କନକ ବ୍ୟୁରୋ: ଇଭିଏମ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କୁ ନେଇ କଂଗ୍ରେସ ନେତା ଉଦିତ ରାଜଙ୍କ ବିବାଦୀୟ ବୟାନ । ନିକଟରେ ବିଜେପିରୁ କଂଗ୍ରେସରେ ମିଶିଥିବା ଉଦିତ ରାଜ ସର୍ବୋଚ୍ଚ ଅଦାଲତଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେଇଛନ୍ତି । ଟୁଇଟ କରି ସେ ଲେଖିଛନ୍ତି ଯେ, ଭିଭିପାଟର ସବୁ ଚିରକୁଟକୁ ଗଣତି କରିବାକୁ କାହିଁକି ସୁପ୍ରିମକୋର୍ଟ ଚାହୁଁନାହାନ୍ତି । ନିର୍ବାଚନ ପ୍ରକ୍ରିୟାରେ ପାଖାପାଖି ୩ମାସ ହେଲା ସକରାରୀ କାମ ବନ୍ଦ ପଡିଛି, ତେଣୁ ଗଣତି ପାଇଁ ୨ରୁ ୩ଦିନ ସମୟ ଲାଗିଲେ କଣ ଫରକ ପଡୁଛି ବୋଲି ସେ ପ୍ରଶ୍ନ କରିଛନ୍ତି ।
BJP को जहां-जहां EVM बदलनी थी बदल ली होगी इसीलिए तो चुनाव सात चरणों मे कराया गया।
और आप की कोई नहीं सुनेगा चिल्लाते रहिए,
लिखने से कुछ नहीं होगा, रोड पर आना पड़ेगा।
अगर देश को इन अंग्रेजो के गुलामों से बचाना है तो आन्दोलन करना पड़ेगा साहब
चुनाव आयोग बिक चुका है#EVMHacking— Dr. Udit Raj, MP (@Dr_Uditraj) May 21, 2019
ସୁପ୍ରିମକୋର୍ଟଙ୍କ ସହ ନିର୍ବାଚନ କମିଶନଙ୍କୁ ମଧ୍ୟ ଟାଣିଛନ୍ତି ଉଦିତ ରାଜ । ସେ କହିଛନ୍ତି ନିର୍ବାଚନ କମିଶନ ବିକ୍ରି ହୋଇସାରିଛନ୍ତି । ତା ସହ ଗମ୍ଭୀର କହିଯୋଗ କରି କହିଛନ୍ତି ଯେ ବିଜେପିକୁ ଯେଉଁଠି ଯେଉଁଠି ଇଭିଏମ ବଦଳାଇବାକୁ ଥିଲା ସେଠାରେ ବଦଳା ଦିଆଯାଇ ସାରିଥିବ । ଏଥିପାଇଁ ୭ଟି ପର୍ଯ୍ୟାୟରେ ନିର୍ବାଚନ କରାଯାଇଛି ବୋଲି କଂଗ୍ରେସ ନେତା ଉଦିତ ରାଜ ଅଭିଯୋଗ ଆଣିଛନ୍ତି ।