କନକ ବ୍ୟୁରୋ: ପ୍ରତ୍ନତତ୍ତ୍ୱ ବିଭାଗର ଅପାରଗତା ପାଇଁ ନଷ୍ଟ ହେବାକୁ ବସିଛି ଐତିହାସିକ କୀର୍ତ୍ତିରାଜି । ନଦୀ ସୁଅରେ ବୀଲିନ ହେବାକୁ ବସିଛି ବିଷ୍ଣୁଙ୍କ ପ୍ରସ୍ତର ନିର୍ମିତ ଅନନ୍ତଶୟନ ମୂର୍ତ୍ତି । ଢେଙ୍କାନାଳ ପରଜଙ୍ଗ ସରାଙ୍ଗ ଗାଁରେ ରହିଛି ୫୧ ଫୁଟ ଲମ୍ବର ଏହି ପ୍ରତିମୂର୍ତ୍ତି । ନବମ ଶତାବ୍ଦୀ ଏହି କୀର୍ତ୍ତିରାଜି ପାଇଁ ଏବେ ବଡ଼ ବିପଦ ସାଜିଛି ବ୍ରାହ୍ମଣୀ ନଦୀ । ପ୍ରତି ବର୍ଷ ବ୍ରାହ୍ମଣୀ ନଦୀ କୂଳ ଖାଉଥିବା ବେଳେ କୌଣସି ମୂହୁର୍ତ୍ତରେ ଏହା ନଦୀ ଗର୍ଭରେ ଲୀନ ହେବାର ଆଶଙ୍କା ଦେଖାଦେଇଛି । ତେବେ ଏହାର ସୁରକ୍ଷା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ମୂର୍ତ୍ତିର ସୁରକ୍ଷା ପାଇଁ ନଦୀ କୂଳରେ ପାଚେରୀ ନିର୍ମାଣ କରାଯାଇଥିଲେ ମଧ୍ୟ ନଦୀ ସ୍ରୋତରେ ଲୁହା ସୁରକ୍ଷା ବାଡ଼ ଭାଙ୍ଗିରୁଜି ଗଲାଣି । ପୂର୍ବ ସରକାରରେ ଏହି ପୀଠର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ଅର୍ଥ ପ୍ରଦାନ କରାଯାଇଥିଲେ ମଧ୍ୟ ଏଯାଏ କାମ ଆରମ୍ଭ ହୋଇନି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ ଓ ପର୍ଯ୍ୟଟକ ।