ରଥଯାତ୍ରା ଦ୍ୱନ୍ଦ୍ୱ ଭିତରେ ନୂଆ ଆଶାର ସଂଚାର । ପୁନଃବିଚାର ଆବେଦନକୁ ଗ୍ରହଣ କଲେ ସୁପ୍ରିମକୋର୍ଟ, ଆସନ୍ତାକାଲି ସକାଳ ୧୧ଟାରେ ଶୁଣାଣି । ରଥଯାତ୍ରା ପାଇଁ ଅନୁମତି ଦେବାକୁ କୋର୍ଟଙ୍କୁ ଅନୁରୋଧ କଲେ ଶଙ୍କରାଚାର୍ଯ୍ୟ, ବିଜେପି ମୁଖପାତ୍ର ବି କଲେ ଆବେଦନ ।

370

କନକ ବ୍ୟୁରୋ: ନା ଦ୍ୱନ୍ଦ୍ୱ ଦୂର ହେଉଛି, ନା ମନରୁ ଆଶଙ୍କା ଯାଉଛି । ଚାରିଦିନ ହେଲା ଏଭଳି ଦୋଦୁଲ୍ୟମାନ ସ୍ଥିତିରେ ଅଛନ୍ତି କୋଟି କୋଟି ଜଗନ୍ନାଥ ପ୍ରେମୀ ଏବଂ ହଜାର ହଜାର ସେବାୟତ । କିନ୍ତୁ ଏହି ଚାରି ଦିନ ଭିତରେ ଅନେକ କିଛି ବଦଳିଛି । ଗଜପତି ମହାରାଜଙ୍କ ବୟାନ ବଦଳିଛି, ଶଙ୍କରାଚାର୍ଯ୍ୟ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି,

ରାଜନୈତିକ ଗତିବିଧି ଚଳଚଂଳ ହୋଇ ଉଠିଛି ଏବଂ ନିରାଶା ଭିତରେ ଏକ ନୂଆ ଆଶା ସଂଚାର ହୋଇଛି । ଗୁରୁବାର ସୁପ୍ରିମକୋର୍ଟଙ୍କ ସୁପ୍ରିମ ରାୟ ଆସିବା ପରେ ଏବଂ ୪ ଦିନ ଭିତରେ ୨୦ରୁ ଅଧିକ ରିଭ୍ୟୁପିିଟିସନ୍ ଦାଖଲ ହେବା ଭିତରେ, ସମସ୍ତଙ୍କ ନଜର ରହିଛି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଉପରେ ।

କାଲି ସୁପ୍ରିମକୋର୍ଟରେ ହେବ ମହାପ୍ରଭୁଙ୍କ ରଥଯାତ୍ରାର ଶୁଣାଣି । ପୂର୍ବହ୍ନ ୧୧ଟାରେ ଶୁଣାଣି କରିବେ ଜଣିକିଆ ଖଣ୍ଡପୀଠ । ୩ ନମ୍ବର ଭର୍ଚୁଆଲ୍ କୋର୍ଟରେ ଜଷ୍ଟିର ଏସ. ରବିନ୍ଦ୍ର ଭଟ୍ଟ, ଭିଡିଓ କନଫରେସନ୍ ଜରିଆରେ ରାୟର ପୁନଃବିଚାର ମାମଲାର ଶୁଣାଣି କରିବେ । ଆଉ ଏସବୁ ଭିତରେ ଗୋବର୍ଦ୍ଧନପୀଠର ଶଙ୍କରାଚାର୍ଯ୍ୟ ସୁପ୍ରିମକୋର୍ଟଙ୍କ ଉର୍ଦ୍ଦେଶ୍ୟରେ ଯେଉଁ ବାର୍ତାଟି ରଖିଛନ୍ତି ତାହା ବେଶ ଗୁରୁତ୍ୱ ରଖୁଛି ।

ବଡ଼ କଥା ହେଉଛି ରଥଯାତ୍ରା ପ୍ରସଙ୍ଗରେ ସବୁ କିଛି ଜଗନ୍ନାଥଙ୍କ ଉପରେ ଛାଡ଼ି ଦେଇଥିବା ବିଜେପି କିନ୍ତୁ ପୁଣି ଥରେ ଚଳଚଂଳ ହୋଇଛି । ପୁରା ପ୍ରସଙ୍ଗରେ ଆଗଧାଡ଼ିକୁ ଆସି, ପୁରୀ ଲୋକସଭା କ୍ଷେତ୍ରର ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ପୁନଃବିଚାର ପାଇଁ ଆବେଦନ କରିଛନ୍ତି । ଟ୍ୱିଟ୍ କରି ସମ୍ବିତ ପାତ୍ର ଲେଖିଛନ୍ତି-ସମସ୍ତ ପୁନଃବିଚାର ଆବେଦନର ଉତର ପ୍ରଭୁ ଜଗନ୍ନାଥ ରଖିବେ ।

ସେହିପରି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବିନା ଭକ୍ତରେ ରଥଯାତ୍ରା ଆୟୋଜନ କରିବା ଦିଗରେ ପଦକ୍ଷେପ ନେବା ପାଇଁ ମଧ୍ୟ ଅନୁୁରୋଧ କରିଛନ୍ତି । ଏପଟେ ରାଜ୍ୟ ବିଜେପି ସଭାପତି କହିଛନ୍ତି-ଗଜପତିଙ୍କ ଚିଠି ଅନୁସାରେ ପଦକ୍ଷେପ ନିଅନ୍ତୁ ରାଜ୍ୟ ସରକାର । ଏସବୁ ଭିତରେ ସାଢ଼େ ୪ କୋଟି ଓଡ଼ିଆ ଏବଂ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ନଜର ସୁପ୍ରିକୋର୍ଟଙ୍କ ପୁର୍ନରବିଚାର ରାୟ ଉପରେ ରହିଛି ।