କନକ ବ୍ୟୁରୋ : ଯାଜପୁରରୁ ଗିରଫ ସନ୍ଦିଗ୍ଧ ଯୁବକ ସୟଦ ଇଶାନ ବୁଖାରିଙ୍କ ଆତଙ୍କବାଦୀ ସଙ୍ଗଠନ ସହ ଲିଙ୍କ ନେଇ ଖୋଳତାଡ କରୁଛି କ୍ରାଇମବ୍ରାଂଚ ଏସଟିଏଫ । ଏସଟିଏଫର କହିବା ଅନୁସାରେ, ବୁଖାରିର ହ୍ୱାଟସଅପ ଚାଟରୁ ଗୁରୁତ୍ୱପୁର୍ଣ୍ଣ ତଥ୍ୟ । ପାକିସ୍ଥାନର ଆଇଏସଆଇ ଏଜେଣ୍ଟଙ୍କ ସହ ଲିଙ୍କରେ ଥିଲା ଇସାନ ବୁଖାରି । ବୁଖାରି ନିକଟରୁ ଜବତ ହୋଇଥିବା ୪ ଟି ଫୋନରୁ କିଛି ଏଭଳି ତଥ୍ୟ ଲାଗିଛି ଏସଟିଏଫ ହାତରେ । ଆଇଏସଆଇ ଏଜେଂଟଙ୍କ ସହ ୱାଟସଆପରେ ଚାଟିଂ କରୁଥିଲା ଏହି ସନ୍ଦିଗ୍ଧ । କେବଳ ଚାଟିଂ ନୁହେ, ଦେଶ ବିରୋଧୀ ତ୍ତ୍ୱଙ୍କ ସହ ନିୟମିତ ଯୋଗାଯୋଗରେ ଥିଲା ଏହି ଅଭିଯୁକ୍ତ । ଇଶାନ ବୁଖାରି ଏବେ ବିଚାର ବିଭାଗୀୟ ହାଜତରେ ଥିବା ବେଳେ ଖୁବଶୀଘ୍ର ରିମାଣ୍ଡରେ ଆଣି ଅଧିକ ତଥ୍ୟ ବାହାର କରିବ ଏସଟିଏଫ ।
ସୟଦ ଇଶାନ ବୁଖାରିକୁ ସାତ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିବ ଏସଟିଏଫ । ରିମାଣ୍ଡରେ ଆଣିବା ପରେ ଆତଙ୍କବାଦୀ ଲିଙ୍କ ନେଇ ଅଧିକ ଖୋଳତାଡ କରାଯିବ । ବୁଖାରୀ ନିକଟରୁ ଜବତ ହୋଇଥିବା ୪ ଟି ଫୋନକୁ ଷ୍ଟେଟ ଫରେନସିକ ସାଇନ୍ସ ଲାବୋରୋଟୋରିକୁ ପଠାଯିବ । ତଦନ୍ତ ବେଳେ ଫୋନ ଗୁଡିକରୁ ଅନେକ ତଥ୍ୟ ଡିଲିଟ ହୋଇଥିବା ଯାଣିବାକୁ ପାଇଛି ଏସଟିଏଫ । ତେଣୁ ଫୋନରେ ଡିଲିଟ ହୋଇଥିବା ସବୁ ତଥ୍ୟକୁ ରିଟ୍ରାଇଭ କରାଯିବ । ସେପଟେ ବୁଖାରି ନିକଟରୁ ମିଳିଛି ୬ ଟି ବ୍ୟାଙ୍କ ପାସବୁକ । ତେଣୁ ଅର୍ଥନୈତିକ କାରବାରର ତଦନ୍ତ କରିବା ପାଇଁ ଫାଇନାନସିଆଲ ଇନଭେଷ୍ଟିଗେସନ ୟୁନିଟକୁ ଚିଠି ଲେଖିଛି ଏସଟିଏଫ । ଏଥିସହ ବୁଖାରିର ସମସ୍ତ ୭ଜଣ ସ୍ତ୍ରୀଙ୍କୁ ମଧ୍ୟ ଜେରା କରାଯିବ । କାଶ୍ମୀର ପୋଲିସର ମୋଷ୍ଟ ୱାଂଟେଡ ଥିବା ବୁଖାରି ଏତେଦିନ ଧରି କିପରି ଓଡିଶାରେ ଲୁଚ ରହିଥିଲା ଓ ପୋଲିସ କି ଇଂଟେଲିଜେନ୍ସ ଖବର ପାଇନଥିଲେ ସେନେଇ ପ୍ରଶ୍ନବାଚି ସୃଷ୍ଟି ହେଇଛି ।
ମାମଲାରେ ଖୁବଶୀଘ୍ର ଏଂଟ୍ରି ମାରିବ ଇଂଟେଲିଜେନ୍ସ ବ୍ୟୁରୋ, ପଞ୍ଜାବ ଓ ଜମ୍ମୁ କାଶ୍ମୀର ପୋଲିସ । ଏମାନଙ୍କ ସହ ଯୋଗାଯୋଗରେ ଅଛନ୍ତି ଓଡିଶା ଏସଟିଏଫ ଅଧିକାରୀ । ତେବେ ପ୍ରଶ୍ନ ଉଠୁଛି
ବୁଖାରିଙ୍କ ସହ ଆଉ କେଉଁମାନେ ଯୋଗାଯୋଗରେ ଥିଲେ?
୫ ବର୍ଷ ଧରି ବୁଖାରି ଓଡିଶାରେ କିଭଳି ଲୁଚିରହିଥିଲା?
ଓଡିଶାରେ କରିଥାନ୍ତାକି କିଛି ବଡ ଷଡଯନ୍ତ୍ର?
ଇଂଟେଲିଜେନ୍ସ ପାଖରେ ଏନେଇ ଖବର ନଥିଲା କଣ ପାଇଁ?