ୟୁରୋପରେ ଆତ୍ମଘାତୀ ଆକ୍ରମଣର ଷଡଯନ୍ତ୍ର ରଚୁଛି ଆଇଏସଆଇଏସ, ବ୍ରିଟିଶ ମିଡିଆ ରିପୋର୍ଟ ଦେଲା ସୂଚନା

ୟୁରୋପରେ ଆତ୍ମଘାତୀ ଆକ୍ରମଣର ଷଡଯନ୍ତ୍ର ରଚୁଛି ଆଇଏସଆଇଏସ, ବ୍ରିଟିଶ ମିଡିଆ ରିପୋର୍ଟ ଦେଲା ସୂଚନା

source : EavesRock

ବର୍ଷ ୨୦୧୫ରେ ପ୍ୟାରିସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୩୦ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହି ଆତ୍ମଘାତୀ ଆକ୍ରମଣ ରଚିଥିଲା ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ ଅଫ୍ ଇରାକ ଆଣ୍ଡ ସିରିଆ (ଆଇଏସଆଇଏସ୍)। ସେହିଭଳି ବଡ ଧରଣର ଆକ୍ରମଣ ସାରା ୟୁରୋପ ମହାଦେଶରେ ରଚିବାକୁ ଆଇଏସଆଇଏସ୍ ଯୋଜନା କରୁଥିବା ଜବତ ହୋଇଥିବା ଦସ୍ତାବିଜରୁ ଜଣାପଡିଛି।

ସୂଚନା ମୁତାବକ, ସିରିଆରେ ଏହା ମୂଳପୋଛ ହୋଇଯାଇଥିଲେ ମଧ୍ୟ ଅନ୍ୟ ଅଞ୍ଚଳରେ ଏବେବି ଆଇଏସଆଇଏସ ନିଜ ଆତଙ୍କବାଦୀ ନେଟୱାର୍କ ପୂର୍ବ ଭଳି ପରିଚାଳନା କରୁଛି। ଆତଙ୍କବାଦୀଙ୍କୁ ବିଭିନ୍ନ ଦେଶର ସୀମାପାର କରାଇବା, ପାଣ୍ଠି ଯୋଗାଇବା, ହତ୍ୟା, ବ୍ୟାଙ୍କ ଲୁଟ, ଗାଡି ଧକ୍କା କରି ଦୁର୍ଘଟଣା ଏବଂ କମ୍ପ୍ୟୁଟର ହ୍ୟାକ୍ ଇତ୍ୟାଦି କାର୍ଯ୍ୟକଳାପରେ ତାଲିମ ଦେଉଥିବା ଜଣାପଡିଛି। ଗତବର୍ଷ ସିରିଆରେ ହୋଇଥିବା ସଂଘର୍ଷ ବେଳେ ଆଇଏସଆଇଏସ୍ ଛାଡିଯାଇଥିବା କମ୍ପ୍ୟୁଟର ହାର୍ଡ ଡିସ୍କରୁ ଏଭଳି ସାଙ୍ଘାତିକ ତଥ୍ୟ ସବୁ ମିଳିଛି।। ଆତଙ୍କବାଦୀଙ୍କ ଯୋଜନା ବିଷୟରେ ସୂଚନା ଦେଇଛି ‘ସଣ୍ଡେ ଟାଇମ୍ସ’। ଉଦ୍ଧାର ହୋଇଥିବା ଦସ୍ତାବିଜରେ ୨୦୧୫ ପ୍ୟାରିସ ଗଣହତ୍ୟା ଏବଂ ୨୦୧୭ ମ୍ୟାନହଟ୍ଟନ ଆକ୍ରମଣ ଉଲ୍ଲେଖ ଥିବାରୁ ସେହିଭଳି ଆକ୍ରମଣ ୟୁରୋପରେ ହେବା ଆଶଙ୍କା ପ୍ରକାଶ ପାଇଛି। ଏହି ନେଟୱାର୍କର ଗୋଟିଏ ସେଲ୍ ରୁଷିଆରେ ଥିବାବେଳେ ଅନ୍ୟ ଦୁଇଟି ଜର୍ମାନୀରେ କାର୍ଯ୍ୟକ୍ଷମ ଅଛି। ଅନ୍ୟ ଗୋଟିଏ ସେଲ୍ ଉତ୍ତରପୂର୍ବ ସିରିଆରେ କରିବାକୁ ଯୋଜନା କରୁଛି ଏହି ସଂଗଠନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe