ଆଇଟିଆର ତଥ୍ୟ ଲିକ ମାମଲାରେ ଈଶ୍ୱର ବେହେରାଙ୍କୁ ଆଜୀବନ କାରାଦଣ୍ଡ । ଦେଶଦ୍ରୋହ ଅପରାଧରେ ଈଶ୍ୱର ଦୋଷୀ ସାବ୍ୟସ୍ତ ।

ଆଇଟିଆର ତଥ୍ୟ ଲିକ ମାମଲାରେ ଈଶ୍ୱର ବେହେରାଙ୍କୁ ଆଜୀବନ କାରାଦଣ୍ଡ । ଦେଶଦ୍ରୋହ ଅପରାଧରେ ଈଶ୍ୱର ଦୋଷୀ ସାବ୍ୟସ୍ତ ।

କନକ ବ୍ୟୁରୋ: ଚାନ୍ଦିପୁରସ୍ଥିତ ଆଇଟିଆରର ଅସ୍ଥାୟୀ ଫଟୋଗ୍ରାଫର୍ ଈଶ୍ବର ବେହେରା ଦେଶଦ୍ରୋହ ଅପରାଧରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଆଜୀବନ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଈଶ୍ବରଙ୍କ ବିରୋଧରେ ଚାନ୍ଦିପୁର ଥାନାରେ ୬/୧୫ ଏବଂ କ୍ରାଇମବ୍ରାଞ୍ଚରେ ୨/୧୫ ମାମଲା ରୁଜୁ ହୋଇ ଅଦାଲତରେ ବିଚାରାଧୀନ ଅଛି। ଈଶ୍ବର ଆଇଟିଆରର ଫଟୋଗ୍ରାଫର ଭାବେ କାର୍ଯ୍ୟରତ ଥାଇ ସେ ବିଦେଶୀ ଗୁପ୍ତଚରଙ୍କୁ ଆଇଟିଆର ସମ୍ବନ୍ଧରେ ତଥ୍ୟ ଲିକ୍ କରୁଥିବା ନେଇ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ରାଜ୍ୟ ଗୁଇନ୍ଦା ବିଭାଗକୁ ଅବଗତ କରାଇବା ସହ ତାର ଗତିବିଧି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲା। ଈଶ୍ବର କ୍ଷେପଣାସ୍ତ୍ର ପରୀକ୍ଷଣ ଉପରେ ବିଦେଶୀ ଗୁପ୍ତଚର ଏଜେନ୍ସିକୁ ତଥ୍ୟ ପ୍ରଦାନ କରିଥିବା ଅଭିଯୋଗ ଆସିଥିଲା। ଏନେଇ ୨୦୧୫ ଜାନୁଆରି ୨୪ ତାରିଖରେ ଚାନ୍ଦିପୁର ଥାନାରେ ମାମଲା ରୁଜୁ କରାଯାଇ ତାକୁ ଅଟକ ରଖାଯାଇଥିଲା।

ତେବେ ଦେଶ ପାଇଁ ଏହି ଗୁରୁତ୍ବପୂର୍ଣ୍ଣ ଏବଂ ସମ୍ବେଦନଶୀଳ ମାମଲା କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା। ତଦନ୍ତରେ ଈଶ୍ବରଙ୍କ ଆକାଉଣ୍ଟକୁ ମୁମ୍ବାଇ, ଆବୁଧାବି, ମୁମ୍ବାଇ, ମିରଟ, ଆନ୍ଧ୍ରପ୍ରଦେଶ ଏବଂ ବିହାର ଆଦି ସ୍ଥାନରୁ ଇଣ୍ଟରନେଟ ବ୍ୟାଙ୍କିଂ ମାଧ୍ୟମରେ ଟଙ୍କା ଟ୍ରାନ୍ସଫର ହୋଇଥିବା ପୁଲିସ ଜାଣିବାକୁ ପାଇଥିଲା। ଏହାପରେ ଚାନ୍ଦିପୁର ପୁଲିସ ଧାରା ୧୨୦ବି(ଅପରାଧିକ ଷଡଯନ୍ତ୍ର) ଏବଂ ୧୨୧ଏ(ଦେଶଦ୍ରୋହ)ରେ ମାମଲା ରୁଜୁ କରି ଈଶ୍ବରକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟତମ ଅଭିଯୁକ୍ତ ମିରଟର ଆସିଫ୍ ଅଲ୍ଲୀ ଖାଁଙ୍କୁ ବାଲେଶ୍ବର ଅଣାଯାଇ ପଚରାଉଚୁରା କରାଯିବା ପରେ ତାକୁ ମଧ୍ୟ ମିରଟ ଜେଲକୁ ପଠାଯାଇଥିଲା।

ତେବେ ଏହି ମାମଲା ବାଲେଶ୍ବର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ (ପ୍ରଥମ)ଙ୍କ ଅଦାଲତରେ ବିଚାରାଧୀନ ରହିଥିବା ବେଳେ ଦୀର୍ଘଦିନ ଧରି ଜଣେ ମାତ୍ର ସାକ୍ଷୀ ପାଇଁ ମାମଲା ପଡ଼ିରହିବା ଯୋଗୁଁ ଈଶ୍ବରଙ୍କ ଓକିଲ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ମାନ୍ୟବର ହାଇକୋର୍ଟ ଦୁଇସପ୍ତାହ ମଧ୍ୟରେ ଏହି ମାମଲାର ଫଇସଲା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe