ଆଫଗାନିସ୍ତାର କାବୁଲ ବିମାନବନ୍ଦରରେ ଆଇଏସଆଇଏସ କରିପାରେ ଆକ୍ରମଣ! ଆମେରିକା ଜାରି କଲା ଆଡଭାଇଜରୀ, ବିମାନବନ୍ଦର ଠାରୁ ଦୂରେଇ ରୁହ ।

Advertisment
ଆଫଗାନିସ୍ତାର କାବୁଲ ବିମାନବନ୍ଦରରେ ଆଇଏସଆଇଏସ କରିପାରେ ଆକ୍ରମଣ! ଆମେରିକା ଜାରି କଲା ଆଡଭାଇଜରୀ, ବିମାନବନ୍ଦର ଠାରୁ ଦୂରେଇ ରୁହ ।

କନକ ବ୍ୟୁରୋ : ତାଲିବାନର ଆତଙ୍କରେ ଆତଙ୍କିତ ଅବସ୍ଥାରେ ଥିବା କାବୁଲବାସୀଙ୍କ ପାଇଁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ଜ୍ଝ କାରଣ ଆମେରିକା ଆଶଙ୍କା କରିଛି ଯେ କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ଆକ୍ରମଣ କରିପାରେ । ଆମେରିକା ଏହାର ନାଗରିକମାନଙ୍କ ପାଇଁ ଏକ ଟ୍ରାଭେଲ ଆଡ଼ଭାଇଜରୀ ଜାରି କରିଛି । ଏଥିରେ କୁହାଯାଇଛି ଯେ କାବୁଲ ଏୟାରପୋର୍ଟଠାରୁ ଦୂରରେ ରୁହନ୍ତୁ ଜ୍ଝ ଆଇଏସଆଇଏସ ଏହି ବିମାନବନ୍ଦର ଉପରେ ଆକ୍ରମଣ କରିପାରେ । ସୂଚନା ଥାଉ କି ଆମେରିକା ଏକ ଲକ୍ଷ୍ୟ ସ୍ଥିର କରିଛି ଯେ ଅଗଷ୍ଟ ୩୧ ସୁଦ୍ଧା ସମସ୍ତ ଆମେରିକୀୟଙ୍କୁ ଆଫଗାନିସ୍ତାନରୁ ବାହାର କରିବ।

କାବୁଲ ବିମାନବନ୍ଦର ବର୍ତ୍ତମାନ ଆମେରିକାର ସେନାର ସୁରକ୍ଷା ଅଧୀନରେ ଅଛି। ଆଡ଼ଭାଇଜରୀରେ କୁହାଯାଇଛି ଯେ କେବଳ ସେହି ଲୋକ ବିମାନବନ୍ଦରକୁ ଆସନ୍ତୁ, ଯେଉଁମାନଙ୍କୁ ଆମେରିକା ସରକାରଙ୍କ ପ୍ରତିନିଧିମାନେ ଯାତ୍ରା କରିବାକୁ କହିଛନ୍ତି । ଆମେରିକାର ପ୍ରତିରକ୍ଷା ଅଧିକାରୀମାନେ କହିଛନ୍ତି ଯେ ସେମାନେ ଆଫଗାନିସ୍ତାନରେ ସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଅନ୍ୟାନ୍ୟ ଉପାୟ ଖୋଜାଯାଉଛି ।

ସୂଚନା ଥାଉ କି ଯେ ଆଇଏସଆଇଏସର ସମ୍ଭାବ୍ୟ ଆକ୍ରମଣ ବାବଦରେ ଆମେରିକା ଅଧିକ ସୂଚନା ଦେଇନାହିଁ। ଆତଙ୍କବାଦୀ ସଂଗଠନ ତାଲିବାନ ସପ୍ତାହକ ତଳେ କାବୁଲ ସମେତ ଆଫଗାନିସ୍ତାନର ଅଧିକାଂଶ ଅଂଶ ଦଖଲ କରିଥିଲା। ତାଲିବାନ ହାକାନି ନେଟୱାର୍କକୁ କାବୁଲର ସୁରକ୍ଷା ଦାୟିତ୍ୱ ଦେଇଛି। ଆଫଗାନିସ୍ତାନ ଛାଡିବାକୁ କାବୁଲ ବିମାନବନ୍ଦର ବାହାରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ ଲାଗି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe