କନକ ବ୍ୟୁରୋ : ତାଲିବାନୀମାନେ ଆଫଗାନ ଦଖଲ କରିବା ପରେ ଏବେ ସେଠାରେ ସ୍ଥିତି ଅସମ୍ଭାଳ ହୋଇଛି । କାବୁଲ ବିମାନ ବନ୍ଦରରେ ଆଫଗାନ ନାଗରିକଙ୍କ ସହ ବିଦେଶୀ ନାଗରିକମାନେ ଆଫଗାନ ଛାଡିବାକୁ ଭିଡ ଜମାଇଥିବା ବେଳେ ସେଠାରେ ଏବେ ଏକ ବଡ ଧରଣର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଆହତଙ୍କ ବାବଦରେ ସ୍ପଷ୍ଟ ସୂଚନା ମିଳିନଥିଲେ ବି ୩ ଜଣ ଆମେରିକୀୟ ସୈନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ସଦ୍ୟ ସୂଚନା ମୁତାବକ ମୋଟ ୧୫ ଜଣ ଆହତ ହୋଇଥିବା ବେଳେ ୧୩ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ତାଲିବାନ ପକ୍ଷରୁ କୁହାଯାଇଛି । ଏନେଇ ପେଣ୍ଟାଗନ ଗଣମାଧ୍ୟମର ସେକ୍ରେଟାରୀ ଜନ କିରବୀ ଟ୍ୱିଟର ଯୋଗେ ସୂଚନା ଦେଇଛନ୍ତି ।
#UPDATE | "Explosion near the Abbey Gate of the Kabul airport has resulted in an unknown number of casualties," tweets John Kirby, Assistant to the Secretary of Defense for Public Affairs, the US #Afghanistanpic.twitter.com/VpTf5U4lbI
— ANI (@ANI) August 26, 2021
ଅନ୍ୟପଟେ ଏହି ଆକ୍ରମଣ ଆଇଏସଆଇଏସ କରିଥିବା ନେଇ ନିଜ ତରଫରୁ ଦାବି କରିଛି । ଏବେ ଦେଖିବାକୁ ବାକି ରହିଲା ତାଲିବାନ ଆତଙ୍କବାଦୀଙ୍କ ସହ ଆଇଏସଆଇଏସ ହାତ ମିଳାଇଛି ନା ଆଫଗାନର ଦୁର୍ବଳତାକୁ ଅସ୍ତ୍ର କରି ଆଇଏସଆଇଏସ ନିଜର ପତିଆରା ଜାହିର କରିବାକୁ ଚାହୁଁଛି ।