ଗାଜା ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍ । ଚାଲିଗଲା ୧୦ ଜଣଙ୍କ ଜୀବନ ।

ଗାଜା ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍ । ଚାଲିଗଲା ୧୦ ଜଣଙ୍କ ଜୀବନ ।

Smoke billows above buildings after an Israeli airstrike on Gaza City in the Gaza Strip early on May 15, 2021. - Israel faced a widening conflict on May 14, as deadly violence erupted across the West Bank amid a massive aerial bombardment in Gaza and unprecedented unrest among Arabs and Jews inside the country. (Photo by MAHMUD HAMS / AFP)

କନକ ବ୍ୟୁରୋ: ଗୋଟିଏ ପଟେ ତାଇୱାନ ଚୀନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଘନୋଉଥିବା ବେଳେ ଇସ୍ରାଏଲ୍ ଗାଜା ଉପରେ ଆକାଶମାର୍ଗରୁ ଏୟାରଷ୍ଟ୍ରାଇକ୍ କରିଛି । ତେବେ ଏୟାର ଷ୍ଟ୍ରାଇକ୍ କାରଣରୁ ଗାଜାର ୧୦ ଜଣଙ୍କ ଜୀବନ ଯାଇଛି । ପାଲେଷ୍ଟାଇନ ଅଧିକାରୀଙ୍କ ତରଫରୁ ମିଳିଥିବା ସୂଚନା ମୁତାବକ ଏହି ଆକ୍ରମଣ କାରଣରୁ ଜଣେ ବରିଷ୍ଠ କମାଣ୍ଡରଙ୍କର ମଧ୍ୟ ଜୀବନ ଯାଇଛି । ତେବେ ଇଜ୍ରାଏଲ ତରଫରୁ ମଧ୍ୟ ସୀମାଠାରୁ ୮୦ କିଲୋମିଟର ମଧ୍ୟରେ ସମସ୍ତ ସ୍କୁଲକୁ ବନ୍ଦ ରଖାଯାଇିଛି । ଲୋକମାନଙ୍କ ଗତିବିଧିକୁ ମଧ୍ୟ ଏହି ଅଞ୍ଚଳରେ ବାରଣ କରାଯାଇଛି । ସେହିପରି ଇସ୍ରାଏଲ ତରଫରୁ କୁହାଯାଇଛି କି ଚଳିତ ସପ୍ତାହର ଆରମ୍ଭରୁ ଦଖଲ ହୋଇଥିବା ପଶ୍ଚିମ ତଟରୁ ଜଣେ ବରିଷ୍ଠ ପାଲେଷ୍ଟାଇନ ବିଦ୍ରୋହୀଙ୍କୁ ଗିରଫ କାରଣରୁ ବିବାଦ ବଢିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe