ଇସ୍ରାଏଲ୍ ଚାହୁଁଛି ଏହାର ସମସ୍ତ ୧୦୦ ମହିଳା ଏବଂ ଶିଶୁମାନଙ୍କୁ ହମାସ ମୁକ୍ତ କରୁ ।  ପ୍ରାରମ୍ଭରେ ଏହି ସଂଖ୍ୟା କମ୍ ହୋଇପାରେ । ୭୦ ମହିଳା ଏବଂ ଶିଶୁଙ୍କୁ ମୁକ୍ତ କରିବାକୁ ପ୍ରସ୍ତୁତ ବୋଲି ହମାସ ସୂଚନା ଦେଇସାରିଛି । ଅନ୍ୟପକ୍ଷରେ ଏହା ବଦଳରେ  ଇସ୍ରାଏଲରୁ ମୁକ୍ତ ହେବାକୁ ଥିବା ପାଲେଷ୍ଟାଇନ ମହିଳା ଏବଂ ଯୁବକଙ୍କ ସଂଖ୍ୟା ୧୨୦ ପର୍ଯ୍ୟନ୍ତ ହୋଇପାରେ ବୋଲି ସୂତ୍ରରୁ ପ୍ରକାଶ ।

Advertisment

ଇସ୍ରାଏଲ-ହମାସ ଯୁଦ୍ଧକୁ ୩୯ ଦିନ ପୁରିଗଲାଣି । ହମାସ ବନ୍ଧକ ରଖିଥିବା ୨୦୦ ରୁ ଉର୍ଦ୍ଧ ଇସ୍ରାଏଲି ବ୍ୟକ୍ତିଙ୍କୁ ମୁକ୍ତ କରିବା ନେଇ ଆଲୋଚନା ଜାରିରହିଛି ।  ବନ୍ଧକମାନଙ୍କୁ ମୁକ୍ତ କରିବା ପାଇଁ ଇସ୍ରାଏଲ ଏବଂ ହମାସ୍ ଏକ ଚୁକ୍ତିନାମା ପାଖାପାଖି ଶେଷ ପର୍ଯ୍ୟାୟରେ । ବିଶ୍ୱାସ କରାଯାଏ ଯେ ଯଦି ସବୁକିଛି ଠିକ୍ ହୁଏ, ତେବେ ହମାସ ଦ୍ୱାରା ଅକ୍ଟୋବର ୭ ରୁ ବନ୍ଧକ ଥିବା ଅଧିକାଂଶ ଶିଶୁ ଏବଂ ମହିଳାଙ୍କୁ ମୁକ୍ତ ହୋଇପାରନ୍ତି ।  ଏହି ଡିଲ୍ ସମ୍ବନ୍ଧରେ କିଛି ଦିନ ମଧ୍ୟରେ ଘୋଷଣା କରାଯାଇପାରେ ବୋଲି ଜଣାପଡିଛି ।

ଇସ୍ରାଏଲର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ୱାଶିଂଟନ୍ ପୋଷ୍ଟ ଏହି ସୂଚନା ଦେଇଛି । ଅଧିକାରୀ କହିଛନ୍ତି ଯେ ଯଦି ଚୂଡ଼ାନ୍ତ ଆଲୋଚନାକୁ ଦେଖାଯାଏ  ତେବେ କିଛି ଦିନ ମଧ୍ୟରେ ଏହି ଚୁକ୍ତିନାମା ହୋଇପାରେ ।ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ନାମ ଗୋପନ ରଖିବା ସର୍ତ୍ତରେ ଜଣେ ଇସ୍ରାଏଲ ଅଧିକାରୀ ସୋମବାର କହିଛନ୍ତି ଯେ ଏହି ଚୁକ୍ତିର ସାଧାରଣ ରୂପରେଖ ତିଆରି ହେଇଯାଇଛି ।  ଅସ୍ଥାୟୀ ଚୁକ୍ତିରେ ଇସ୍ରାଏଲ ମହିଳା ଓ ଶିଶୁମାନଙ୍କୁ ମୁକ୍ତ କରିବାକୁ ଆବେଦନ କରାଯାଇଛି । ଏହାର ପ୍ରତିବଦଳରେ ଇସ୍ରାଏଲର ଜେଲରେ ବନ୍ଦୀ ଥିବା କିଛି ପାଲେଷ୍ଟାଇନ ମହିଳା ଏବଂ ଯୁବକମାନଙ୍କୁ ମଧ୍ୟ ମୁକ୍ତ କରାଯିବ ।

publive-image ସିଆଇଏ ନିର୍ଦ୍ଦେଶକ ୱିଲିୟମ୍ ଜେ ବର୍ନ୍ସ

ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ଚାହୁଁଛି ଯେ ଏହାର ବନ୍ଧକ ଥିବା ସମସ୍ତ ୧୦୦ ମହିଳା ଏବଂ ଶିଶୁଙ୍କୁ ମୁକ୍ତ କରାଯାଉ । ତଥାପି, ପ୍ରାରମ୍ଭରେ ଏହି ସଂଖ୍ୟା କମ୍ ହୋଇପାରେ । ୭୦ ମହିଳା ଏବଂ ଶିଶୁଙ୍କୁ ମୁକ୍ତ କରିବାକୁ ପ୍ରସ୍ତୁତ ବୋଲି ହମାସ ପୂର୍ବରୁ ସୂଚିତ କରିସାରିଛି । ଅନ୍ୟପକ୍ଷରେ, ଇସ୍ରାଏଲରୁ ମୁକ୍ତ ହେବାକୁଥିବା  ପାଲେଷ୍ଟାଇନ ମହିଳା ଓ ଯୁବକଙ୍କ ସଂଖ୍ୟା ସ୍ପଷ୍ଟ ହୋଇନାହିଁ, କିନ୍ତୁ ଗତ ସପ୍ତାହରେ ଜଣେ ଆରବ ଅଧିକାରୀ କହିଛନ୍ତି ଯେ ଅତିକମରେ ୧୨୦ ଜଣ ପାଲେଷ୍ଟାଇନିୟ ଇସ୍ରାଏଲ ଜେଲରେ ବନ୍ଦ  ଅଛନ୍ତି ।

ଇସ୍ରାଏଲ୍ ଅଧିକାରୀ କହିଛନ୍ତି ଯେ ବନ୍ଧକ ଏବଂ ବନ୍ଦୀମାନଙ୍କ ଆଦାନପ୍ରଦାନ ସହିତ ବୋଧହୁଏ ପାଞ୍ଚ ଦିନିଆ ଅସ୍ତ୍ରବିରତି ହେବ। ଏହି ଅସ୍ତ୍ରବିରତି ଇସ୍ରାଏଲ୍ ବନ୍ଦୀମାନଙ୍କ ସୁରକ୍ଷିତ ଫେରିବା ପାଇଁ ସହାୟକ ହେବ । ଇସ୍ରାଏଲର ଜଣେ ଅଧିକାରୀ କହିଛନ୍ତି ଯେ ଯଦି ସବୁ ଠିକଠାକ ହୁଏ ତେବେ ଗାଜାରେ ପାଲେଷ୍ଟାଇନ ସାଧାରଣ ନାଗରିକଙ୍କୁ ଅଧିକ ଆନ୍ତର୍ଜାତୀୟ ସହାୟତା ପାଇଁ ଇସ୍ରାଏଲ ଅନୁମତି  ଦେଇପାରେ ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରବିବାର ଦିନ କତାରର ଏମିର ତମିମ ବିନ ହମାଦ ଅଲ-ଥାନିଙ୍କ ସହ କଥା ହୋଇ ଇସ୍ରାଏଲ ଏବଂ ହାମାସ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଥିବାରୁ ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି । ହ୍ୱାଇଟ ହାଉସ ଏକ ବିବୃତ୍ତିରେ କହିଛନ୍ତି ଯେ ଦୁଇ ନେତା ଏକମତ ହୋଇଥିଲେ ଯେ ସମସ୍ତ ବନ୍ଧକଙ୍କୁ ବିଳମ୍ବ ନକରି ଯଥାଶୀଘ୍ର ମୁକ୍ତ କରାଯାଉ । ଆମେରିକୀୟ ଅଧିକାରୀମାନେ ଜାଣନ୍ତି ଯେ ହମାସକୁ ଶେଷ ନ କଲା ପର୍ଯ୍ୟନ୍ତ ଇସ୍ରାଏଲ ଯୁଦ୍ଧ ଶେଷ କରିବାକୁ ପ୍ରସ୍ତୁତ ହେବ ନାହିଁ । କିନ୍ତୁ ବନ୍ଧକ ଚୁକ୍ତି ଏବଂ ଅସ୍ତ୍ରବିରତି ଦ୍ୱାରା ଯୁଦ୍ଧକୁ ନେଇ ଆନ୍ତର୍ଜାତୀୟ ସ୍ତରରେ ଆଲୋଚନା ଓ ଉତ୍ତେଜନା କମିଯାଇପାରେ।

ଇସ୍ରାଏଲ୍ ନିଶ୍ଚିତ କରିବାକୁ ଚାହୁଁଛି ଯେ ବନ୍ଧକ ହେଇଥିବା ତାଙ୍କର ସମସ୍ତ ନାଗରିକ ମାନଙ୍କ ନାମ ଯାଞ୍ଚ କରି ମୁକ୍ତ କରାଯାଉ ଯେପରି ନାମ ଅନୁସାରେ ବନ୍ଧକ ଲିଷ୍ଟ ତିଆରି ହୋଇଥିଲା ।  ଏହା ବଦଳରେ ପାଲେଷ୍ଟାଇନ ବନ୍ଦୀମାନଙ୍କୁ ମୁକ୍ତ କରାଯିବ । ଏହି ଯାଞ୍ଚ ପ୍ରକ୍ରିୟା ହେଉଛି ହାମାସ ଏବଂ ଇସ୍ରାଏଲ୍ ମଧ୍ୟରେ ବର୍ତ୍ତମାନ ଆଲୋଚନା ଚାଲିଥିବା ଏକ ଅଂଶବିଶେଷ ।

publive-image କତାରର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ଅବଦୁଲ୍ଲାହମାନ ବିନ୍ ଜସିମ ଅଲ-ଥାନି

ହାମାସ ସହିତ ଇସ୍ରାଏଲର କଥାବାର୍ତ୍ତା ପରୋକ୍ଷରେ ଭାବରେ କତାର ମାଧ୍ୟମରେ ଚାଲିଛି । ହମାସର ରାଜନୈତିକ ନେତୃତ୍ୱ କତାରରେ ଆଶ୍ରୟ ନେଇଛନ୍ତି । ଦୋହାରେ ମଧ୍ୟସ୍ଥତା କରିବାକୁ କତାରର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ଅବଦୁଲ୍ଲାହମାନ ବିନ୍ ଜସିମ ଅଲ-ଥାନି ପ୍ରସ୍ତାବ ଦେଇଥିଲେ। ତା ପରଦିନ ସେ ଆମେରିକାର ସିଆଇଏ ନିର୍ଦ୍ଦେଶକ ୱିଲିୟମ୍ ଜେ ବର୍ନ୍ସ ଏବଂ ଇସ୍ରାଏଲର ଗୁପ୍ତଚର ଏଜେନ୍ସି ମୁଖ୍ୟ ଡେଭିଡ ବର୍ଣ୍ଣିଆଙ୍କ ସହ ସାକ୍ଷାତ କରି ବନ୍ଧକ ମୁକ୍ତି ବିଷୟରେ ଆଲୋଚନା କରିଥିଲେ । ଏହି ଡିଲ୍ କାର୍ଯ୍ୟକାରୀ କରିବାକୁ ମୋସାଦ କାତାର ଏବଂ ସିଆଇଏ ସହିତ ମିଳିତ ଭାବେ କାମ କରିଛନ୍ତି ।

ଇସ୍ରାଏଲର ଅଧିକାରୀମାନେ କତାରର ଏହି ସହାୟତାକୁ ପ୍ରଶଂସା କରିବା ସହ ସେମାନେ ଚାହାଁନ୍ତି ଯେ କତାର କେବଳ ମଧ୍ୟସ୍ଥତା କରିବା ପରିବର୍ତ୍ତେ ସେମାନଙ୍କ ବନ୍ଦୀମାନଙ୍କୁ ମୁକ୍ତ କରିବାକୁ ହମାସକ ଉପରେ ଚାପପ୍ରୟୋଗ କରନ୍ତୁ । ଇସ୍ରାଏଲର ଅଧିକାରୀମାନେ ବିଶ୍ୱାସ କରନ୍ତି ଯେ ଆଲୋଚନାକୁ ଉତ୍ସାହିତ କରିବା ଏବଂ ହମାସ ଉପରେ ଚାପ ପକାଇବାରେ ଇଜିପ୍ଟ ମଧ୍ୟ ଏକ ସହାୟକ ଭୂମିକା ଗ୍ରହଣ କରିଛି ।