କନକ ବ୍ୟୁରା: ଗାଜାରେ ପଣବନ୍ଦୀ ଥିବା ଇସ୍ରାଏଲ୍ ନାଗରିକଙ୍କୁ ଉଦ୍ଧାର ପାଇଁ ଅଭିନବ ପ୍ରୟାସ । ଆକାଶମାର୍ଗରୁ ପ୍ରଚାରପତ୍ର ପକାଇ ସୂଚନା ମାଗିଛି ଇସ୍ରାଏଲ୍ । ପଣବନ୍ଦୀଙ୍କ ସମ୍ପର୍କରେ ସୂଚନା ପୁରସ୍କାର ଓ ସୁରକ୍ଷା ଦେବା ପାଇଁ ଘୋଷଣା କରାଯାଇଛି । ଏହି ପ୍ରଚାରପତ୍ରରେ କୁହାଯାଇଛି- ଇସ୍ରାଏଲ୍ ସେନା ଆପଣଙ୍କୁ ତଥା ଆପଣଙ୍କୁ ସୁରକ୍ଷା ଯୋଗାଇବାରେ ସର୍ବାଧିକପ୍ରାୟ କରିବ । ଏମିତି କି ସୂଚନା ଦେଉଥିବା ବ୍ୟକ୍ତିଙ୍କୁ ଆର୍ଥିକ ପୁରସ୍କାର ପାଇବେ ।

Advertisment

ପଣବନ୍ଦୀଙ୍କ ସମ୍ପର୍କରେ ସୂଚନା ଦେଉଥିବା ଲୋକଙ୍କ ତଥ୍ୟ ସଂପୂର୍ଣ୍ଣ ଗୋପନୀୟ ରଖାଯିବ ବୋଲି ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି । ଅକ୍ଟୋବର ୭ ତାରିଖରେ ହମାସ ଆତଙ୍କବାଦୀମାନେ ପ୍ରାୟ ୧୪ଶହ ନାଗରିକଙ୍କୁ ହତ୍ୟା କରିବା ସହ ୨ଶହରୁ ଅଧିକ ଲୋକଙ୍କୁ ବନ୍ଦୀ କରି ସାଥୀରେ ନେଇଯାଇଥିଲେ । ଯାହାଙ୍କୁ ପଣବନ୍ଦୀ କରି ରଖିଛି ଇସ୍ରାଏଲ୍ । ଗାଜାରେ ଆକାଶମାର୍ଗରୁ ଲିଫଲେଟ୍ ବା ପ୍ରଚାରପତ୍ର ବଣ୍ଟାଯାଉଛି । ଶାନ୍ତିର ବଞ୍ଚିବାର ଯଦି ବଞ୍ଚିବାର ଇଚ୍ଛା ଅଛି ସହଯୋଗ କରନ୍ତୁ ବୋଲି ଇସ୍ରାଏଲ୍ ସେନା ପକ୍ଷରୁ କୁହାଯାଇଛି ।