ଗାଜାର ଇସଲାମିକ ବିଶ୍ୱବିଦ୍ୟାଳୟ ଉପରେ ଇସ୍ରାଏଲର ରକେଟ ମାଡ । ବିସ୍ଫୋରଣ ପରେ ଭିଡ଼ିଓ ସେୟାର କରି ଇସ୍ରାଏଲ କହିଲା, ଏଠାରେ...

ଗାଜାର ଇସଲାମିକ ବିଶ୍ୱବିଦ୍ୟାଳୟ ଉପରେ ଇସ୍ରାଏଲର ରକେଟ ମାଡ । ବିସ୍ଫୋରଣ ପରେ ଭିଡ଼ିଓ ସେୟାର କରି ଇସ୍ରାଏଲ କହିଲା, ଏଠାରେ...

କନକ ବ୍ୟୁରୋ : ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଜାରି ରହିଛି । କେତେବେଳେ ଇସ୍ରାଏଲ ପକ୍ଷରୁ ଆକ୍ରମଣକୁ ଜୋରଦାର କରାଯାଉଛି ତ ପୁଣି କେତେବେଳେ ହମାସ ଆତଙ୍କବାଦୀ ଅଚାନକ ଆକ୍ରମଣ କରୁଛନ୍ତି । ଏସବୁ ଭିତରେ ପାଲେଷ୍ଟାଇନର ଗାଜା ପଟ୍ଟିରେ ଇସ୍ରାଏଲ ଗୋଟିଏ ପରେ ଗୋଟିଏ ରକେଟ ମାଡ କରି ଚାଲିଛି । ଇସ୍ରାଏଲ ବାୟୁସେନା କହିଛି ଯେ, ଗାଜାରେ ଥିବା ଏକ ଇସଲାମ ବିଶ୍ୱବିଦ୍ୟାଳୟ ଉପରେ ମଧ୍ୟ ରକେଟ ମାଡ କରାଯାଇଛି । ଏହି ବିଶ୍ୱବିଦ୍ୟାଳୟ ହମାସ ଆତଙ୍କବାଦୀ ସଙ୍ଗଠନର ଇଞ୍ଜିନିୟରଙ୍କ ଆଡ୍ଡା ଥିଲା ବୋଲି ଇସ୍ରାଏଲ ବାୟୁସେନା କହିଛି । ଏଠାରେ ହମାସ ନିଜର ଇଞ୍ଜିନିୟର ମାନଙ୍କୁ ଟ୍ରେନିଂ ଦେଉଥିଲା । ଏହି ବିଶ୍ୱବିଦ୍ୟାଳୟ ଭିତରେ ରହି ଯୁଦ୍ଧ ପରିଚାଳନା କରୁଥିଲେ ହମାସ ଆତଙ୍କବାଦୀ ଗୋଷ୍ଠୀ । ଏଠାରୁ ଟ୍ରେନିଂ ନେବା ପରେ ଇଞ୍ଜିନିୟର ମାନେ ହମାସ ପାଇଁ ଅସ୍ତ୍ରଶସ୍ତ୍ର ତିଆରି କରୁଥିଲେ ।

ଇସ୍ରାଏଲ ସେନା ନିଜର ଅଫିସିଆଲ ଏକ୍ସ ଆକାଉଣ୍ଟରୁ ଏହାର ଭିଡ଼ିଓ ଜାରି କରିଛି । ଯେଉଁ ଭିଡ଼ିଓରେ ବୋମା ବିସ୍ଫୋରଣ ହେଉଥିବାର ଦେଖିବାକୁ ମିଳିଛି । ଏହାସହ ସେନା ପକ୍ଷରୁ କୁହାଯାଇଛି ଯେ, ଶିକ୍ଷା କେନ୍ଦ୍ରକୁ ହମାସ ବିସ୍ଫୋରଣ କେନ୍ଦ୍ର କରି ସାରିଛି । ହମାସ ଆତଙ୍କବାଦୀ ଲୁଚିଥିବା ଆଡ୍ଡାରେ ଘନ ଘନ କରୁଛି ଇସ୍ରାଏଲ ସେନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe