ଅଦିନିଆ ରଥଯାତ୍ରାକୁ ନେଇ ବଢ଼ୁଛି ଅସନ୍ତୋଷ । ସଂସ୍କୃତି ମନ୍ତ୍ରୀ କହିଲେ, ସରକାରଙ୍କ ଜ୍ଞାତ ସାରରେ ରହିଛି ପ୍ରସଙ୍ଗ, ନିଆଯିବ ପଦକ୍ଷେପ

ଗତ ସପ୍ତାହରେ ମୁମ୍ବାଇର ଶିବାଜୀ ପାର୍କରେ ରଥଯାତ୍ରାର ଆୟୋଜନ କରିଥିଲା ଇସକନ

246

କନକ ବ୍ୟୁରୋ: ମୁମ୍ବାଇରେ ଅଦିନିଆ ରଥଯାତ୍ରା ନେଇ ବଢ଼ୁଛି ଅସନ୍ତୋଷ । ଏନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ସେ କହିଛନ୍ତି ଏହି ପ୍ରସଙ୍ଗ ସରକାରଙ୍କ ଜ୍ଞାତ ସାରରେ ଅଛି । ଜଗନ୍ନାଥ ସଂସ୍କୃତି ପ୍ରତି କୁଠାର ଘାତ । ତେବେ ବାହାର ରାଜ୍ୟ ଓ ବାହାର ଦେଶରେ ସରକାର ଆଇନ ଭିତିରେ ବନ୍ଧା ନାହାଁନ୍ତି । ଏନେଇ ପଦକ୍ଷେପ ନିଆଯିବ ।

ସେହିପରି ପୂର୍ବତନ ପୁରୀ ବିଧାୟକ ମହେଶ୍ୱର ମହାନ୍ତି କହିଛନ୍ତି ଏହାକୁ ଆମେ ସବୁ ଜଗନ୍ନାଥ ପ୍ରେମୀ ବିରୋଧ କରିବା ଆବଶ୍ୟକ । ଏହି ଆହୁରି ଅଧିକ ବିରୋଧ ହେବ । ଇସକନକୁ ତାଗିଦ କରିବା ସମୟ ଆସିଛି । ଗତ ସପ୍ତାହରେ ମୁମ୍ବାଇର ଶିବାଜୀ ପାର୍କରେ ଅନୁଷ୍ଠିତ ହୋଇଥିଲା ଅଦିନିଆ ରଥ ଯାତ୍ରା । ଇସକନ ପକ୍ଷରୁ ଆୟୋଜିତ ଏହି ରଥଯାତ୍ରାର ଭିଜୁଆଲ ସୋସିଆଲ ମିଡିଆରେ ଘୁରିବୁଲିଥିଲା ।

ଯେଉଁଥିରେ ରଥ ଯାତ୍ରା କିପରି ପାଳନ କରାଯାଉଛି, କଣ ରହିଛି ରିତିନୀତି ସେ ସମ୍ପର୍କରେ ଉଲ୍ଲେଖ ରହିଛି । ତେବେ ଏସବୁ ରୀତିନିତି , ଶ୍ରୀମନ୍ଦିର ବିଧି ପରମ୍ପରାରର ବିରୋଧି ହୋଇଥିବାରୁ ଏହି ଅଦିନିଆ ରଥ ଯାତ୍ରାକୁ ନେଇ ବିବାଦ ମୁଣ୍ଡ ଟେକିଛି । ପ୍ରଶ୍ନ ଉଠିଛି, ଅସମୟରେ ରଥ ଯାତ୍ରା କେତେ ଯଥାର୍ଥ ।