କନକ ବ୍ୟୁରୋ: ଜୁନ ୧୦ରେ ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । ସରକାର ଗଠନର ପ୍ରଥମ ଦିନର ୨୪ ଘଣ୍ଟା ମଧ୍ୟରେ ଖୋଲାଯିବ ଶ୍ରୀମନ୍ଦିରର ୪ ଦ୍ୱାର । ନିର୍ବାଚନ ପ୍ରଚାର ସମୟରେ ଏନେଇ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ କେବଳ ସିଂହଦ୍ୱାର ପଟେ ପ୍ରବେଶ ପାଇଁ ଅନୁମତି ଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଖରା ବର୍ଷାରେ ଧାଡ଼ିରେ ଛିଡ଼ା ହେବାକୁ ପଡୁଛି । ଦୀର୍ଘ ଦିନର ଦାବି ପରେ ମଧ୍ୟ ଦ୍ୱାର ଖୋଲୁ ନଥିବାରୁ ଭକ୍ତଙ୍କ ମନରେ ଅସନ୍ତୋଷ ବଢ଼ିଛି । ଏବେ ଓଡ଼ିଶାରେ ବିଜେପି ସରକାର ଆସିଥିବା ବେଳେ କେବେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବ ତାହାକୁ ଅପେକ୍ଷା କରିଛନ୍ତି ଭକ୍ତ ।
ଆସିଲା ବିଜେପି ସରକାର, ଖୋଲିବ ତ ଶ୍ରୀମନ୍ଦିର ଚାରିଦ୍ୱାର? ସରକାର ଗଠନର ପ୍ରଥମ ଦିନ ଦ୍ୱାର ଖୋଲିବା ନେଇ ପ୍ରତିଶ୍ରୁତି ଦେଇଥିଲେ ମୋଦୀ
/kanak/media/post_attachments/wp-content/uploads/2024/06/34-3.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)