ଇମ୍ରାନ ଖାନଙ୍କୁ ଆଉ ଏକ ଝଟକା : ଇସଲାମାବାଦ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି; ଗିରଫଦାରୀକୁ କହିଲା ବୈଧ

Advertisment
ଇମ୍ରାନ ଖାନଙ୍କୁ ଆଉ ଏକ ଝଟକା : ଇସଲାମାବାଦ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି; ଗିରଫଦାରୀକୁ କହିଲା ବୈଧ

କନକ ବ୍ୟୁରୋ : ଗିରଫ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ବଡ ଝଟକା ଲାଗିଛି । ଇମ୍ରାନଙ୍କ ଗିରଫଦାରୀ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି ଇସଲାମାବାଦ ହାଇକୋର୍ଟ । କୋର୍ଟ ଇମ୍ରାନଙ୍କ ଗିରଫକୁ ବୈଧ ବୋଲି ଦର୍ଶାଇଛନ୍ତି । ଇମ୍ରାଙ୍କ ଗିରଫଦାରୀ ଅବୈଧ ଘୋଷଣା କରିବା ପାଇଁ ହାଇକୋର୍ଟରେ ଆବେଦନ ହୋଇଥିଲା ।

ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । ଏହା ସହ ଗୃହସଚିବ ଓ ଇସଲାମାବାଦ ଆଇଜିଙ୍କୁ ଅଦାଲତ ଅବମାନନା କେଶ ରୁଜୁ କରାଯାଇଛି । ତେବେ ଅନ୍ୟ କିଛି ଇମ୍ରାନଙ୍କ ସମର୍ଥକଙ୍କ ଗିରଫଦାରୀ ଉପରେ ରୋକ ଲଗାଇଛନ୍ତି ଇସଲାମାବାଦ ହାଇକୋର୍ଟ । ଇସଲାମାବାଦ ହାଇକୋର୍ଟ ବାହାରେ ରେଂଜର୍ସ ଦ୍ୱାରା ଗିରଫ ହୋଇଛନ୍ତି ଇମ୍ରାନ ଖାନ୍ ।

ଇମରାନ ଖାନଙ୍କ ଦଳ ପାକିସ୍ତାନ ତେହରିକେ ଇନସାଫ ତରଫରୁ ତାଙ୍କୁ ଗିରଫ କରାଯିବାର ଭିଡିଓ ସେୟାର କରାଯାଇଥିଲା । ନିଜ ବିରୋଧରେ ଦାୟର କିଛି ମାମଲାରେ ଜାମିନ୍ ଆବେଦନ ପାଇଁ ଇସଲାମାବାଦ ହାଇକୋର୍ଟ ପହଞ୍ଚିଥିଲେ ପିଟିଆଇ ମୁଖ୍ୟ ଇମ୍ରାନ । ଠିକ୍ ଏହି ସମୟରେ କୋର୍ଟ ପରିସରରେ ପହଞ୍ଚି ଜୋର ଜବରଦସ୍ତ ଇମ୍ରାନଙ୍କୁ ଗିରଫ କରିଥିଲା ପାକିସ୍ତାନ ରେଂଜର୍ସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe