ସୁସ୍ଥ ରହିବେ କେମିତି ? ଦିନର ଆରମ୍ଭ ଚା’ କିମ୍ବା କଫିରୁ ନକରି ପାଣି ପିଇ କରନ୍ତୁ

214

କନକ ବ୍ୟୁରୋ : କାର୍ଯ୍ୟବ୍ୟସ୍ତତା କିମ୍ବା ଅଭ୍ୟାସ ଯୋଗୁଁ ଅନେକ ଲୋକ ସକାଳ ଜଳଖିଆ ଖାଇବାକୁ ଭୁଲିଯାଆନ୍ତି । ହେଲେ ଡାକ୍ତରଙ୍କ କହିବା କଥା ସକାଳ ଜଳଖିଆ କେବେ ହେଲେ ଛାଡ଼ିବା କଥା ନୁହେଁ । କାରଣ ଏହା ଶରୀର ପାଇଁ ନିହାତି ଜରୁରୀ । ଯଦି ଆପଣ ସକାଳ ଜଳଖିଆ ଖାଉ ନାହାନ୍ତି, ଏହାର ଏକାଧିକ କୁପ୍ରଭାବ ରହିଛି ।

– ବେକ୍ରଫାଷ୍ଟ ବା ସକାଳ ଜଳଖିଆ ଖାଇବା ନିହାତି ଜରୁରୀ
– ଯଦି ଆପଣ ଗୋଟିଏ ଦିନ ବ୍ରେକଫାଷ୍ଟ ଖାଉ ନାହାନ୍ତି, ଏହାର ପ୍ରଭାବ ପର ଦିନ ସକାଳେ ପଡ଼ିଥାଏ
– ବ୍ଲଟିଂ, ଗ୍ୟାସ୍ ଭଳି ସମସ୍ୟା ଆରମ୍ଭ ହୋଇଥାଏ
– ଯଦି ଆପଣ ବ୍ରେକଫାଷ୍ଟ ଖାଉନାହାନ୍ତି, ତାହେଲେ ପରବର୍ତୀ ମିଲ୍ରେ ଅଧିକ ଖାଇବାର ଆଶଙ୍କା ରହିଛି
– ଫଳରେ ପାଚନ ଓ ଗ୍ୟାସଟିକ୍ ସମସ୍ୟା ଦେଖାଦେଇପାରେ
– ତେଣୁ ବେକ୍ରଫାଷ୍ଟ ନିଶ୍ଚିତ ଭାବେ ଖାଆନ୍ତୁ
– ବ୍ରେକଫାଷ୍ଟ ସବୁବେଳେ ଘରେ ବନେଇ ଖାଇବାକୁ ଚେଷ୍ଟା କରନ୍ତୁ
– ଦଲିଆ କିମ୍ବା ଓଟସ ଖାଇପାରନ୍ତି, କ୍ଷୀର ପିଇପାରନ୍ତି, ଫଳ ଖାଇପାରନ୍ତି
– ବ୍ରେକଫାଷ୍ଟ ନକରି ବାହାରକୁ ଗଲେ ଏହାର ମାନସିକ ପ୍ରଭାବ ମଧ୍ୟ ରହିଛି
– ଦିନର ଆରମ୍ଭ ଚା’ କିମ୍ବା କଫିରୁ ନକରି ପାଣି ପିଇ କରନ୍ତୁ