ହମାସ ବିରୋଧରେ ଇସ୍ରାଏଲର ବଡ ଏୟାରଷ୍ଟ୍ରାଇକ : ୱେଷ୍ଟ ବ୍ୟାଙ୍କର ଅଲ-ଅନସାର ମସଜିଦ ଉପରେ ବୋମାମାଡ

244

କନକ ବ୍ୟୁରୋ : ମସଜିଦ ଉପରେ ଇସ୍ରାଏଲର ଆକ୍ରମଣ । ରବିବାର ପାଲେଷ୍ଟାଇନର ୱେଷ୍ଟ ବ୍ୟାଙ୍କରେ ଥିବା ଏକ ମସଜିଦ ଉପରେ ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ । ହମାସ ଆତଙ୍କବାଦୀମାନେ ଏହି ମସଜିଦରେ ରହିଥିଲେ । ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛି । ଆତଙ୍କବାଦୀମାନେ ମସଜିଦ ଭିତରେ ରହି ସେଠାରୁ ଆକ୍ରମଣ କରୁଥିଲେ । ହମାସ ଆତଙ୍କବାଦୀମାନେ ଏଠାରେ ରହି ଜିହାଦ ପାଇଁ ଯୋଜନା ବନାଉଥିଲେ ବୋଲି ଇସ୍ରାଏଲ ପକ୍ଷରୁ କୁହାଯାଇଛି ।

ଇସ୍ରାଏଲର ଆକ୍ରମଣରେ ଗାଜା ଷ୍ଟିପରେ ୪ ହଜାର ୪୪୬ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସେହିପରି ହମାସ ଆକ୍ରମଣରେ ଇସ୍ରାଏଲର ୧୪ ଶହ ଲୋକଙ୍କ ମୃତ୍ୟୁ ହୋଇଛି । ଇସ୍ରାଏଲ ଏବେ ଉତର ସହ ଦକ୍ଷିଣ ଗାଜାରେ ମଧ୍ୟ ମିସାଇଲ ମାଡ କରୁଛି । ଶନିବାର ଦକ୍ଷିଣ ଗାଜାରେ ହୋଇଥିବା ଆକ୍ରମଣରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ପାଲେଷ୍ଟାଇନ ଗଣମାଧ୍ୟମ ରିପୋର୍ଟ କରିଛି । ଗାଜା ଜମି ଅଧିକାର କରିବା ଅବା ଗାଜାର ନୂଆ ସରକାର ଗଠନ ଲକ୍ଷ ରଖି ଇସ୍ରାଏଲ ଆକ୍ରମଣ କରୁଛି ।