କରୋନାରେ ମୃତ୍ୟୁ ତଥ୍ୟ ଲୁଚାଉଛନ୍ତି କି ସରକାର : ସୁନ୍ଦରଗଡ଼ରୁ ଆସିଲା ଅଭାବନୀୟ ଚିତ୍ର; ଏକାଥରେ ଜଳିଲା ଗୋଟିଏ ପରିବାରର ୮ ଜୁଇ

ସଦର ଉପଜିଲ୍ଲାପାଳ କହିଲେ ବାଇପାସ ମଶାଣୀରେ ପ୍ରତିଦିନ ଜଳୁଛି ୧୦ରୁ ଅଧିକ ଜୁଇ

307

କନକ ବ୍ୟୁରୋ : ମଶାଣୀରେ ଲିଭୁନାହିଁ ଜୁଇର ନିଆଁ । କରୋନାର ବିଭୀଷିକାର ପ୍ରକୃତ ଚିତ୍ର ହିଁ ବୟାନ କରୁଛି ମଶାଣୀରେ ଜଳୁଥିବା ଏହି ଅହରହ ନିଆଁ । ଗୋଟିଏ ଗୋଟିଏ ପରିବାରକୁ ଶେଷ କରିଦଉଛି ଏହି ମାହାମରୀ । ଏହିଭଳି କିଛି ଚିତ୍ର ସାମ୍ନାକୁ ଆସିଛି ସୁନ୍ଦରଗଡରୁ । ଗୋଟିଏ ପରିବାରର ୧୦ ଦିନ ମଧ୍ୟରେ ବାପା, ପୁଅ ଓ କାକା ଚାଲିଯିବା ଭଳି ଚିତ୍ର ସାମ୍ନାକୁ ଆସିଥିବା ବେଳେ ଅନ୍ୟପଟେ କିନ୍ତୁ ମଶାଣୀରେ ଜୁଇର ନିଆଁଁ ଲିଭିବା ନାଁ ଧରୁନାହିଁ ।

ଏହି ଘଟଣା ହେଉଛି ସୁନ୍ଦରଗଡ ସହର ରାଣିବଗିଚା ବାଇପାସ ନିକଟ ରେ ଥିବା ସ୍ୱର୍ଗଦ୍ୱାରର । ଏକାସାଙ୍ଗରେ ଜଳୁଛି ୮ ଟି ଜୁଇ । ମଶାଣୀ ବାହାରେ ଛିଡା ହୋଇ ନିଜ ଆତ୍ମୀୟଙ୍କ ପାଇଁ କାନ୍ଦ ବୋବାଳି କରୁଛନ୍ତି ପରିବାର ଲୋକ । ରାଙ୍ଗାଢିପା ସ୍ଥିତ ବହିଦାର ପରିବାର ଏପରି ଦୁଖଦ ଘଟଣାକୁ ସାମ୍ନା କରିଛି । ୭ ଦିନ ରେ ବାପା , କାକା, ପୁଅ କରୋନା ମହାମାରୀରେ ଆଖି ବୁଜିଛନ୍ତି ।

ଅନ୍ୟପଟେ ମୃତ୍ୟୁ ସଂଖ୍ୟାକୁ ନେଇ ସଠିକ ରିପୋର୍ଟ ଦେଉନଥିବା ପ୍ରଶାସନ ଆଜି ସୁନ୍ଦରଗଡ ମଶାଣୀର ସମସ୍ତ ତଥ୍ୟ ପ୍ରଦାନ କରିଛି । ସୁନ୍ଦରଗଡ ସଦର ଉପଜିଲ୍ଲାପାଳ କହିଛନ୍ତି ପ୍ରତିଦିନ ୧୦ରୁ ଅଧିକ ଆକ୍ରାନ୍ତଙ୍କ ଶବ ଏହି ମଶାଣିକୁ ଆସୁଛି ଆଉ ସରକାରଙ୍କ ତରଫରୁ ଯାହା ବ୍ୟବସ୍ଥା ରହିଛି ତାହାକୁ ପାଳନ କରି ସ୍ୱେଚ୍ଛାସେବୀଙ୍କ ସହୟତାରେ ଏଠି ଆକ୍ରାନ୍ତଙ୍କ ଶବ ସତ୍କାର କରାଯାଉଛି ।