ପୁଣି ଥରେ ସଟଡାଉନର ଆବଶ୍ୟକତାକୁ ନେଇ ବିତର୍କ । ପୂରା ସହରକୁ ସଟଡାଉନ ନକରି ସଂକ୍ରମଣ ବଢୁଥିବା ଅଞ୍ଚଳରେ କଟକଣା ଲଗାଇବାକୁ ପରାମର୍ଶ ଦେଲେ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ । ଗୁଲେରିଆଙ୍କ ସହ ଏକମତ ହେଲେ ଓଡ଼ିଶାର ଦୁଇ ବିଶିଷ୍ଟ ଡାକ୍ତର ।

Advertisment
ପୁଣି ଥରେ ସଟଡାଉନର ଆବଶ୍ୟକତାକୁ ନେଇ ବିତର୍କ । ପୂରା ସହରକୁ ସଟଡାଉନ ନକରି ସଂକ୍ରମଣ ବଢୁଥିବା ଅଞ୍ଚଳରେ କଟକଣା ଲଗାଇବାକୁ ପରାମର୍ଶ ଦେଲେ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ । ଗୁଲେରିଆଙ୍କ ସହ ଏକମତ ହେଲେ ଓଡ଼ିଶାର ଦୁଇ ବିଶିଷ୍ଟ ଡାକ୍ତର ।

କନକ ବ୍ୟୁରୋ: ଜୁଲାଇ ମାସରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ ପୁଣି ଥରେ୍ ଲକଡାଉନ କିମ୍ବା ସଟଡାଉନର ଆବଶ୍ୟକତାକୁ ନେଇ ବିତର୍କ ଆରମ୍ଭ ହୋଇଛି । କିନ୍ତୁ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆଙ୍କ ମତରେ ପୁରା ସହରକୁ ଲକଡାଉନ ନକରି କେବଳ ସେହି ନିର୍ଦ୍ଧିଷ୍ଟ ସ୍ଥାନରେ ଏଭଳି କଟକଣା କରାଯାଇପାରେ ।

ସେପଟେ ଡାକ୍ତର ଗୁଲେରିଆଙ୍କ ସହ ସହମତ ହୋଇଛନ୍ତି ଓଡିଶାର କିଛି ବିଶିଷ୍ଟ ଡାକ୍ତର । ବାୟୁ ମାଧ୍ୟମରେ କରୋନା ସଂକ୍ରମଣ ନେଇ ଚର୍ଚା ଚାଲିଥିବା ବେଳେ ଏମ୍ସ ନିର୍ଦ୍ଦେଶକ କହିଛନ୍ତି, ମାସ୍କ ପିନ୍ଧିବା ଦ୍ୱାରା ବାୟୁରେ ଯଦି ବି ଏରୋସଲ କଣିକା ଥାଏ ତେବେ ତାହା ଆପଣଙ୍କ ଶରୀରକୁ ବେଶ କମ୍ ମାତ୍ରାରେ ପ୍ରବେଶ କରିବାର ସମ୍ଭାବନା ରହିଛି । ସେପଟେ ଏମ୍ସ ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି କପଡ଼ା ମାସ୍କ ପିନ୍ଧିଲେ ମଧ୍ୟ, ଆପଣ ଆବଶ୍ୟକ ପରିମାଣର ସତର୍କତା ଅବଲମ୍ବନ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe