ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଇସ୍ରାଏଲ ହମାସର ଆଡ୍ଡା ଉପରେ ଭୟଙ୍କର ଆକ୍ରମଣ କରୁଛି ଯେଉଁଥିପାଇଁ ଗାଜା ସିଟି ଏକ କବରସ୍ଥାନରେ ପରିଣତ ହୋଇଛି । ଏହି ସମୟ ମଧ୍ୟରେ ଇସ୍ରାଏଲ ପାଲେଷ୍ଟାଇନର  ଶ୍ରମିକମାନଙ୍କୁ କାମରୁ ବାହାର କରିଦେଇଛି । ସେ ଚାହୁଁଛନ୍ତି ଯେ ଭାରତୀୟ ଶ୍ରମିକମାନେ ଇସ୍ରାଏଲକୁ ଆସନ୍ତୁ ।

Advertisment

ଇସ୍ରାଏଲ ଉପରେ ହମାସର ରକ୍ତାକ୍ତ ଆକ୍ରମଣ ପରେ ଗାଜାରେ ଯୁଦ୍ଧ ଜାରି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଗାଜାରେ ୧୧ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ହମାସ ଆକ୍ରମଣରେ ୧୪୦୦ ରୁ ଅଧିକ ଇସ୍ରାଏଲ ନାଗରିକ ପ୍ରାଣ ହରାଇଛନ୍ତି । ଏହି ଆକ୍ରମଣ ପରେ ଇସ୍ରାଏଲ୍ ସରକାର ବର୍ତ୍ତମାନ ହଜାର ହଜାର କାର୍ଯ୍ୟରତ ପାଲେଷ୍ଟାଇନୀୟଙ୍କ କାର୍ଯ୍ୟ ଅନୁମତିକୁ ବାତିଲ କରିଦେଇଛନ୍ତି । ହମାସ ଆକ୍ରମଣ ପରେ ଏହା ଜଣାପଡିଥିଲା ​​ଯେ ଏହି ଆକ୍ରମଣ ସମୟରେ ଅନେକ ପାଲେଷ୍ଟାଇନ ନିର୍ମାଣ ଶ୍ରମିକ ଇସ୍ରାଏଲରେ ଲୁଟପାଟ  କରିଥିଲେ । ବର୍ତ୍ତମାନ ଇସ୍ରାଏଲ ପାଲେଷ୍ଟାଇନ ଶ୍ରମିକଙ୍କ ବଦଳରେ ଭାରତରୁ ଏକ ଲକ୍ଷ ଶ୍ରମିକ ନେବାକୁ କରିବାକୁ ଚାହୁଁଛି ।ଇସ୍ରାଏଲର ଏହି  ଯୋଜନାକୁ ବିରୋଧ ମଧ୍ୟ ଆରମ୍ଭ ହୋଇଛି ।

ପୁରା ମାମଲା କଣ ?

ଏହି ଆକ୍ରମଣ ପୂର୍ବରୁ ପ୍ରାୟ ୯୦,୦୦୦ ପାଲେଷ୍ଟାଇନୀୟ ଇସ୍ରାଏଲର ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଜଣାପଡିଛି । ବର୍ତ୍ତମାନ ଏହି ପାଲେଷ୍ଟାଇନୀୟମାନଙ୍କ କାର୍ଯ୍ୟ ଅନୁମତି ବାତିଲ ହେବା ପରେ ଇସ୍ରାଏଲ୍ ବିଲଡର୍ସ ଆସୋସିଏସନ ନେତାନ୍ୟାହୁ ସରକାରଙ୍କୁ ଭାରତରୁ ୧୦୦,୦୦୦ ଶ୍ରମିକ ନିଯୁକ୍ତି ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛି । ଏହି ଆସୋସିଏସନର ଉପାଧ୍ୟକ୍ଷ ହୈମ  ଫିଗଲିନ୍ କହିଛନ୍ତି ଯେ ବର୍ତ୍ତମାନ ଆମେ ଭାରତ ସହ ଆଲୋଚନା କରୁଛୁ । ଏହାକୁ ଅନୁମୋଦନ କରିବାକୁ ଆମେ ଇସ୍ରାଏଲ୍ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛୁ । ସମଗ୍ର ଉତ୍ପାଦନ କ୍ଷେତ୍ରକୁ ଚଳାଇ ଏହାକୁ ସ୍ୱାଭାବିକ ଅବସ୍ଥାକୁ ଆଣିବା ପାଇଁ ଭାରତରୁ ୫୦,୦୦୦ ରୁ ୧୦୦,୦୦୦ ଶ୍ରମିକ ଆଣିବାକୁ ଆମେ ଆଶା କରୁଛୁ ।

ପାଲେଷ୍ଟାଇନବାସୀ କାମ ପାଇଁ ଇସ୍ରାଏଲ ଉପରେ ନିର୍ଭର କରନ୍ତି

ବିଶ୍ୱାସ କରାଯାଏ ଯେ ପ୍ରାୟ ୨୦,୦୦୦ ଭାରତୀୟ ଇସ୍ରାଏଲରେ କାର୍ଯ୍ୟ କରୁଛନ୍ତି ।  ଏମାନଙ୍କ ମଧ୍ୟରୁ ଅନେକ ବୟସ୍କମାନଙ୍କ କେୟାର ଟେକର ଭାବେ କାମ କରନ୍ତି ।  ଇସ୍ରାଏଲ୍ ବ୍ୟାପାରର ବିଶେଷଜ୍ଞ ତଥା ଦିଲ୍ଲୀର ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟର ସ୍କୁଲ୍ ଅଫ୍ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜ୍ ପ୍ରଫେସର ପି.ଆର କୁମାରସ୍ୱାମୀ ଡିଡବ୍ଲ୍ୟୁଙ୍କୁ କହିଛନ୍ତି ଯେ ହିଂସା ବୃଦ୍ଧି ସତ୍ତ୍ବେ ବିଗତ ବର୍ଷରେ ବିଦେଶୀ ଶ୍ରମିକଙ୍କ ଉପସ୍ଥିତି ବୃଦ୍ଧି ପାଇଛି । ସେ କହିଛନ୍ତି, 'ପୂର୍ବରୁ ଭାରତ, ନେପାଳ ଏବଂ ଶ୍ରୀଲଙ୍କାର ଲୋକମାନେ ବୟସ୍କମାନଙ୍କ ଯତ୍ନ ନେବା କାମ କରୁଥିଲେ । ନିର୍ମାଣ ଶିଳ୍ପରେ ସେମାନଙ୍କର ଉପସ୍ଥିତି ଅପେକ୍ଷାକୃତ ନୂତନ ଏବଂ ଏହା  ହିଂସାକାଣ୍ଡ ଯୋଗୁ ହେଉଛି । କୁମାରସ୍ୱାମୀ କହିଛନ୍ତି ଯେ କୌଣସି ଘରୋଇ ନିଯୁକ୍ତି ସୁଯୋଗ ବିନା ପାଲେଷ୍ଟାଇନୀୟମାନେ ଇସ୍ରାଏଲର ଶ୍ରମ ବଜାର ଉପରେ ଗଭୀର ଭାବରେ ନିର୍ଭରଶୀଳ ଅଟନ୍ତି  ଏବଂ ସେମାନକ ଅନୁପସ୍ଥିତି ଇସ୍ରାଏଲ ପାଇଁ ଅଧିକ କଠିନ ସାବ୍ୟସ୍ତ ହେବ ।

ଏହି ଭାରତୀୟମାନେ ଯୁଦ୍ଧ ଏବଂ ହିଂସା ଆଶଙ୍କା ସତ୍ତ୍ବେ ଇସ୍ରାଏଲରେ ରହୁଛନ୍ତି ଏବଂ କାମ କରୁଛନ୍ତି । ଇସ୍ରାଏଲ ସେନା ଏବଂ ହମାସ୍ ମଧ୍ୟରେ ଯୁଦ୍ଧ ମଧ୍ୟ ଏହି ଭାରତୀୟ ଶ୍ରମିକମାନଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ ।  ଇସ୍ରାଏଲରେ ରହୁଥିବା ଭାରତୀୟମାନେ ମଧ୍ୟ ଏହି ଯିହୁଦୀ ଦେଶ ଛାଡିବାକୁ ଚାହାଁନ୍ତି ନାହିଁ । ଜଣେ ଭାରତୀୟ ଦର୍ଶାଇଛନ୍ତି ଯେ ବର୍ତ୍ତମାନ ଇସ୍ରାଏଲରେ ରହୁଥିବା ଅନେକ ଭାରତୀୟ ଆକର୍ଷଣୀୟ ପାରିଶ୍ରମିକ ଏବଂ ଅନ୍ୟାନ୍ୟ ସୁବିଧା ବଦଳରେ ସୁରକ୍ଷା ବିପଦ ଗ୍ରହଣ କରିବାକୁ ରାଜି ଅଛନ୍ତି ।  ଯାହା ଅନ୍ୟ ଦେଶରେ ଉପଲବ୍ଧ ନାହିଁ ।

ଭାରତୀୟ ଟ୍ରେଡ ୟୁନିଅନମାନେ ଚିନ୍ତା ପ୍ରକଟ କରୁଛି

ଇସ୍ରାଏଲକୁ ଶ୍ରମିକ ପଠାଇବା ଖବରକୁ ଭାରତୀୟ ଟ୍ରେଡ ୟୁନିଅନ ପସନ୍ଦ କରୁନାହାଁନ୍ତି। ଶ୍ରମ ପ୍ରତିନିଧୀମାନେ କହିଛନ୍ତି ଯେ ଏଭଳି ବ୍ୟବସ୍ଥା ଭାରତୀୟମାନଙ୍କୁ ଗୁରୁତର ବିପଦରେ ପକାଇବ। ଦେଶର ଦଶଟି ପ୍ରମୁଖ ଟ୍ରେଡ ୟୁନିଅନ ଭାରତ ସରକାରଙ୍କୁ ଇସ୍ରାଏଲର ନିର୍ମାଣ କ୍ଷେତ୍ରର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବାକୁ କହିଛନ୍ତି । ଥି ସହିତ ବ୍ରିଟିଶ ମାନବାଧିକାର ଗୋଷ୍ଠୀ ଫେୟାରସ୍କେୟାର ମଧ୍ୟ ଭାରତ ସରକାରଙ୍କୁ ନାଗରିକମାନଙ୍କୁ ଇସ୍ରାଏଲକୁ ନ ପଠାଇବାକୁ ଅନୁରୋଧ କରିଛି, ଯାହା ଦେଶରୁ ବିତାଡିତ ପାଲେଷ୍ଟାଇନ ଶ୍ରମିକଙ୍କ ସ୍ଥାନ ନେବ। ସେ କହିଛନ୍ତି ଯେ ଏହା ଅନ୍ୟାୟ ହେବ ଏବଂ ଭାରତ ଏହି ହିଂସାର ଫାଇଦା ନେବା ଉଚିତ୍ ହେବନାହିଁ । ଗ୍ଲୋବାଲ୍ ଡାଟା ଷ୍ଟୋର ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୨ ମସିହାରେ ଇସ୍ରାଏଲ୍ ନିର୍ମାଣ ବଜାରର ମୂଲ୍ୟ ୭୧ ବିଲିୟନ ଡ଼ଲାର୍ ଥିଲା ଏବଂ ୨୦୨୪-୨୦୨୭ ମଧ୍ୟରେ ହାରାହାରି ବାର୍ଷିକ ଅଭିବୃଦ୍ଧି ହାର ୨ % ରୁ ଅଧିକ ହେବ ବୋଲି ଆକଳନ କରାଯାଇଛି ।