ଇସ୍କନ ପାଳିବନି ଅଦିନିଆ ରଥଯାତ୍ରା । ପୁରୀ ରଥଯାତ୍ରା ତିଥି ଅନୁସାରେ ପାଳନ ହେବ ରଥଯାତ୍ରା, ଓଡ଼ିଆ ଭକ୍ତଙ୍କ ଭାବନାକୁ ସମ୍ମାନ ଜଣାଇ ନିଆଗଲା ନିଷ୍ପତି ।

Advertisment
ଇସ୍କନ ପାଳିବନି ଅଦିନିଆ ରଥଯାତ୍ରା । ପୁରୀ ରଥଯାତ୍ରା ତିଥି ଅନୁସାରେ ପାଳନ ହେବ ରଥଯାତ୍ରା, ଓଡ଼ିଆ ଭକ୍ତଙ୍କ ଭାବନାକୁ ସମ୍ମାନ ଜଣାଇ ନିଆଗଲା ନିଷ୍ପତି ।

କନକ ବ୍ୟୁରୋ : ଇସ୍କନ ପାଳିବନି ଅଦିନିଆ ରଥଯାତ୍ରା । ପ୍ରବଳ ବିରୋଧ ପରେ ଚେତିଲା ଲୁଧିଆନା ଇସ୍କନ । ଆସନ୍ତା ନଭେମ୍ବରରେ ଲୁଧିଆନରେ ହେବାକୁ ଥିବା ରଥଯାତ୍ରା ପାଳନରୁ ଓହରିଲା ଇସ୍କନ । ଇସ୍କନ ଲୁଧିଆନା ଶାଖାର ସଭାପତି ଏନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି ।

ଜଗନ୍ନାଥ ପ୍ରେମୀଙ୍କ ଭାବନା ଓ ଓଡ଼ିଶାବାସୀଙ୍କ ଭାବାବେଗକୁ ସମ୍ମାନ ଦେଇ ଏହି ରଥଯାତ୍ରା ବନ୍ଦ କରାଯାଇଛି ବୋଲି ସେ କହିଛନ୍ତି। ଏଣିକି ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ରଥଯାତ୍ରା ପାଳନ କରାଯିବ ବୋଲି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି। ଅର୍ଥାତ ପୁରୀ ରଥଯାତ୍ରାର ତିଥି ଅନୁସାରେ ସେଠାରେ ରଥଯାତ୍ରା ପାଳନ କରାଯିବ।

ଅଦିନିଆ ରଥଯାତ୍ରା ପାଳନ ଖବର ସାମ୍ନାକୁ ଆସିବା ପରେ ଇସ୍କନ ଲୁଧିଆନା ନାଁରେ ପୁରୀ ଓ ରାଉରକେଲାରେ ୩ଟି ମାମଲା ରୁଜୁ ହୋଇଥିଲା । ଏପରିକି ଗତ ବିଧାନସଭା ଅଧିବେଶନ ସମୟରେ ଏହି ପ୍ରସଙ୍ଗ ଉଠାଇଥିଲେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଗୋଟିଏ ତିଥିରେ ରଥଯାତ୍ରା କରାଯାଉ ବୋଲି ସେ ଦାବି କରିଥିଲେ । ସୌମ୍ୟରଂଜନ କହିଛନ୍ତି, ଜଗନ୍ନାଥ ସଂସ୍କୃତି ପ୍ରଚାର ପସାର କରିବା ଭଲ କଥା, କିନ୍ତୁ ଅଦିନିଆ ରଥଯାତ୍ରା କରିବା ଠିକ୍ ନୁହେଁ । ଏପରିକି ଏ ବାବଦରେ ପଞ୍ଚାବ ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଥା ହେବାକୁ ଅନୁରୋଧ କରିଥିଲେ ।

ଏହାଛଡା ନିକଟରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଗୋଟିଏ ଦିନରେ ରଥଯାତ୍ରା କରିବା ନେଇ ପଦକ୍ଷେପ ନେବାକୁ ଏକ ସବକମିଟି ଗଠନ କରାଯାଇଛି । ସମସ୍ତ ରାଜ୍ୟ ସରକାରଙ୍କୁ ଚିଠି ଲେଖି ନିର୍ଦ୍ଦିଷ୍ଟ ତିଥିରେ ରଥଯାତ୍ରା କରିବାକୁ ସରକାରଙ୍କୁ ଅନୁରୋଧ କରିଛି ପରିଚାଳନା କମିଟି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe