କେନ୍ଦୁଝରରେ ଅଛି କି ସୁନା ଖଣି ! ଫିଲ୍ମ KGF ସହ କେନ୍ଦୁଝର ସୁନାଖଣି ଲାଗି ସର୍ଭେର ସାମଞ୍ଜସ୍ୟ ଥିବା ଚର୍ଚ୍ଚା ।

367

କନକ ବ୍ୟୁରୋ: କେନ୍ଦୁଝରରେ ଥାଇପାରେ ସୁନା ଖଣି । ବାଂଶପାଳ ବ୍ଲକ ଅଂଚଳର ପାଖାପାଖି ୧୫ଟି ସ୍ଥାନରେ ସୁନା ଖଣି ସନ୍ଧାନ ପାଇଁ ସର୍ଭେ କରୁଛି ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ । ବଡ଼ ବଡ଼ ମେସିନ୍ ଦ୍ୱାରା ପାଖପାଖି ୧୦୦ ମିଟର ଡ୍ରିଲ କରି ନମୁନା ସଂଗ୍ରହ କରାଯାଉଛି । ଏଥିପାଇଁ କ୍ୟାମ୍ପ ବସାଇ ଅଭିଜ୍ଞ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି । ସାଟେଲାଇଟ୍ ମ୍ୟାପିଂ ଜରିଆରେ ସ୍ଥାନ ସନ୍ଧାନ କରି ନମୁନା ସଂଗ୍ରହ କରାଯାଉଥିବା କୁହାଯାଉଛି । ଦକ୍ଷିଣ ଭାରତୀୟ ଫିଲ୍ମ ‘କେଜିଏଫ୍’ ସହ କେନ୍ଦୁଝର ସୁନା ଖଣି ଲାଗି ସର୍ଭେରେ ସାମଞ୍ଜସ୍ୟ ଥିବା ଆଲୋଚନା ହେଉଛି । କେଜିଏଫ୍ର ପୂରା ନାଁ କେନ୍ଦୁଝର ଗୋଲ୍ଡ ଫିଲ୍ଡ ବୋଲି ଚର୍ଚ୍ଚା ହେଉଛି । ବହୁ ବର୍ଷ ତଳେ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅଂଚଳରୁ ସୁନା ଖଣି ଖନନ ନେଇ ସର୍ଭେ ହୋଇଥିଲା । ସୁନା ଖନନ ହେଲେ ଲାଭଜନକ ହେବ ନାହିଁ ବୋଲି ଆଂଶଙ୍କା କରି ସର୍ଭେ ଓ ତଦନ୍ତ କାର୍ଯ୍ୟ ବନ୍ଦ ରହିଥିଲା ।

ଚା’ ବଗିଚା ପାଇଁ ପ୍ରସିଦ୍ଧ ତରମାକନ୍ତ ନିକଟ ଜଳଡିହି ଗାଁ ଓ ଏହାର ଆଖପାଖ ଅଂଚଳରେ ଅଛି କି ସୁନା ଖଣି । କିଛି ମାସ ତଳେ ମାଟି ତଳୁ ନମୁନା ସଂଗ୍ରହ କରାଯାଇଥିବା ବେଳେ ଏବେ ପୁଣି ଆରମ୍ଭ ହୋଇଯାଇଛି ସର୍ଭେ ଓ ଯାଂଚ । ୧୫ଟି ସ୍ଥାନରେ ସୁନା ଖଣି ସନ୍ଧାନ ପାଇଁ ସର୍ଭେ କରୁଛି ଜିଓଲୋଜି ସର୍ଭେ ଅଫ୍ ଇଣ୍ଡିଆ । ମେସିନ୍ ଦ୍ୱାରା ପ୍ରାୟ ୧୦୦ ମିଟର ଡ୍ରିଲ କରି ନମୁନା ସଂଗ୍ରହ କରାଯାଉଛି । ସାଟେଲାଇଟ୍ ମ୍ୟାପିଂ ଜରିଆରେ ସ୍ଥାନ ଚିହ୍ନଟ କରି ନମୁନା ସଂଗ୍ରହ କରାଯାଉଥିବା କୁହାଯାଉଛି । ଏଥିପାଇଁ କ୍ୟାମ୍ପ ବସାଇ ଅଭିଜ୍ଞ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି ।

ଖଣି ଖାଦାନ ଭରା କେନ୍ଦୁଝର ଜିଲ୍ଲା । ଲୁହା, ମାଙ୍ଗାନିଜ୍, କ୍ରୋମାଇଟ୍, ବସ୍କାଇଟ୍, ପାଇରୋଫିଲାଇଟ୍, କ୍ୱାର୍ଜଇଟ୍ ଏବଂ ସୁନା ଭଳି ମୂଲ୍ୟବାନ ଖଣିଜ ସଂପଦ ଜିଲ୍ଲାରେ ଭରି ରହିଛି । ତେଲକୋଇ, ହରିଚନ୍ଦନପୁର ଓ ବାଂଶପାଳ ଅଂଚଳରେ ସୁନା ଗଚ୍ଛିତ ଥିବା ବହୁ ଆଗରୁ ଚର୍ଚ୍ଚା ହେଉଛି । ବହୁ ବର୍ଷ ତଳେ ତେଲକୋଇ ବ୍ଲକ ଅଂଚଳରୁ ସୁନା ଖଣି ଖନନ ନେଇ ସର୍ଭେ ହୋଇଥିଲା । ସୁନା ଖନନ ହେଲେ ଲାଭଜନକ ହେବ ନାହିଁ ବୋଲି ଆଂଶଙ୍କା କରି ସର୍ଭେ ଓ ତଦନ୍ତ କାର୍ଯ୍ୟ ବନ୍ଦ ରହିଥିଲା । ତେବେ ସୁନା କିମ୍ବା ଅନ୍ୟ କୌଣସି ଖଣି ପାଇଁ ଆବେଦନ ହେଲେ ଏହାର ସତ୍ୟତା ଜଣାପଡିବ ବୋଲି କହିଛନ୍ତି ଭୂତତ୍ୱବିଜ୍ଞାନୀ । ତେବେ ଦକ୍ଷିଣ ଭାରତୀୟ ଫିଲ୍ମ ‘କେଜିଏଫ୍’ ସହ କେନ୍ଦୁଝର ସୁନା ଖଣି ଲାଗି ସର୍ଭେରେ ସାମଞ୍ଜସ୍ୟ ଥିବା ଆଲୋଚନା ହେଉଛି । କେଜିଏଫ୍ର ପୂରା ନାଁ କେନ୍ଦୁଝର ଗୋଲ୍ଡ ଫିଲ୍ଡ ବୋଲି ଚର୍ଚ୍ଚା ହେଉଛି ।