କନକ ବ୍ୟୁରୋ : ଋଷ ଓ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ହେଉ କି ଇସ୍ରାଏଲ ଦ୍ୱାରା ହମାସ ଚରମପନ୍ଥୀ ସଂଗଠନ ଉପରେ ଚଳାଇଥିବା ଆକ୍ରମଣ ହେଉ । ଏସବୁ ଭିତରେ ସାଧାରଣ ମଣିଷର ଜୀବନ ଓ ଜୀବୀକା ଉଭୟ ଦୁର୍ବିର୍ଶହ ହୋଇ ପଡୁଛି । ଏହାକୁ ନେଇ କିଛିଦିନ ତଳେ ଜାତିସଂଘ ମୁଖ୍ୟଙ୍କର ଏକ ବୟାନ ଆସିଥିଲା । ସେ କହିଥିଲେ ଯେ, ଅର୍ନ୍ତରାଷ୍ଟ୍ରୀୟ ଆଇନର ଯେଭଳି ଉଲଙ୍ଘନ ହେଉଛି ତାହାକୁ ନେଇ ସେ ଚିନ୍ତିତ । ଏହାସହ ସଶସ୍ତ୍ର ସଂଘର୍ଷରେ କୌଣସି ବି ପକ୍ଷ ଅର୍ନ୍ତରାଷ୍ଟ୍ରୀୟ ଆଇନର ଉପରେ ନୁହଁନ୍ତି । ଏହାସହ ସେ ଗାଜା ଉପରେ ହମାସର ଆକ୍ରମଣକୁ ନେଇ କହିଥିଲେ କି ଦୀର୍ଘ ୫୬ ବର୍ଷ ଧରି ବନ୍ଦୀ ଜୀବନ କାଟୁଥିବା ପାଲେଷ୍ଟାଇନ ନାଗରିକଙ୍କୁ ମୁକ୍ତ କରିବାକୁ ହମାସ ଏଭଳି ଆକ୍ରମଣ କରିଛି ।

Advertisment

ଜାତିସଂଘ ମୁଖ୍ୟଙ୍କ ଏଭଳି ବୟାନକୁ ନେଇ କ୍ରୋଧିତ ହୋଇ ଉଠିଥିଲେ ଇସ୍ରାଏଲ ବିଦେଶମନ୍ତ୍ରୀ ଏଲି କୋହେନ । ସେ ଜାତିସଂଘ ମୁଖ୍ୟଙ୍କ ବୟାନ ଉପରେ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ କି ହମାସ ଯେଭଳି ଭାବେ ଇସ୍ରାଏଲ ଉପରେ ଆକ୍ରମଣ କଲା ତାହା ଇସ୍ରାଏଲ ଇତିହାସର ସବୁଠାରୁ ଘାତକ ଆକ୍ରମଣ । ଏହା ସହ ଜାତିସଂଘ ମୁଖ୍ୟ କେଉଁ ଦୁନିଆରେ ରହୁଛନ୍ତି ବୋଲି ସେ ପ୍ରଶ୍ନ ଉଠାଇଥିଲେ ।

ସେପଟେ ଜାତିସଂଘ ମୁଖ୍ୟଙ୍କ ଏଭଳି ବୟାନ ଉପରେ ଇସ୍ରାଏଲ କଡା ପ୍ରତିକ୍ରିୟା ପ୍ରକାଶ କରିଛି । ଇସ୍ରାଏଲ ତରଫରୁ କୁହାଯାଇଛି କି ଜାତିସଂଘ ମୁଖ୍ୟ ପଦରେ ରହିବାର ତାଙ୍କର କୌଣସି ଯୋଗ୍ୟତା ନାହିଁ । ତେଣୁ ସେ ତୁରନ୍ତ ପଦରୁ ଇସ୍ତଫା ଦିଅନ୍ତୁ ।