କନକ ବ୍ୟୁରୋ : ଇସ୍କନରେ ଚାକିରି ପାଇଁ ବାହାରିଲା ବିଜ୍ଞାପନ । ଦେଶ ଭିତରେ ଓ ବାହାରେ ମିଳିବ ନିଯୁକ୍ତି । ସାରା ଜୀବନ ଖାଦ୍ୟ ପୋଷାକ, ଜୋତା, ଚିକିତ୍ସା ଓ ଗସ୍ତ ଖର୍ଚ୍ଚ ଯୋଗାଇଦେବାକୁ ମଧ୍ୟ ଏଥିରେ ପ୍ରତିଶ୍ରୁତି ମିଳିଛି । ଭାଗବତ, ରାମାୟଣ ଓ ମହାଭାରତ ବହି ବଂଟନ ସହ କରିବାକୁ ହେବ ଗୋପାଳନ କାମ । ରିତୁପର୍ଣ୍ଣା ଚାଟାର୍ଜୀ ନାମକ ଜଣେ ଟୁଇଟର ବ୍ୟବହାରକାରୀ ଏକ ଟୁଇଟ୍ ସେୟାର କରିଛନ୍ତି । ଅଶୋକ ଅମୃତ ଦାସ କରିଥିବା ଏହି ଟୁଇଟରେ ଇସ୍କନରେ ନିଯୁକ୍ତି ପାଇଁ ସୁଯୋଗ ଥିବା କୁହାଯାଇଛି । ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା କିମ୍ବା ବୟସର କୌଣସି ସୀମା ନାହିଁ । ତେବେ କୃଷ୍ଣଙ୍କ ଭାବଧାରାରେ ନିମଜ୍ଜିତ ହୋଇ କାମ କରିବାକୁ ହେବ ।
ମୁଖ୍ୟତଃ ରାମାୟଣ, ମହାଭାରତ, ଶ୍ରୀମଦ ଭଗବତ ଗୀତା, କୃଷ୍ଣ ପରି ପୁସ୍ତକ ବିତରଣ କରିବାକୁ ହେବ । ଏହାସହ ଗୋସେବା କରିବାକୁ ହେବ । ଏଥିପାଇଁ କୌଣସି ମାସିକ ପାରିଶ୍ରମିକ ମିଳିବ ନାହିଁ । ତେବେ ସାରା ଜୀବନ ଖାଇବା-ରହିବା, ପୋଷାକ, ଜୋତା, ଔଷଧ ଓ ଯାତ୍ରା ଖର୍ଚ୍ଚ ଇସ୍କନ ପକ୍ଷରୁ ବହନ କରାଯିବ । ଆପଣ ଦୁଇ, ତିନି, ଚାରି କିମ୍ବା ଛଅ ଚକିଆ ଗାଡ଼ି ଚାଳନାରେ ନିଯୁକ୍ତ ହୋଇପାରନ୍ତି । ଏହାସହ ହାରମୋନିୟମ, ମୃଦଙ୍ଗ ଓ କରତାଳ ପରି ବାଦ୍ୟ ବଜାିବାକୁ ପଡ଼ିପାରେ । ତେବେ ନିଯୁକ୍ତି ପରେ କିଛି ନିର୍ଦ୍ଦିଷ୍ଟ ନୀତି ନିୟମ ପାଳନ କରିବାକୁ ପଡ଼ିବ । ଯେପରିକି ପ୍ରାତଃ ୩ଟା ୪୫ରୁ ଉଠିବାକୁ ହେବ । ଏହାସହ ନିତ୍ୟକର୍ମ ସାରି ପ୍ରାତଃ ସାଢ଼େ ୪ଟାରେ ମଙ୍ଗଳ ଆରତିରେ ଭାଗ ନେବାକୁ ହେବ । ସେହିପରି ରାତି ୮ଟା ୩୦ ସୁଦ୍ଧା ଆପଣଙ୍କୁ ଶୋଇବାକୁ ହେବ । ଏହାସହ ବାସସ୍ଥାନକୁ ସ୍ୱଚ୍ଛ ରଖିବା ସହ ନିଜ ପୋଷାକପତ୍ର ଧୋଇବା ପରି କାର୍ଯ୍ୟ କରିବାକୁ ପଡ଼ିବ ।
Follow Us