ଇସ୍ରାଏଲ୍ ଆର୍ମି (ଆଇଡିଏଫ୍) ହମାସ ଆତଙ୍କବାଦୀଙ୍କୁ ଖୋଜି ଖୋଜି ଶିକାର କରୁଛି ।  ଆତଙ୍କବାଦୀଙ୍କ ପାଇଁ ଟନେଲ ଦେଇ ଖସିଯିବା ମଧ୍ୟ କଷ୍ଟକର ହୋଇପଡିଛି । ହମାସ ମୁଖ୍ୟ ଇସମାଇଲ ହାନିୟେର ଗର୍ବ ଭାଙ୍ଗି ଯାଇଛି ।

Advertisment

ଗାଜା ଟନେଲ ଅପରେସନ : ଇସ୍ରାଏଲର ଗାଜା ଉପରେ ଭୟଙ୍କର ବୋମା ବିସ୍ଫୋରଣ ଜାରି ରହିଛି । ଅନ୍ୟପକ୍ଷରେ ହମାସ ମଧ୍ୟ ରକେଟ୍ ମାଡ଼ କରିଚାଲିଛି । ଏହି ସମୟରେ ଇସ୍ରାଏଲ ଗାଜାରେ ନିଜର ଗ୍ରାଉଣ୍ଡ ଅପରେସନ୍ କାର୍ଯ୍ୟକଳାପକୁ ଜୋରଦାର କରିଛି । ଇସ୍ରାଏଲ୍ ସୈନ୍ୟବାହିନୀ ଗାଜାରେ ପ୍ରବେଶ କରି ଟନେଲରୁ ଆତଙ୍କବାଦୀଙ୍କୁ ଖୋଜି ବାହାରକରି ହତ୍ୟା କରୁଛି । ପାଲେଷ୍ଟାଇନ ଦାବି କରିଛି ଯେ ଇସ୍ରାଏଲର ସେନାର  ଟ୍ୟାଙ୍କ ଗାଜାରେ ପ୍ରବେଶ କରିଛି ।କୁହାଯାଉଛି ଯେ ଏଭଳି ଭୟଙ୍କର ଆକ୍ରମଣ ଦେଖିବା ପରେ ହମାସ ମୁଖ୍ୟ ଇସମାଇଲ ହାନିୟେର ଗର୍ବ ଭାଂଗିଯାଇଛି ।  ଏହି ସମୟ ମଧ୍ୟରେ ହମାସ ଏୟାର ଚିଫ ଇସାମ ଆବୁ ରକବାଙ୍କୁ ହତ୍ୟା କରିଥିବା ଦାବି କରିଛି ଇସ୍ରାଏଲ । ଆବୁ ରକବା ହମାସ୍ ପାଇଁ ଡ୍ରୋନ୍, ପାରାଚ୍ୟୁଟ୍ ଏବଂ ବାୟୁ ପ୍ରତିରକ୍ଷା ପ୍ରଣାଳୀ ତିଆରି କରୁଥିଲା । ସେ ୭ ଅକ୍ଟୋବରରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ମଧ୍ୟ ଥିଲା । ଏହା ବ୍ୟତୀତ ତା ଦ୍ଵାରା ପ୍ରସ୍ତୁତ ପାରାଚ୍ୟୁଟ୍ ସାହାଯ୍ୟରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲରେ ପ୍ରବେଶ କରି ଆକ୍ରମଣ କରିଥିଲେ ।

ଖୋଜି ଖୋଜି ଧ୍ବଂସ କରାଯାଉଛି ଆତଙ୍କବାଦୀଙ୍କ ଆଡ୍ଡା

publive-image ଇସ୍ରାଏଲି ସେନା ଗାଜାରେ ପ୍ରବେଶ କରୁଛନ୍ତି

ଏୟାର ଷ୍ଟ୍ରାଇକ୍ ସହିତ ଗାଜାକୁ ଆତଙ୍କିତ କରିବା ପରେ ଇସ୍ରାଏଲ୍ ସେନା ବର୍ତ୍ତମାନ ହମାସର ଆଡ୍ଡା ଗୁଡିକ ଉପରେ ଚାରିପଟୁ ଆକ୍ରମଣ କରିବା ଆରମ୍ଭ କରିଦେଇଛି ।  ଯୁଦ୍ଧର ଏକବିଂଶ ଦିନରେ, ଇସ୍ରାଏଲ୍ ସୈନ୍ୟବାହିନୀ ଜଳ, ସ୍ଥଳ ଏବଂ ଆକାଶରୁ ଏକାସାଙ୍ଗରେ ହମାସର ସମ୍ଭାବ୍ୟ ଠିକଣା ସବୁ ଉପରେ  ଆକ୍ରମଣ କରିଥିଲେ । ରାତିର ଅନ୍ଧାରରେ, ଇସ୍ରାଏଲ ସେନା ଟ୍ୟାଙ୍କ ସହିତ ଗାଜା ଷ୍ଟ୍ରିପ୍ ଭିତରକୁ ପ୍ରବେଶ କରି  ହମାସ୍ ଆତଙ୍କବାଦୀଙ୍କ ଲୁଚିଥିବା ସ୍ଥାନସବୁକୁ  ନଷ୍ଟ କରିଦେଇଛନ୍ତି ।

କମାଣ୍ଡର ମଧାଥ ମୁଦାସରକୁ ହତ୍ୟା

ଏହା ବ୍ୟତୀତ ହାମାସର ୱେଷ୍ଟର୍ଣ୍ଣ ଖାନ ୟୁନିସ ବାଟାଲିଅନର କମାଣ୍ଡର ମଧାଥ ମୁଦାଶରକୁ ଆଇଡିଏଫ ଏୟାରଷ୍ଟ୍ରାଇକରେ ହତ୍ୟା କରାଯାଇଥିଲା । ଏହା ପରେ ଇସ୍ରାଏଲ୍ ସେନା ଦକ୍ଷିଣ ଗାଜାରେ ହାମାସ ସ୍ଥିତିକୁ ଟାର୍ଗେଟ କରିଥିଲା । ଗାଜାର ଯେଉଁସବୁ ସ୍ଥାନରେ ହମାସ ଆତଙ୍କବାଦୀମାନେ ଲୁଚି ରହିଥିବାର ସନ୍ଦେହ ରହିଛି ସେହି ସମସ୍ତ ସ୍ଥାନକୁ ଟାର୍ଗେଟ କରାଯାଉଛି । ଇସ୍ରାଏଲ୍ ଯୁଦ୍ଧ ବିମାନ ଗାଜା ସହରର ଶରଣାର୍ଥୀ ଶିବିରକୁ ଟାର୍ଗେଟ କରିଥିଲା ​​ଯେଉଁଠାରେ ଆତଙ୍କବାଦୀମାନେ ଲୁଚି ରହିଥିଲେ ।

ଇସ୍ରାଏଲ ନିଜର ଗ୍ରାଉଣ୍ଡ ଅପରେସନକୁ ଜୋରଦାର କରିଛି

ଇସ୍ରାଏଲ୍ ସେନା ମୁଖପାତ୍ର ଡାନିଆନ୍ ହାଗରୀ କହିଛନ୍ତି ଯେ ଗାଜାରେ ଆମେ ଆକ୍ରମଣକୁ ତୀବ୍ର କରିଛୁ । ବାୟୁସେନା ଟନେଲ ଏବଂ ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନ ଉପରେ ବଡ଼ ଆକ୍ରମଣ କରିଥିଲା । ଗତ କିଛି ଦିନ ମଧ୍ୟରେ ହୋଇଥିବା ଆକ୍ରମଣ ବ୍ୟତୀତ ଗ୍ରାଉଣ୍ଡ ଫୋର୍ସ ଗତ ରାତିରୁ ନିଜର କାର୍ଯ୍ୟକଳାପକୁ ଜୋରଦାର କରିଆସୁଛି । ଯୁଦ୍ଧରେ ଜିତିବା ପାଇଁ ସେନା ସମ୍ପୂର୍ଣ୍ଣ ଶକ୍ତି ସହିତ କାର୍ଯ୍ୟ କରୁଛି । କିନ୍ତୁ ଏହା ପରେ ବି ଆତଙ୍କବାଦୀମାନେ ସେମାନଙ୍କର ରକେଟ୍ ଆକ୍ରମଣ ଜରି ରଖିଛନ୍ତି । ଇସ୍ରାଏଲ୍ ଆଇରନ୍ ଡୋମ୍ ସିଷ୍ଟମ୍ ସେମାନଙ୍କୁ ଚିହ୍ନଟ କରି ନଷ୍ଟ କରୁଛି ।