ନିର୍ବାଚନ ପୂର୍ବରୁ ‘ଦ୍ୱୀପ’ ତାତି: ଆରଟିଆଇ ରିପୋର୍ଟରେ ଆଧାରରେ ମୋଦୀଙ୍କ ଅଭିଯୋଗ

296

କନକ ବ୍ୟୁରୋ: କଂଗ୍ରେସ ସରକାରଙ୍କ ଏକ ନିଷ୍ପତି ଉପରେ ଏବେ ପ୍ରଶ୍ନ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସରକାର ୧୯୭୪ ମସିହାରେ ଶ୍ରୀଲଙ୍କା ହାତକୁ ‘କାଚ୍ଚାଥିଭୁ ଦ୍ୱୀପ’ ଦେଇଥିବା ନିଜର ସୋସିଆଲ ମିଡିଆ ଆକାଉଁଟ ଏକ୍ସରେ ଏହି ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସୋସିଆଲ ମିଡିଆ ଏକ୍ସରେ ମୋଦୀ କହିଛନ୍ତି ଯେ………

ନିର୍ବାଚନ ପୂର୍ବରୁ ‘ଦ୍ୱୀପ’ ତାତି
-ପୂର୍ବତନ ପ୍ରଧାନମନ୍ତ୍ରୀ ଦିବଂଗତ ଜବାହାରଲାଲ ନେହେରୁ କାଚ୍ଚାଥିଭୁ ଦ୍ୱୀପକୁ ସାମାନ୍ୟ ଭାବୁଥିଲେ
-କାଚ୍ଚାଥିଭୁ ଦ୍ୱୀପ ପ୍ରସଙ୍ଗରେ ୧୯୭୪ ଜୁନ ୧୬ରେ କଲମ୍ବୋରେ ଓ ଜୁନ ୧୮ରେ ଦିଲ୍ଲୀରେ ବୈଠକ ବସିଥିଲା
-ବୈଠକରେ ଦ୍ୱୀପକୁ ଶ୍ରୀଲଙ୍କାକୁ ଦେବାକୁ ଉଭୟ ଦେଶ ମଧ୍ୟରେ ସହମତି ସହ ବୁଝମଣା ହୋଇଥିଲା
-୧୯୭୪ ମସିହାରେ ଇନ୍ଦିରା ଗାନ୍ଧୀ ଶ୍ରୀଲଙ୍କାକୁ ଉପହାର ଭାବେ ଏହି ଦ୍ୱୀପକୁ ଦେଇଥିଲେ
-ସର୍ତ୍ତ ଅନୁସାରେ ରାମେଶ୍ୱରମ ଓ ଶ୍ରୀଲଙ୍କା ମଧ୍ୟଭାଗରେ ଥିବା ଦ୍ୱୀପକୁ ଉଭୟ ଭାରତ ଓ ଶ୍ରୀଲଙ୍କା ମତ୍ସ୍ୟଜୀବୀ ବ୍ୟବହାର କରୁଛନ୍ତି
-ଆରଟିଆଇ ରିପୋର୍ଟ ଆଧାରରେ ପ୍ରଧାନମନ୍ତ୍ରୀ ମୋଦି ଅଭିଯୋଗ ଆଣିଛନ୍ତି

ସାଧାରଣ ନିର୍ବାଚନ ପୂର୍ବରୁ ସଂଗୀନ ଅଭିଯୋଗ ଉଠିବାପରେ ଏହାକୁ ନେଇ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି । କଂଗ୍ରେସ କହିଛି ଦୀର୍ଘବର୍ଷ ର ଘଟଣାକୁ ବିଜେପି ଜାଣିଶୁଣି ନିର୍ବାଚନୀ ପ୍ରସଙ୍ଗ କରୁଛି । ୧୦ବର୍ଷ ଧରି କ୍ଷମତାରେ ଥିବା ବିଜେପି ସରକାର ପୂର୍ବରୁ କ’ଣ ପାଇଁ ପ୍ରସଙ୍ଗ ଉଠାନଥିଲେ, କ’ଣ ପାଇଁ ଦ୍ୱୀପକୁ ଫେରାଇ ଆଣିନାହାଁନ୍ତି ।

ଏହି ଦ୍ୱୀପ ତାମିଲନାଡୁ ରାମେଶ୍ୱରମଠୁ ୧୯ ଟ ଶ୍ରୀଲଙ୍କା ଜାଫାନଠାରୁ ୧୬ କିମି ଦୂରରେ ରହିଛି । ଏହାର ଆଖପାଖରେ ଅନେକ ଛୋଟ ବଡ ଦ୍ୱୀପ ରହିଛି । କାଚ୍ଚାଥିବୁ ଦ୍ୱୀପର ଆକାର ୨୫୮ ଏକର । ଏହା ବଙ୍ଗୋପସାଗର ଓ ଆରବସାଗରକୁ ସଂଯୋଗ କରୁଛି । ତେବେ ତାମିଲନାଡୁ ବିଜେପି ସଭାପତି ଆନାମଲ୍ଲାଇଙ୍କ ପକ୍ଷରୁ ଆରଟିଆଇକୁ ମଗାଯାଇଥିବା ସୂଚନାରୁ ଏକଥା ସାମ୍ନାକୁ ଆସିଛି ।