‘ଗୋଲାନ୍ ହାଇଟ୍ସ' ଆକ୍ରମଣର ପ୍ରତିଶୋଧ ନେଲା ଇସ୍ରାଏଲ୍ ;  ବେରୁତରେ ଲୁଚିଥିବା ହିଜବୁଲ୍ଲା କମାଣ୍ଡରକୁ ଉଡ଼ାଇ ଦେଲା ଇସ୍ରାଏଲ, ଆମେରିକା କଲା ସମର୍ଥନ

‘ଗୋଲାନ୍ ହାଇଟ୍ସ' ଆକ୍ରମଣର ପ୍ରତିଶୋଧ ନେଲା ଇସ୍ରାଏଲ୍ ;  ବେରୁତରେ ଲୁଚିଥିବା ହିଜବୁଲ୍ଲା କମାଣ୍ଡରକୁ ଉଡ଼ାଇ ଦେଲା ଇସ୍ରାଏଲ, ଆମେରିକା କଲା ସମର୍ଥନ

କନକ ବ୍ୟୁରୋ: ପ୍ରତିଶୋଧ ନେଲା ଇସ୍ରାଏଲ ସେନା ।  ବେରୁତରେ ଆତଙ୍କବାଦୀ ହିଜବୁଲ୍ଲା କମାଣ୍ଡର ଫୁଆଦ ଶୁକ୍ରଙ୍କ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କଲା ଇସ୍ରାଏଲ। ଏହି ଆକ୍ରମଣରେ ହିଜବୁଲ୍ଲା କମାଣ୍ଡରର ମୃତ୍ୟୁ ଘଟିଛି।

ଫୁଆଦ୍ ଶୁକ୍ର ବିଷୟରେ ସୂଚନା ଦେବା ପାଇଁ ଆମେରିକା ୫ ନିୟୁତ ଡଲାର ପୁରସ୍କାର ଘୋଷଣା କରିଥିଲା। ତେବେ ଲେବନାନର ସୁରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ , ହିଜବୁଲ୍ଲା କମାଣ୍ଡରର ସ୍ଥିତି ସମ୍ପର୍କରେ ସେ କିଛି ସ୍ପଷ୍ଟ କରିପାରିବ ନାହିଁ। କମାଣ୍ଡର ଫୁଆଦ୍ ଶୁକ୍ର ଦୀର୍ଘ ଦିନ ଧରି ହିଜବୁଲ୍ଲା ସହ ଜଡ଼ିତ। ସେ ଉଗ୍ରବାଦୀ ସଂଗଠନର ସାଧାରଣ ସମ୍ପାଦକ ହାସନ ନସରୁଲ୍ଲାର ସାମରିକ ପରାମର୍ଶଦାତା ଥିଲା। ୧୯୮୩ ମସିହାରେ ବେରୁତସ୍ଥିତ ଆମେରିକୀୟ ମେରିନ୍ କର୍ପସ୍ ବ୍ୟାରାକ୍ ଉପରେ ହୋଇଥିବା ଆକ୍ରମଣରେ ଶୁକ୍ର ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ଏହି ଆକ୍ରମଣରେ ୨୪୧ ଜଣ ଆମେରିକୀୟ ସୈନିକ ସହିଦ ହୋଇଥିଲେ। ଗୋଲାନ ହାଇଟ୍ସ ଉପରେ ହୋଇଥିବା ଏହି ଆକ୍ରମଣ ପାଇଁ ଇସ୍ରାଏଲ ସେନା କମାଣ୍ଡର ଫୁଆଦ ଶୁକ୍ରକୁ ଦାୟୀ କରିଥିଲା।

ଶନିବାର ଗୋଲାନ ହାଇଟ୍ସର ଏକ ଫୁଟବଲ ପଡ଼ିଆରେ ରକେଟ୍ ଆକ୍ରମଣରେ ୧୨ ଜଣ ଶିଶୁ ଓ କିଶୋର ପ୍ରାଣ ହରାଇଥିଲେ। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ବା ଆଇଡିଏଫ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ମଜଦାଲ ଶାମସରେ ଶିଶୁଙ୍କୁ ହତ୍ୟା କରିବା ଏବଂ ଅନ୍ୟ କେତେକ ଇସ୍ରାଏଲ ନାଗରିକଙ୍କୁ ହତ୍ୟା କରିବା ପାଇଁ ଦାୟୀ କମାଣ୍ଡର । ଏହାପରେ ଆଇଡିଏଫ ବେରୁତରେ ଏୟାର ଷ୍ଟ୍ରାଇକ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe