ଆତଙ୍କବାଦୀ ସଂଗଠନ ଆଇଏସଆଇସର ଭାରତ ମୁଖ୍ୟ ଗିରଫ । ଆସାମରୁ ଗିରଫ କଲା ଏସଟିଏଫ ।

161

କନକ ବ୍ୟୁରୋ: ଆତଙ୍କବାଦୀ ସଂଗଠନ ଆଇଏସଆଇସର ଭାରତ ମୁଖ୍ୟ ଗିରଫ । ଆଇଏସଆଇସର ଭାରତ ମୁଖ୍ୟ ହାରିସ ଫାରୁକି ଓ ତାର ସହଯୋଗୀକୁ ଆସାମରୁ ଗିରଫ କରିଛି ଏସଟିଏଫ । ଆସାମର ଧୁବରି ଜିଲ୍ଲା ଅନ୍ତର୍ଗତ ଧର୍ମଶାଳାରୁ ଗିରଫ କରିବା ପରେ ଦୁଇ ଆତଙ୍କବାଦୀଙ୍କୁ ଗୌହାଟି ସ୍ଥିତ ଏସଟିଏଫ କାର୍ଯ୍ୟାଳୟକୁ ଅଣାଯାଇଛି । ଏସଟିଏଫ୍ ଦୁଇ ଜଣଙ୍କ ପଚରା ଉଚରା କରିବା ପରେ ଏନଆଇଏକୁ ହସ୍ତାନ୍ତର କରିବ ବୋଲି ସୂଚନା ମିଳିଛି ।

ହାରିସ ଫାରୁକି ଓ ତା ସହଯୋଗୀ ରେହାନକୁ ବାଂଲାଦେଶ ସୀମା ଦେଇ ଭାରତରେ ଅନୁପ୍ରବେଶ ଉଦ୍ୟମ କରିବା ବେଳେ ଧରାପଡିଛନ୍ତି । ଗୁଇନ୍ଦା ସୂଚନା ମିଳିବା ପରେ ଆସାମ ଏସଟିଏଫ ଚଢ଼ାଉ ଦୁଇ ଆତଙ୍କବଦୀଙ୍କୁ କାବୁ କରିଥିଲେ । ପୋଲିସ ସୂଚନା ଅନୁସାରେ ହାରିସ ଫାରୁକି ଓରଫ ହାରିସ ଅଜମଲ ଫାରୁକୀର ଘର ଡେହରାଡୁନର ଚକରାରେ । ସେହିପରି ଫାରୁକିର ସହଯୋଗୀ ଅନୁରାଗ ସିଂ ଓରଫ ରେହାନର ଘର ହରିୟାଣର ପାନିପତରେ । ଉଭୟ ଫାରୁକି ଓ ରେହାନ ଆଇଏସଆଇଏସ ସଂଗଠନ ପାଇଁ ପାଣ୍ଠି ଯୋଗାଡ ସହ ଆତଙ୍କବାଦୀ କାର୍ଯ୍ୟକଳାପକୁ ବାସ୍ତବରୂପ ଦେଉଥିଲେ । ପୂର୍ବରୁ ଉଭୟଙ୍କ ବିରୋଧର ଦିଲ୍ଲୀ, ଲକ୍ଷେ୍ନø ଏଟିଏସ ଓ ଏନଆଇଏରେ ମାମଲା ରହଛି ।