କରୋନା ମୃତ୍ୟୁକୁ ଲୁଚାଉଛି କି ପ୍ରଶାସନ? ସତ ଠାରୁ ଦୂରରେ କି ସରକାରୀ ତାଲିକା? ବିଦେଶୀ ଗଣମାଧ୍ୟମରେ ପ୍ରକାଶ ପାଇଲା ଏଭଳି ରିପୋର୍ଟ

Advertisment
କରୋନା ମୃତ୍ୟୁକୁ ଲୁଚାଉଛି କି ପ୍ରଶାସନ? ସତ ଠାରୁ ଦୂରରେ କି ସରକାରୀ ତାଲିକା? ବିଦେଶୀ ଗଣମାଧ୍ୟମରେ ପ୍ରକାଶ ପାଇଲା ଏଭଳି ରିପୋର୍ଟ

କନକ ବ୍ୟୁରୋ: ଭାରତରେ କେତେ ସଂଖ୍ୟକ ଲୋକ କରୋନାରେ ମୃତ୍ୟୁବରଣ କରୁଛନ୍ତି, ତାକୁ ନେଇ ବିରାଟ ପ୍ରଶ୍ନବାଚୀ ଲାଗିଛି । ସରକାର ଯେଉଁ ତଥ୍ୟ ଦେଉଛନ୍ତି, ସେଥିରେ ସଂଦେହ ପ୍ରକାଶ କରୁଛନ୍ତି ବିଦେଶୀ ଗଣମାଧ୍ୟମ । ଗୁଜରାଟ, ମଧ୍ୟପ୍ରଦେଶ ଓ ଉତରପ୍ରଦେଶରେ ହୋଇଥିବା ମୃତ୍ୟୁକୁ ନେଇ ୱାଂଶିଟନ୍ ପୋଷ୍ଟ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଛି ।

ପୁଅ ବାହାଘର ସମୟରେ ଦମୟନ୍ତିବେନ୍ ଉଠାଥିବା ଫଟୋ ଚିତ୍ର ଆଜି ବି ଅଛି, କିନ୍ତୁ ସେ ଆଉ ଏ ଦୁନିଆରେ ନାହାଁନ୍ତି । କରୋନା ମହାମାରୀ ଏହି ବୟସ୍କ ମହିଳାଙ୍କୁ ଏହି ଦୁନିଆରୁ ଛଡ଼ାଇ ନେଇଛି । ତାଙ୍କୁ ବଂଚାଇବା ପାଇଁ ଘଂଟା ଘଂଟା ଧରି ହସ୍ପିଟାଲ ଆଗରେ ଠିଆ ହୋଇଥିଲା ପୁଅ ଗୌରବ । ହେଲେ ଗାଡ଼ି ଭିତରେ ହିଁ ଚାଲିଗଲେ ରାଜକୋଟ୍ର ଦମୟନ୍ତିବେନ୍ । ହେଲେ କୋଭିଡ୍ ମୃତ୍ୟୁ ତାଲିକାରେ ତାଙ୍କ ନାଁ ବି ନାହିଁ ।

ଭାରତର କୋଭିଡ୍ ମୃତ୍ୟୁକୁ ନେଇ ଅର୍ନ୍ତଜାତୀୟ ଖବରକାଗଜ ‘ଦି ୱାସିଂଟନପୋଷ୍ଟ’ ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି, ଯାହା କରୋନାଜନିତ ମୃତ୍ୟୁ ତଥ୍ୟ ଉପରେ ବଡ଼ ପ୍ରଶ୍ନବାଚୀ ଛିଡ଼ା କରିଛି । ‘ସନ୍ଦେଶ’ ଖବରକାଗଜର ରାଜକୋର୍ଟ ସଂସ୍କରଣରେ ପ୍ରକାଶିତ, ଶ୍ରଦ୍ଧାଞ୍ଜଳି ସମ୍ପର୍କିତ କିଛି ପୃଷ୍ଟାର ଏକ ଫଟୋ ଚିତ୍ର ରଖି ଏଥିରେ ଲେଖାଯାଇଛି-

- ଗତ ଏପ୍ରିଲ ମାସରେ ୨୪୦ଟି ଶ୍ରଦ୍ଧାଞ୍ଜଳି ସମ୍ପର୍କିତ ବିଜ୍ଞାପନ ପ୍ରକାଶ ପାଇଥିଲା
- ସାଧାରଣ ଦିନରେ ସର୍ବାଧିକ ୨ପୃଷ୍ଟାରେ ଶ୍ରଦ୍ଧାଞ୍ଜଳି ସମ୍ପର୍କିତ ବିଜ୍ଞାପନ ପ୍ରକାଶ ପାଉଥିଲା
- କିନ୍ତୁ ଏପ୍ରିଲ ମାସରେ ‘ସନ୍ଦେଶ’ ଖବରକାଗଜରେ ଏହା ୯ ପୃଷ୍ଟା ପର୍ଯ୍ୟନ୍ତ ବଢ଼ି ଯାଇଥିଲା
- ଏମିତି କି ଖବରକାଗଜକୁ ୧୬ ପୃଷ୍ଠା ବଦଳରେ ୨୦ ପୃଷ୍ଟାକୁ ବଢ଼ାଯାଇଥିଲା

ଭାରତରେ ଦୈନିକ କରେନା ସଂକ୍ରମଣ ୪ ଲକ୍ଷ ଟପି ଯାଇଥିବା ବେଳେ ଦୈନିକ ମୃତ୍ୟୁ ସଂଖ୍ୟା ୪ ହଜାର ଟପିଯାଇଛି । ଆଉ ଠିକ୍ ଏମିତି ବେଳେ ଗୁଜୁରାଟ, ମଧ୍ୟପ୍ରଦେଶ ଏବଂ ଉତରପ୍ରଦେଶର କିଛି ସହରର ତଥ୍ୟ ଆଧାରରେ ଏକ ରିପୋର୍ଟ ପ୍ରସ୍ତୁତ କରିଛି ୱାସିଂଟନପୋଷ୍ଟ

ଭୋପାଳର ଏକ ଶ୍ମଶାନର ଉହାଦରଣ ଦେଇ ଏହି ରିପୋର୍ଟରେ ପ୍ରକାଶ କରାଯାଉଛି ଯେ, ସ୍ଥାନୀୟ ପ୍ରଶାସନର ତଥ୍ୟ ଅନୁସାରେ କୋଭିଡ୍ ମୃତ୍ୟୁ ସଂଖା ୧୦ ଟପିନାହିଁ । କିନ୍ତୁ ଶ୍ମଶାନ କର୍ମଚାରୀଙ୍କ ମତ ଅନୁସାରେ ଗୋଟିଏ ଦିନରେ ଶହେ ଶବ ପୋଡ଼ିବାର ଉଦାହରଣ ରହିଛି

ଉତର ପ୍ରଦେଶ ଆଗ୍ରା ସହରର ଉଦହାରଣ ଦେଇ ଏହି ରିପୋର୍ଟରେ କୁହାଯାଇଛି ଯେ, ସ୍ଥାନୀୟ ପ୍ରଶାସନର ତଥ୍ୟ ଅନୁସାରେ ଏପ୍ରିଲରେ ଗୋଟିଏ ଦିନରେ ସର୍ବାଧିକ ୧୩ ଜଣଙ୍କର ମୃତ୍ୟୁ ହୋଇଛି । କିନ୍ତୁ ଶ୍ମଶାନ କର୍ମଚାରୀ କହିଛନ୍ତି- ଗୋଟିଏ ଗୋଟିଏ ଦିନରେ ଶହେରୁ ଅଧିକ ଶବ ଶ୍ମଶାନକୁ ଆସିଛି । ଆଉ ସବୁଠୁ ଅଧିକ ଶବ କୋଭିଡ୍ ରୋଗୀଙ୍କର ।

ମହାମାରୀ ସମୟରେ ମୃତ୍ୟୁର ସଂଖ୍ୟାକୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ରହୁଛି । କିନ୍ତୁ ପ୍ରକୃତରେ କିଏ କୋଭିଡ୍ ରୋଗରେ ମୃତ୍ୟୁବରଣ କଲା, ଆଉ କିଏ ଅନ୍ୟ କୌଣସି କାରଣରୁ ମୃତ୍ୟୁବରଣ କଲା, ତାହା ସ୍ପଷ୍ଟ ହୋଇପାରୁନଥିବାରୁ ଭାରତର କରୋନା ମୃତ୍ୟୁକୁ ନେଇ ଏଭଳି ସନ୍ଦେହ ପ୍ରକାଶ ପାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe