ ଆକାଉଣ୍ଟ ବନ୍ଦ କରିଦେଇଛି। ଏ ବାବଦରେ X ର ସିଇଓ ଲିଣ୍ଡା ୟାକାରିନୋ କହିଛନ୍ତି ଯେ ଇସ୍ରାଏଲ-ପାଲେଷ୍ଟାଇନ ବିବାଦ ପରେ ଶହ ଶହ ଆକାଉଣ୍ଟ ବନ୍ଦ ହୋଇଯାଇଛି କିମ୍ବା ସେମାନଙ୍କ ବିଷୟବସ୍ତୁକୁ ଲେବଲ୍ / ବ୍ଲକ କରାଯାଇଛି । ଲୀଣ୍ଡା କହିଛନ୍ତି ଯେ ଏହି ସମସ୍ତ ହ୍ୟାଣ୍ଡେଲ ଇସ୍ରାଏଲ ଉପରେ ଆକ୍ରମଣ କରୁଥିବା ଆତଙ୍କବାଦୀ ସଂଗଠନ ହାମାସ ସହିତ ସଂଯୁକ୍ତ ଏବଂ ସୋସିଆଲ ମିଡିଆରେ ହଜାର ହଜାର ବିଭ୍ରାନ୍ତିକର ବିଷୟବସ୍ତୁ ସେୟାର କରୁଥିଲେ ।

ଅନେକ ଆପତ୍ତିଜନକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା

ଇସ୍ରାଏଲ ଉପରେ ହାମାସ ଆକ୍ରମଣ ପରେ ଫେସବୁକ ଓ ଅନ୍ୟାନ୍ୟ ସୋସିଆଲ ମେଡ଼ିଆ ପ୍ଲାଟଫର୍ମରେ ଏହିପରି ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା ଯାହା ଅତ୍ୟନ୍ତ ଆପତ୍ତିଜନକ ଥିଲା । ସେଠାରେ ଅନେକ ଭିଡିଓ ଥିଲା ଯେଉଁଥିରେ ଆତଙ୍କବାଦୀମାନେ ଲୋକଙ୍କୁ ହତ୍ୟା କରୁଥିବା ଦେଖାଯାଇଥିଲା । ଏ ବାବଦରେ ୟୁରୋପୀୟ ୟୁନିଅନର ଇଣ୍ଡଷ୍ଟ୍ରି ମୁଖ୍ୟ ଥିଏରି ବ୍ରେଟନ୍ ମସ୍କଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ଏବଂ ୨୪ ଘଣ୍ଟା ମଧ୍ୟରେ ଜବାବ ଦେବାକୁ କହିଥିଲେ ।

ଡିଜିଟାଲ ସେବା ଅଧିନିୟମ ଅନୁଯାୟୀ EU ନୂତନ ନିୟମ ଲାଗୁ କରିଛି । ଯଦି ଏହାକୁ ପାଳନ କରାଯିବନି ତେବେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରତିବନ୍ଧକ କିମ୍ବା ଆର୍ଥିକ ଜରିମାନା ଲଗାଯାଇପାରେ । ଏହି ଚେତାବନୀ ପରେ X ଏହି ପଦକ୍ଷେପ ନେଇଛି । X ର ସିଇଓ ଲୀଣ୍ଡା କ’ଣ କହିଥିଲେ ? X’ ର ସିଇଓ ଲିଣ୍ଡା ୟାକାରିନୋ ଏକ ପୋଷ୍ଟରେ ଲେଖିଛନ୍ତି ଯେ ପ୍ରତ୍ୟେକ ଦିନ ରିଅଲ-ଟାଇମ ସୂଚନା ପାଇବାକୁ ତଥା ଆମର ସମସ୍ତ ଉପଭୋକ୍ତାଙ୍କ ପାଇଁ ପ୍ଲାଟଫର୍ମର ନିରାପତ୍ତା ସୁନିଶ୍ଚିତ କରି ଜନସାଧାରଣଙ୍କ ବାର୍ତ୍ତାଳାପକୁ ସୁରକ୍ଷା ଦେବା ଆମର ଦାୟିତ୍ଵ  ।