କନକ ବ୍ୟୁରୋ: ଯୁଦ୍ଧ ଭିତରେ ଆଶ୍ୱସ୍ତି । ତିନି ଦିନ ପାଇଁ ୪ ଘଣ୍ଟା ଲେଖାଏ ଯୁଦ୍ଧ ବିରତି ପାଇଁ ରାଜି ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ମାନବିକତା ଦୃଷ୍ଟିରୁ ଇସ୍ରାଏଲ ରାଜି ହୋଇଥିବା ନେଇ ଆମେରିକାର ହ୍ୱାଇଟ ହାଉସ୍ ପକ୍ଷରୁ ସୂଚନା ଦିଆଯାଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ପରେ ଏଭଳି ନିଷ୍ପତି ନିଆଯାଇଛି । ପ୍ରତି ବଦଳରେ ହମାସ ଡର୍ଜନରୁ ଅଧିକ ପଣବନ୍ଦୀଙ୍କୁ ଛାଡିବ ବୋଲି ସୂଚନା ମିଳିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଉତ୍ତର ଗାଜାରେ ଇସ୍ରାଏଲ ଘନ ଘନ ରକେଟ ମାଡ କରୁଥିବାରୁ ସାଧାରଣ ନାଗରିକଙ୍କୁ ଯିବା ପାଇଁ ସମୟ ଦିଆଯିବ । ଯୁଦ୍ଧକୁ ମାସଟେ ପୁରିଯାଇଥିବା ବେଳେ ଇସ୍ରାଏଲ ସେନାର ଆକ୍ରମଣରେ ପ୍ରାୟ ୧୧ ହଜାର ପାଲେଷ୍ଟାଇନଙ୍କ ମୃତ୍ୟୁ ହେଲାଣି । ଯେଉଁଥିରେ ସାଢେ ୪ ହଜାର ଶିଶୁ ଅଛନ୍ତି । ଏହାଛଡା ଦେଢ ହଜାରୁ ଅଧିକ ଶିଶୁ ଏବେ ନିଖୋଜ ଅଛନ୍ତି । ଯେଉଁମାନଙ୍କର ମୃତ୍ୟୁ ହୋଇସାରିଥିବା କୁହାଯାଇଛି । ଇସ୍ରାଏଲ ସେନା ପକ୍ଷରୁ ହମାସ ଆତଙ୍କବାଦୀ ଲୁଚିଥିବା ଜନବସତି ଏବଂ ମସଜିଦରେ ଅଞ୍ଚଳରେ ରକେଟ ମାଡ କରୁଛି । ତେବେ ଗାଜା ଅକ୍ତିଆର ପାଇଁ ଇସ୍ରାଏଲ ଚାହୁଁନଥିବା କହିଛନ୍ତି ବେଞ୍ଜାମିନ ନେତାନ୍ୟାହୁ ।