୧୫ ବର୍ଷରେ ଏହି ବିଦେଶୀ ଝିଅ ଛାଡିଥିଲା ଘର ,୧୯ ବର୍ଷ ହେଲାବେଳକୁ ଦେଲା ସନ୍ତାନକୁ ଜନ୍ମ ! ଏବେ ପୁନଶ୍ଚ ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି ଏହି ଆଇଏସଆଇଏସ୍ ବୋହୂ ।

379

ଜଣେ ଆଇଏସଆଇଏସ୍ ଜିହାଦୀଙ୍କ ସହ ବିବାହ କରି ୧୯ ବର୍ଷୀୟା ବିଦେଶୀ କନ୍ୟା ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି । ସିରିୟାର ରିଫ୍ୟୁଜି କ୍ୟାମ୍ପରେ ଏହି ଯୁବତୀ ଜଣକ ନିଜ ସନ୍ତାନକୁ ଜନ୍ମ ଦେଇଛନ୍ତି । ତେବେ ବର୍ତ୍ତମାନ ସମିମା ବେଗମ୍ ନିଜ ଦେଶ ଇଂଲଣ୍ଡକୁ ପୁଣି ଫେରିବାକୁ ଚାହୁଁଛନ୍ତି । ଏଥିପାଇଁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି । ସେପଟେ ତାଙ୍କ ଓଳିଲଙ୍କ କହିବାନୁସାରେ ସମିମାଙ୍କ ସହ ଅପରାଧିଙ୍କ ଭଳି ବ୍ୟବହାର କରାଯାଉଛି । ସମିମାଙ୍କ କହିବାନୁସାରେ ତାଙ୍କୁ ବ୍ରିଟେନ୍ ଆସିବାକୁ ଅନୁମତି ଦିଆଯାଉ ।

ଓକିଲଙ୍କ କହିବାନୁସାରେ ସମିମା ଯେତେବେଳେ ୧୫ ବର୍ଷର ଥିଲେ ଏବଂ ସ୍କୁଲରେ ପଢୁଥିଲେ ସେତେବେଳେ ହିଁ ବ୍ରିଟେନରୁ ଚାଲି ଯାଇଥିଲେ । ପ୍ରଥମେ ସେ ଏହାକୁ ସାଧାରଣ ଭାବୁଥିଲେ । କିନ୍ତୁ ସେ ଏବେ ପୁନଶ୍ଚ ଶିଶୁ ସହ ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତିି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.