କନକ ବ୍ୟୁରୋ: ବାଲେଶ୍ୱରର ଦୁର୍ଦ୍ଦାନ୍ତ ଅପରାଧୀ ଇଶ୍ୱର ମହାଳିକ ଗିରଫ । ତାର ସହଯୋଗୀକୁ ବି ବାନ୍ଧିଛି ବାଲେଶ୍ୱର ପୋଲିସ । ସେମାନଙ୍କ ନିକଟରୁ ବିଭିନ୍ନ ସ୍ଥାନରୁ ଚୋରୀ ହୋଇଥିବା ସାମଗ୍ରୀ, ଲୁଟ୍ ଟଙ୍କା, ଚୋରି କାମରେ ବ୍ୟବହାର ହେଉଥିବା ବାଇକ୍ ସହ ଖେଳନା ବନ୍ଧୁକ ଜବତ କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ସାଗରିକା ନାଥ ।
ଈଶ୍ୱର ବିଭିନ୍ନ ଅପରାଧରେ ଦୀର୍ଘ ଦିନ ଧରି ଜେଲରେ ଥିଲା ।

Advertisment

ଗତ ୨୦ ତାରିଖରେ ଜାମିନରେ ଆସି ପୁଣି ଅପରାଧିକ ସାମ୍ରାଜ୍ୟ ଚଳାଇଥିଲା । ଜିଲ୍ଲାର ବିଭିନ୍ନ ଅଂଚଳରୁ ଅଭିନବ ଉପାୟରେ ଚୋରି, ଲୁଟ୍ ଭଳି ଅପରାଧିକ କାର୍ଯ୍ୟ ଚଳାଇଥିଲା । ତେବେ ଠକାମୀର ଶିକାର ହୋଇଥିବା ପଣପଣା ଅଞ୍ଚଳର ଜଣେ ମହିଳା ଖନ୍ତାପଡା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଈଶ୍ୱର ନିଜକୁ ବିଡିଓ ପରିଚୟ ଦେଇ ମହିଳାଙ୍କଠାରୁ ଟଙ୍କା ମାଗିଥିଲା । ୨ ଲକ୍ଷ ଟଙ୍କାର ଇନ୍ଦିରା ଆବାସ କରିଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ମହିଳାଙ୍କ ପୁଅ ତାଙ୍କ ଫୋନ୍ ପେ’କୁ ୨୦ ହଜାର ଟଙ୍କା ପଠାଇଥିଲେ । ପରେ ଫଟୋ ଉଠାଇବାକୁ କହିବାରୁ ମହିଳା ଜଣଙ୍କ ରାଜି ହୋଇନଥିଲେ ଓ ତାଙ୍କୁ ସେ ମାଡ ମାରିଥିବା ଅଭିଯୋଗ ହୋଇଛି ।