ଲୋକସଭା ନିର୍ବାଚନ ୨୦୧୯ ପୂର୍ବରୁ ନେତମାନେ ଦଳବଦଳ କରୁଥିବା ଦେଖା ଯାଉଛି । ପ୍ରାୟ ପ୍ରତି ଦଳରେ ପୁରୁଣା ନେତା ବାହାରୁଥିବା ବେଳେ କିଛି ନୂଆ ମୁହଁ ରାଜନୀତିରେ ସାମିଲ ହେଉଥିବା ଦେଖା ଯାଉଛି । କିଛି ଦିନ ତଳେ କଂଗ୍ରେସ ସକ୍ରିୟ ରାଜନୀତକୁ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଆଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଥିଲା । ଯାହାକୁ ନେଇ ଅନେକ ମହଲରେ ବିଭିନ୍ନ ଚର୍ଚ୍ଚା ହୋଇଥିଲା । ଏବେ ବିଜେପିରେ ବଲିଉଡ୍ ଅଭିନେତ୍ରୀ ଇଶା କୋପିକରଙ୍କ ସାମିଲକୁ ନେଇ ଚର୍ଚ୍ଚା ଜୋର ଧରିଛି ।
/kanak/media/post_attachments/wp-content/uploads/2019/01/Dx7U19sX0AUMnpR.jpg) ରବିବାର ଇଶା କୋପିକର ବିଜେପି ସହ ହାତ ମିଳାଇଥିବା ଜଣା ପଡ଼ିଛି । କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ୍ ଗଡକରୀ ଇଶାଙ୍କୁ ଦଳରେ ସଦସ୍ୟତା ଦେଇଥିବା ସୂଚନା ମିଳିଛି । ମେଡେଲିଂରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଇଶା ବଲିଉଡରେ ଅନେକ ଫିଲ୍ମରେ ଅଭିନୟ କରିଥିଲେ । ରବିବାର ମୁମ୍ବାଇରେ ଆୟୋଜିତ କରାଯାଇଥିବା ଏକ କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ୍ ଗଡକରୀ ଇଶାଙ୍କୁ ଦଳରେ ସାମିଲ କରାଇଥିଲେ ।
ରବିବାର ଇଶା କୋପିକର ବିଜେପି ସହ ହାତ ମିଳାଇଥିବା ଜଣା ପଡ଼ିଛି । କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ୍ ଗଡକରୀ ଇଶାଙ୍କୁ ଦଳରେ ସଦସ୍ୟତା ଦେଇଥିବା ସୂଚନା ମିଳିଛି । ମେଡେଲିଂରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଇଶା ବଲିଉଡରେ ଅନେକ ଫିଲ୍ମରେ ଅଭିନୟ କରିଥିଲେ । ରବିବାର ମୁମ୍ବାଇରେ ଆୟୋଜିତ କରାଯାଇଥିବା ଏକ କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ୍ ଗଡକରୀ ଇଶାଙ୍କୁ ଦଳରେ ସାମିଲ କରାଇଥିଲେ ।
ସୂଚନା ମୁତାବକ, ୧୯୯୮ରେ ତାମିଲ ଫିଲ୍ମରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଇଶା ୨୦୦୦ ମସିହାରେ ଫିଜା ଫିଲ୍ମ ଜରିଆରେ ବଲିଉଡ୍ରେ ପ୍ରବେଶ କରିଥିଲେ । ସେ ‘ସଲାମ-ଏ-ଇସ୍କ’, ‘କ୍ୟା କୁଲ ହୈ ହମ୍’, ‘ହମ୍-ତୁମ୍’ ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/DLmnf4GUMAAQdV7.jpg)