କନକ ବ୍ୟୁରୋ: କ୍ରିକେଟ ଇତିହାସରେ ଇଶାନ କିଷାନଙ୍କ ନୂଆ ରେକର୍ଡ । ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ଦ୍ୱିଶତକ ହାସଲ କରିଛନ୍ତି ଇଶାନ । ସେ ବିଶ୍ୱର ଷଷ୍ଠ ଖେଳାଳି ଭାବେ ଏହି ବିରଳ ରେକର୍ଡ କରିଛନ୍ତି । ସଚିନ୍ ତେନ୍ଦୁଲକର, ସେହୱାଗ ଓ ରୋହିତ ଶର୍ମାଙ୍କ ପରେ ଚତୁର୍ଥ ଭାରତୀୟ ଖେଳାଳି ଭାବେ ଇଶାନ ଦିନିକିଆ କ୍ରିକେଟରେ ଦ୍ୱିଶତକ କରିଛନ୍ତି । ପୂର୍ବରୁ ରୋହିତ ଶର୍ମା ୨୬୪, ସେହ୍ୱାଗ ୨୧୯, ସଚିନ୍ ୨୦୦ ରନ୍ କରିଥିଲେ । ତେବେ ମାତ୍ର ୧୨୬ ବଲରେ ୯ଟି ଛକା ଓ ୨୩ଟି ଚୌକା ସହାୟତାରେ ଏହି ଦ୍ୱିଶତକ କରିଛନ୍ତି ଇଶାନ । ଯାହା କ୍ରିକେଟ ଇତିହାସରେ ସବୁଠାରୁ ଦ୍ରୁତତମ ଦ୍ୱିଶତକ ।
ପୂର୍ବରୁ ୱେଷ୍ଟଇଣ୍ଡିଜ୍ କ୍ରିକେଟର କ୍ରିସ୍ ଗେଲ ୧୩୮ ବଲରେ ଦ୍ୱିଶତକ କରିଥିଲେ । ଯେଉଁ ରେକର୍ଡକୁ ଆଜି ଭାଂଗି ଦେଇଛନ୍ତି ଇଶାନ । ବାଲାଂଦେଶ ବିପକ୍ଷ ତୃତୀୟ ଦିନିକିଆରେ ଓପନର ବ୍ୟାଟସମ୍ୟାନ ଭାବେ ପଡିଆକୁ ଓହ୍ଲାଇଥିଲେ ଇଶାନ । ତେବେ ସେ ୨୧୦ ରନ୍ରେ ଆଉଟ୍ ହୋଇଯାଇଥିଲେ । ଅନ୍ୟପଟେ ଦୀର୍ଘ ତିନି ବର୍ଷ ପରେ ଆଜି ପୁଣି ଦିନିକିଆ କ୍ରିକେଟରେ ଶତକ କରିଛନ୍ତି ବିରାଟ କୋହଲି । ୮୫ବଲ ଖେଳି ଏହି ଶତକ କରିଛନ୍ତି ବିରାଟ୍ । ୨୦୧୯ ପରେ ପ୍ରଥମ ଥର ପାଇଁ ଦିନିକିଆରେ ଶତକ ହାସଲ କରିଛନ୍ତି କୋହଲି ।
ସଂକ୍ଷେପରେ ଇଶାନଙ୍କ ନୂଆ ରେକର୍ଡ
----------------------------------
-ବାଂଲାଦେଶ ବିପକ୍ଷରେ ବିସ୍ଫୋରକ ଦ୍ୱିଶତକ
-୧୨୬ ବଲରେ ଦ୍ୱିଶତ ହାସଲ କରିବାରେ ବିଶ୍ୱରେ ପ୍ରଥମ
-ଦିନିକିଆରେ ଦ୍ୱିଶତକ ହାସଲ କରିବାରେ ଭାରତରେ ୪ର୍ଥ
-ପୂର୍ବରୁ ସଚିନ୍, ସେହୱାଗ ଓ ରୋହିତ ହାସଲ କରିଥିଲେ ଦ୍ୱିଶତକ
-ରୋହିତ ଶର୍ମା: ୨୬୪ ରନ୍, ୧୭୩ ବଲ୍
-ବିରେନ୍ଦ୍ର ସେହୱାଗ: ୨୧୯ ରନ୍, ୧୪୯ ବଲ୍
-ସଚିନ୍ ତେନ୍ଦୁଲକର: ୨୦୦ ରନ୍, ୧୪୭ ବଲ୍
-ପୂର୍ବରୁ ୬ ଜଣ ବ୍ୟାଟ୍ସମାନ୍ ଦ୍ୱିଶତକ ହାସଲ କରିଛନ୍ତି