ପୁରୀ ଏମାର ମଠରେ ରହିଛି କି ଅଧିକ ଗୁପ୍ତ ଧନ । ନୂଆ ଟ୍ରଷ୍ଟକୁ ଦାୟିତ୍ୱ ମିଳିବା ପରେ ପ୍ରତ୍ନତତ୍ୱ ବିଭାଗ ଅଧିନରେ ଅନୁଧ୍ୟାନ ପାଇଁ ଉଠିଲା ଦାବି ।

120

କନକ ବ୍ୟୁରୋ: ପୁରୀ ଏମାର ମଠରୁ ପୁଣି ୪୫ ଖଣ୍ଡ ରୁପା ଇଟା ମିଳିଛି । ୨୦୧୦ ମସିହାରେ ଦେବତୋର ବିଭାଗ ଖୋଳତାଡ କରି ଏମାର ମଠରୁ ୫୨୨ ଖଣ୍ଡ ରୁପା ଇଟା ଜବତ କରିଥିଲେ । ସେହି ତାଲିକାରେ ଏବେ ଉଦ୍ଧାର ହୋଇଥିବା ୪୫ ଖଣ୍ଡ ଇଟାର ସୂଚନା ରହିଥିବା କୁହାଯାଉଛି । ହେଲେ ଏହି ସୂଚନାକୁ ଗୋପନ ରଖିବା ନେଇ ପ୍ରଶ୍ନ ଉଠାଇବା ସହ ଅଧିକ ତଦନ୍ତ ଦାବି କରିଛନ୍ତି ପୁରୀବାସୀ ।

ସେପଟେ ଏମାର ମଠର ପରିଚାଳନା ଦାୟିତ୍ୱ ଗ୍ରହଣ କରିଛିି ଏମାର ମଠ ଟ୍ରଷ୍ଟ ବୋର୍ଡ । ଆଉ ଟ୍ରଷ୍ଟର ନିୟମ ଅନୁସାରେ ମଠ ମହନ୍ତଙ୍କ ହାତରୁ ଆର୍ଥିକ କ୍ଷମତା କାଢି ନିଆଯାଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମଠାଧିଶ । ସେପଟେ ୨୦୧୧ ମସିହାରେ ରୁପାଇଟା ଜବତ ଘଟଣାର ୧୦ ବର୍ଷ ପରେ ବି କାହିଁକି ଚାର୍ଜଫ୍ରେମ କରାଯାଉ ନାହିଁ ବୋଲି ପ୍ରଶ୍ନ ଉଠାଇଛି ଜଗନ୍ନାଥ ସେନା ।

ଦେବୋତର ବିଭାଗର ତନାଘନା ପରେ ଏମାର ମଠରୁ ୪୫ ଖଣ୍ଡ ରୁପା ଇଟା ମିଳିଛି । ପ୍ରତି ଇଟାଖଣ୍ଡର ଓଜନ ୩୦ କୋଲୋରୁ ଅଧିକ ବୋଲି ଜଣାପଡିଛି । ଏସମସ୍ତ ଇଟାର ମାପ, ଓଜନ କରାଯାଇ ଏହାକୁ ନୂତନ ଟ୍ରଷ୍ଟ ବୋର୍ଡକୁ ହସ୍ତାନ୍ତର କରାଯିବ ।