କନକ ବ୍ୟୁରୋ: ପାଲେଷ୍ଟାଇନ୍ ଗାଜା ପଟିରୁ ଲଗାତାର ୫୦୦୦ ରକେଟ୍ ମାଡ ହେବା ପରେ ଇସ୍ରାଏଲରେ ବାଜି ଉଠିଲା ଜରୁରୀକାଳୀନ ସାଇରନ୍ । ଯୁଦ୍ଧକାଳୀନ୍ ସ୍ଥିତି ଘୋଷଣା କଲା ଇସ୍ରାଏଲ । ଗଣମାଧ୍ୟମ ରିପୋର୍ଟ ମୁତାବକ, ଶନିବାର ପାଲେଷ୍ଟାଇନ୍ ଆତଙ୍କବାଦୀ ଇସ୍ରାଏଲ ଉପରେ ଲଗାତାର ରକେଟ ମାଡ କରିଥିଲେ । ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ପରିସ୍ଥିତି ଜଟିଳ ହେବାରୁ ଇସ୍ରାଏଲ ସରକାର ଯୁଦ୍ଧ ଘୋଷଣା କରିଛନ୍ତି ।

Advertisment

ରିପୋର୍ଟ ମୁତାବକ, ଗାଜାପଟି ପଟୁ ଇସ୍ରାଏଲର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକରେ ରକେଟ ମାଡ ହୋଇଛି । ଫଳରେ ପୁରା ଦେଶରେ ଏମରଜେନ୍ସି ଆଲର୍ଟ ସାଇରନ୍ ବାଜି ଉଠିଥିଲା ଯାହା ଏହାର ସାଂସ୍କୃତିକ ରାଜଧାନୀ ଜେଲ- ଅବିବ ଯାଏଁ ଣୁଣାଯାଇଥିଲା । ଏହି ଆକ୍ରମଣ ଏଭଳି ସମୟରେ ହୋଇଛି ଯେତେବେଳେ କିଛି ଦିନ ପୂର୍ବରୁ ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ପ୍ରତିକୂଳ ପରିସ୍ଥିତି ଲାଗି ରହିଛି ।