କନକ ବ୍ୟୁରୋ: ଭାରତ ଚୀନ୍ ସୀମାରେ ସଂଘର୍ଷ ପରେ ଚୀନ୍ ସାମଗ୍ରୀକୁ ବ୍ୟାନ କରିବା ପାଇଁ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଅପରପକ୍ଷରେ ଚୀନ୍ ସାମଗ୍ରୀକୁ ନେଇ ଆସିଛି ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ । ୨୦୧୯ରେ ଭାରତରେ ସ୍ମାର୍ଟ ଫୋନ ବଜାରେ ପ୍ରାୟ ୭୧ପ୍ରତିଶତ ଚୀନ୍ କମ୍ପାନୀର ଦବଦବା ଥିଲା । ଯାହା ୨୦୨୦ ପ୍ରଥମ ତ୍ରୟମାସରେ ବଢି ୮୧ପ୍ରତିଶତ ହୋଇଛି ।
ଭାରତୀୟ ଇଲୋକଟ୍ରୋନିକ୍ସ ବଜାର
୨୦୧୯ରେ ଚୀନ୍ର ୧.୪ଲକ୍ଷ କୋଟିର ବ୍ୟବସାୟ
ମାଇକ୍ରୋମ୍ୟାକ୍ସ, ଲାଭା, ଇନଟେକ୍ସ କାର୍ବନକୁ କ୍ଷତି
ଦକ୍ଷିଣ କୋରିଆର ସାମସଙ୍ଗ, ଏଲଜି ଓ ଜାପାନର ସୋନି କମ୍ପାନିକୁ କ୍ଷତି
୨୦୧୯ରେ ଭାରତୀୟ ସ୍ମାର୍ଟ ଫୋନ ବଜାରରେ ଚୀନ୍ କମ୍ପାନୀର ୭୧% ଦବଦବା
୨୦୨୦ ପ୍ରଥମ ତ୍ରୟମାସରେ ଏହା ବଢି ୮୧% ହୋଇଛି
୨୦୧୯ରେ ଭାରତ ବଜାରରେ ଭାରତୀୟ କମ୍ପାନୀର ୧.୬% ଭାଗିଦାରୀ
୨୦୨୦ ପ୍ରଥମ ତ୍ରୟମାସରେ ହ୍ରାସ ପାଇଁ ମାତ୍ର ୧% ଭାଗିଦାରୀ ରହିଛି
ଭାରତୀୟ ଟେଲିଭିଜନ ବଜାର ଭାରତୀୟ କମ୍ପାନୀର ଭାଗିଦାରୀ
୨୦୧୮ ୬%
୨୦୧୯ ୯%
୨୦୨୦ (ପ୍ରଥମ ତ୍ରୟମାସ) ୮.୫%
ତେବେ ଏହାରି ଭିତରେ ଚୀନ୍ ସାମଗ୍ରୀକୁ ବର୍ଜନ ନେଇ ଉଠୁଥିବା ସ୍ୱର ଭିତରେ ଚାଇନା ଫୋନର ଚାହିଦା ଚିତ୍ର କିନ୍ତୁ ଓଲଟା ପ୍ରତିଫଳନ କରୁଛି । ଆଉ ଚିନ୍ତା କରିବାକୁ ବାଧ୍ୟ କରୁଛି କି, ସତରେ କ’ଣ ସୀମାକୁ ନେଇ ଚାଲ୍ ଖେଳୁଥିବା ଚାଇନା ଜିନିଷକୁ ଆମେ ବର୍ଜନ କରିପାରିବା କି? କ’ଣ ଏହାକୁ ଭାରତର କୋଣ ଅନୁକୋଣରେ ବର୍ଜନ କରିବା ନେଇ ଉଠୁଥିବା ସ୍ୱର ପୁର୍ନଜୀବିତ ରହିବ ତ?