କନକ ବ୍ୟୁରୋ : ଦେଶ ମାତୃକାର ସେବା ପାଇଁ ସହିଦ ହୋଇଗଲେ ବିଏସ୍ଏଫ୍ ଯବାନ ଈଶ୍ୱର ଚନ୍ଦ୍ର ଦୋରା । ଏପଟେ ବୀର ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର । ଖବର ଶୁଣିବା ପରେଠାରୁ ବାହୁନି ବାହୁନି କାନ୍ଦୁଛନ୍ତି ମାଆ । ପୂରା ଗାଁରେ ସୃଷ୍ଟି ହୋଇଛି ଶୋକାକୂଳ ପରିବେଶ ।
୨୦୦୯ରେ ସୀମା ସୁରକ୍ଷା ବଳରେ ସାମିଲ ହୋଇଥିଲେ ଈଶ୍ୱର । ବିଏସଏଫ ୪୨ ବାଟାଲିୟନରେ କାମ କରୁଥିଲେ ଏହି ବୀର ଯବାନ । ଗତକାଲି ରାତିରେ ତ୍ରିପୁରାର ଲଙ୍କାମୁରା ବର୍ଡର ଆଉଟପୋଷ୍ଟରେ ମୂତୟନ ହୋଇଥିଲେ । ଆଜି ସକାଳେ ନଫେରିବାରୁ ତାଙ୍କୁ ଖୋଜିଥିଲେ ସାଥୀ ଯବାନ । ଡ୍ୟୁଟି କରୁଥିବା ସ୍ଥାନର କିଛି ଦୂରରେ ଏକ ଖାଲରେ ତାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ତାଙ୍କ ମୃତଦେହକୁ ଉଦ୍ଧାର କରି ପରିବାର ଲୋକଙ୍କୁ ଜଣାଇଛି ବିଏସଏଫ୍ । ତେବେ କେଉର୍ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା, ଏ ନେଇ ସବିଶେଷ ସୂଚନା ମିଳିନାହିଁ ।
ଏହି ଦୁଃଖଦ ଖବର ପାଇବା ପରେ ପରିବାର ଉପରେ ଭାଙ୍ଗି ପଡ଼ିଛି ଦୁଃଖର ପାହାନ । କୋଳଶୂନ୍ୟ ହୋଇ ଯାଇଛନ୍ତି ମାଆ, ବାପା ଛେଉଣ୍ଡ ହୋଇଯାଇଛି ୫ ବର୍ଷର କୁନି ଝିଅ । ରବିବାର ଦିନ ସହିଦଙ୍କ ମୃତଦେହ ଗାଁରେ ପହଁଚିବ ବୋଲି କହିଛନ୍ତି ପରିବାର ଲୋକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/22-18.jpg)