ଅଧିକ ସୂଚନା ପ୍ରଦାନ କରି ଆଇଡିଏଫ୍ ମୁଖପାତ୍ର କହିଛନ୍ତି ଯେ ଇସ୍ରାଏଲ୍ ନାଭାଲ୍ ଇଣ୍ଟେଲିଜେନ୍ସ ହାମାସର ଯେଉଁସବୁ ଅସ୍ତ୍ର ଗୋଦାମ, ଉପକୂଳରେ ଅବସ୍ଥିତ ଟନେଲ୍, ତାଲିମ ଶିବିର ଏବଂ ସମୁଦ୍ରରେ ଥିବା ଚେକିଂ ପଏଣ୍ଟ ବିଷୟରେ ସୂଚନା ଦେଇଥିଲା ଆମର ସୁରକ୍ଷା ବାହିନୀ ସେସବୁ ଚିହ୍ନଟ କରି ଧ୍ୱଂସ କରିଦେଇଛନ୍ତି ।
ଗାଜାରେ ଅସ୍ତ୍ରବିରତି ଚୁକ୍ତି କାର୍ଯ୍ୟକାରୀ ହେବା ପୂର୍ବରୁ ଇସ୍ରାଏଲ ହମାସକୁ ଆଉ ଏକ ବଡ଼ ଝଟକା ଦେଇଛି । ଆଇଡିଏଫର ଯୁଦ୍ଧବିମାନ ଖାନ ୟୁନିସ ଉପରେ ଆକ୍ରମଣ କରି ହମାସ୍ ନୌସେନା ବାହିନୀର କମାଣ୍ଡର ଅମ୍ର ଅବୁ ଜାଲାଲା ଏବଂ ଅନ୍ୟ ଜଣେ ଆତଙ୍କବାଦୀକୁ ହତ୍ୟା କରିଛନ୍ତି । ଆମ୍ର ଅବୁ ଜାଲାଲା ହମାସ ନୌସେନାର ଜଣେ ବରିଷ୍ଠ ଅଧିକାରୀ ଥିଲା ଏବଂ ସମୁଦ୍ରପଥ ଦେଇ ଇସ୍ରାଏଲ ଉପରେ ଅନେକ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ମଧ୍ୟ ସେ ଥିଲା । ଅବଶ୍ୟ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଦ୍ୱାରା ଏହି ଆକ୍ରମଣଗୁଡିକ ବିଫଳ କରି ଦିଆଯାଇଥିଲା ।
ଆଇଡିଏଫ୍ ମୁଖପାତ୍ର କହିଛନ୍ତି ଯେ ଇସ୍ରାଏଲ୍ ନାଭାଲ୍ ଇଣ୍ଟେଲିଜେନ୍ସ ହାମାସର ଯେଉଁସବୁ ଅସ୍ତ୍ର ଗୋଦାମ, ଉପକୂଳରେ ଅବସ୍ଥିତ ଟନେଲ୍, ତାଲିମ ଶିବିର ଏବଂ ସମୁଦ୍ରରେ ଥିବା ଚେକିଂ ପଏଣ୍ଟ ବିଷୟରେ ସୂଚନା ଦେଇଥିଲା ଆମ ସୁରକ୍ଷା ବାହିନୀ ସେସବୁ ଚିହ୍ନଟ କରି ଧ୍ୱଂସ କରିଦେଇଛନ୍ତି । ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ଗୁରୁବାର କହିଛନ୍ତି ଯେ ହମାସ୍ ସହିତ ଅସ୍ଥାୟୀ ଅସ୍ତ୍ରବିରତି ଚୁକ୍ତି ସମାପ୍ତ ହେବା ପରେ ଅନ୍ତତଃ ଆଉ ଦୁଇ ମାସ ପର୍ଯ୍ୟନ୍ତ ଗାଜାରେ ଆମର ସାମରିକ କାର୍ଯ୍ୟାନୁଷ୍ଠାନ ଆହୁରି ଜୋରଦାର ହେବ ।
ଯୁଦ୍ଧ ସମାପ୍ତ ହୋଇନାହିଁ, ଗାଜାରେ ଆମର ସାମରିକ କାର୍ଯ୍ୟାନୁଷ୍ଠାନ ଆହୁରି ତୀବ୍ର ହେବ
ଏଠି ଆପଣଙ୍କୁ ଜଣାଇ ଦେଉଛୁ କି ବନ୍ଧକ ମାନଙ୍କ ମୁକ୍ତି ନେଇ ଦୁଇ ପକ୍ଷ ମଧ୍ୟରେ ଆଲୋଚନା ଚାଲିଛି । ଏଥିପାଇଁ କିଛି ସର୍ତ୍ତ ମଧ୍ୟ ରଖାଯାଇଛି । ସର୍ତ୍ତ ଅନୁଯାୟୀ ହମାସ ଦ୍ୱାରା ବନ୍ଧକ ରଖାଯାଇଥିବା ବନ୍ଧକମାନଙ୍କୁ ମୁକ୍ତ କରିବା ବଦଳରେ ଇସ୍ରାଏଲ କିଛି ଦିନ ପାଇଁ ଅସ୍ତ୍ରବିରତି କରିବ ଏବଂ ଇସ୍ରାଏଲ ଜେଲରେ ବନ୍ଦ ଥିବା କିଛି ପଲେଷ୍ଟାଇନ ବନ୍ଦୀଙ୍କୁ ମଧ୍ୟ ମୁକ୍ତ କରିବ । ହମାସ ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ବନ୍ଧକଙ୍କୁ ମୁକ୍ତ କରିବ । ଆମେରିକା ଓ କତାର ଏହି ଦୁଇ ପକ୍ଷଙ୍କ ମଧ୍ୟରେ ମଧ୍ୟସ୍ଥତା କରୁଛନ୍ତି ।
ଏହି ଚୁକ୍ତି ଅନୁଯାୟୀ ଆଜିଠାରୁ ବନ୍ଧକମାନଙ୍କୁ ମୁକ୍ତ କରିବାର ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଅକ୍ଟୋବର ୭ ରେ ଅପହରଣ କରିନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ହମାସ ଅତି କମରେ ୫୦ ଜଣ ଇସ୍ରାଏଲ୍ ମହିଳା ଏବଂ ଶିଶୁଙ୍କୁ ଚାରି ଦିନ ମଧ୍ୟରେ ସୀମିତ ସଂଖ୍ୟାରେ ଦଳ ଦଳ କରି ମୁକ୍ତ କରିବ । ଏହାର ପ୍ରତିବଦଳରେ ଇସ୍ରାଏଲ୍ ୧୫୦ ଜଣ ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରିବ । ଆଇଡିଏଫ୍ ଚିଫ ଅଫ ଷ୍ଟାଫ୍ ଲେଫ୍ଟ ଜେନେରାଲ୍ ହରଜୀ ହାଲେଭି ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟଙ୍କ ମନ୍ତବ୍ୟକୁ ସମର୍ଥନ କରି କହିଛନ୍ତି ଯେ ଇସ୍ରାଏଲ୍ ସେନା ଯୁଦ୍ଧ ଶେଷ କରୁନାହିଁ । ଏହି ଅସ୍ତ୍ରବିରତି ମାତ୍ର କିଛିଦିନ ପାଇଁ ।
ଏପରି ସମୟରେ ଇସ୍ରାଏଲର ଏହି ଆକ୍ରମଣ ବନ୍ଧକ ମୁକ୍ତି ଯୋଜନା ଉପରେ କି ପ୍ରଭାବ ପକାଉଛି ତାହା ଦେଖିବାକୁ ବାକି ରହିଲା ।
ଆଇଡିଏଫ୍ ଉତ୍ତର ଗାଜାର ଏକ ମସଜିଦ ଭିତରେ ହମାସର ସୁଡଙ୍ଗ ଖୋଜି ବାହାରକରିଛି ଏହି ସମୟରେ, ଗୁରୁବାର ଦିନ ଇସ୍ରାଏଲର ସେନାର ନାହଲ ବ୍ରିଗେଡର ସୈନିକମାନେ ଉତ୍ତର ଗାଜାର ଜବାଲିଆ ଶରଣାର୍ଥୀ ଶିବିର ନିକଟରେ ଥିବା ଏକ ମସଜିଦ ଭିତରେ ଅପରେସନ୍ ସମୟରେ ହମାସ ଟନେଲରୁ ରକେଟ୍ ଲଞ୍ଚର୍ ଉଦ୍ଧାର କରିଥିଲେ । ଆଇଡିଏଫ କହିଛି ଯେ ନାହଲ ବ୍ରିଗେଡର ସୈନିକମାନେ ଜବାଲିଆ ଉପକଣ୍ଠରେ ହମାସ ଆତଙ୍କବାଦୀମାନଙ୍କ ସହ ମୁହାଁମୁହିଁ ହୋଇଥିଲେ। ଆଇଡିଏଫ୍ କହିଛି ଯେ ଆମର ସୈନ୍ୟମାନେ ଏହି ଅଞ୍ଚଳରେ ଛଅ ଟି ସୁଡଙ୍ଗ ପ୍ରବେଶଦ୍ବାର ପାଇଥିଲେ ସେଥିମଧ୍ୟରୁ ଗୋଟିଏ ମସଜିଦ ମଧ୍ୟରେ ଥିଲା । ମସଜିଦ ଏବଂ ଘର ସମେତ ସାଧାରଣ ନାଗରିକ ଅଞ୍ଚଳ ନିକଟରେ ଅବସ୍ଥିତ ଏକ ବଗିଚାରେ ଅନେକ ରକେଟ୍ ଲଞ୍ଚର୍ ଏବଂ ଅସ୍ତ୍ରଶସ୍ତ୍ର ମଧ୍ୟ ମିଳିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/airstrike.jpg)