ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଅଛି କି ସୁଡ଼ଙ୍ଗ ? ରହିଛି କି ଆଉ କିଛି ରହସ୍ୟମୟ ଭଣ୍ଡାର ? ଯାଞ୍ଚ ପାଇଁ କମିଟିର ନିଷ୍ପତ୍ତି ।

Advertisment
ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଅଛି କି ସୁଡ଼ଙ୍ଗ ? ରହିଛି କି ଆଉ କିଛି ରହସ୍ୟମୟ ଭଣ୍ଡାର ? ଯାଞ୍ଚ ପାଇଁ କମିଟିର ନିଷ୍ପତ୍ତି ।

କନକ ବ୍ୟୁରୋ: ରତ୍ନଭଣ୍ଡାର ତ ଖୋଲାଗଲା। ଉଭୟ ଭିତର ଓ ବାହାର ରତ୍ନଭଣ୍ଡାରରେ ଥିବା ଅଳଙ୍କାରକୁ ବି ସ୍ଥାନାନ୍ତର କରାଯାଇଛି । ହେଲେ ଏବେ ଭିତର ରତ୍ନଭଣ୍ଡାରରେ ସୁଡ଼ଙ୍ଗ କି ରହସ୍ୟମୟ ଭଣ୍ଡାର ଥିବା ନେଇ ଯେଉଁ ସନ୍ଦେହ କରାଯାଉଛି, ସେ ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ଯାଞ୍ଚ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କୌଣସି ସ୍ଥାନରେ ଅନ୍ୟ କିଛି ଅଳଙ୍କାର ରହି ଯାଇଥିବା ସନ୍ଦେହରେ ଏଭଳି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି କମିଟି। ଏଥିପାଇଁ ଏସଓପି ବି ପ୍ରସ୍ତୁତ ହୋଇଛି। ଏ ସଂପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଉପରେ ନ୍ୟସ୍ତ କରାଯାଇଛି।

ତେବେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଅଛି କି ସୁଡ଼ଙ୍ଗ? ରହିଛି କି ଆଉ କିଛି ରହସ୍ୟମୟ ଭଣ୍ଡାର? ଭିତର ରତ୍ନଭଣ୍ଡାର ଖୋଲାଯିବା ପରେ ବି ସାଧାରଣରେ ଏହି ପ୍ରଶ୍ନ ଉଠୁଛି। ପ୍ରକୃତରେ ଭିତର ରତ୍ନଭଣ୍ଡାରରେ ରହିଛି କି ସୁଡ଼ଙ୍ଗ, ଅଛି କି ରହସ୍ୟମୟ ଭଣ୍ଡାର। ଏନେଇ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ କମିଟିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଯାଞ୍ଚ ପାଇଁ ନିଆଯାଇଛି ନିଷ୍ପତ୍ତି। କମିଟି ସଦସ୍ୟଙ୍କ ମତପ୍ରସ୍ତାବ ଗ୍ରହଣ ପରେ ରତ୍ନଭଣ୍ଡାରର ଆବଶ୍ୟକ ମରାମତି ପୂର୍ବରୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଚଟାଣ, କାନ୍ଥ ଆଦିର ସମ୍ପୂର୍ଣ୍ଣ ଯାଞ୍ଚ କରିବାକୁ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ରତ୍ନଭଣ୍ଡାର ଯାଞ୍ଚ ନେଇ ରାଜ୍ୟ ସରକାରଙ୍କୁ ସୁପାରିସ କରିବାକୁ କମିଟିରେ ନିଷ୍ପତ୍ତି ହୋଇଛି। ଐତିହ୍ୟକୁ ଅକ୍ଷତ ଓ ସୁରକ୍ଷିତ ରଖିବାକୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ବ୍ୟବହାର ଉପରେ ଗୁରୁତ୍ବ ଦିଆଯିବ। ଯଦି କିଛି ଗୁପ୍ତ ଅଳଙ୍କାର କିମ୍ବା ଅନ୍ୟ କିଛି ଜିନିଷ ମିଳିଲା, ତେବେ ପ୍ରକ୍ରିୟା ଭିନ୍ନ ହେବ। ଏ ସଂପର୍କିତ ଏସଓପି ପୁଣି ଥରେ ପ୍ରସ୍ତୁତ କରାଯିବ।

ରତ୍ନଭଣ୍ଡାରର ଆବଶ୍ୟକ ମରାମତି ପୂର୍ବରୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଚଟାଣ, କାନ୍ଥ ଆଦିର ସଂପୂର୍ଣ୍ଣ ଯାଞ୍ଚ କରିବାକୁ କମିଟି କେବେ ନିଷ୍ପତ୍ତି ନେଉଛି, ତାକୁ ଉପରେ ସମସ୍ତଙ୍କ ନଜର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe