କନକ ବ୍ୟୁରୋ: ଭଦ୍ରକ ଜିଲ୍ଲା ଧାମରା ମାଛଧରା ବନ୍ଦରରେ ଜଣେ ଧୀବର ନିଖୋଜ । ରବିବାର ଅପରାହ୍ନରେ ଜଣେ ଧୀବର ବୋଟରୁ ଖସି ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯୁବକ ହେଲେ ବିଜୟ ନାୟକ । ନିଖୋଜ ବ୍ୟକ୍ତିଙ୍କ ଘର କରଣପଲ୍ଲୀ ପଂଚାୟତ କୁଆମରା ଗ୍ରାମର ।
ମେରାଇନ ଥାନାଧିକାରୀଙ୍କ ଅନୁଯାୟୀ, ଯାଜ୍ଞସେନୀ ନାମକ ଏକ ବୋଟ ଧାମରାଠାରେ ନଙ୍ଗର ପକାଇ ରହିଥିଲା । ରବିବାର ଦିନ ୨ଟା ସମୟରେ ଧୀବର ଜଣକ ବୋଟରୁ ଓହ୍ଲାଉଥିବା ସମୟରେ ତାଙ୍କ ଗୋଡ଼ ଖସିଯିବାରୁ ସେ ନଦୀ ମଧ୍ୟକୁ ଖସି ପଡ଼ିଥିଲେ । ନଦୀରେ ଅତ୍ୟଧିକ ସ୍ରୋତ ଥିବାରୁ କେଉଁଆଡେ ଭାସି ଯାଇଥିବା ସନ୍ଦେହ କରାଯାଉଛି । ବୋର୍ଟ ମାଲିକଙ୍କ ନାମ ସପନ ସିଟ୍ ବୋଲି ସୂଚନା ମିଳିଛି । ଖବର ପାଇ ଧାମରା ମେରାଇନ ପୁଲିସ ନଦୀ ମଧ୍ୟରେ ଖୋଜାଖୋଜି କରିଥିଲେ ମଧ୍ୟ ଧୀବରଙ୍କ ପତ୍ତା ମିଳି ନଥିବା ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/08/e5eff4d4-172f-4900-8673-2396e8b0f3b1-750x430-1.jpg)