ରୋହିତ ହେଲେ କି ଟେଷ୍ଟର ପୂର୍ଣ୍ଣକାଳୀନ କ୍ୟାପଟେନ? ଏମିତି ଉତ୍ତର ଦେଲେ ମୁଖ୍ୟ ଚୟନକର୍ତ୍ତା...

Advertisment
ରୋହିତ ହେଲେ କି ଟେଷ୍ଟର ପୂର୍ଣ୍ଣକାଳୀନ କ୍ୟାପଟେନ? ଏମିତି ଉତ୍ତର ଦେଲେ ମୁଖ୍ୟ ଚୟନକର୍ତ୍ତା...

କନକ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ଓ ଟେଷ୍ଟ ସିରିଜ ପାଇଁ ଘୋଷଣା ହୋଇସାରିଛି ଭାରତୀୟ ଦଳ । ଏଥିରେ ଖାସ କଥା ହେଉଛି ଯେ ଏବେ ଟେଷ୍ଟ ଟିମର କମାଣ ରୋହିତ ଶର୍ମାଙ୍କୁ ଦିଆଯାଇଛି । ଅର୍ଥାତ ଏବେ ରୋହିତ ଶର୍ମା ଟି-୨୦, ଦିନିକିଆ ଓ ଟେଷ୍ଟ ଟିମର ଅଧିନାୟକ ରହିବେ । ଏଠାରେ ଏବେ ପ୍ରଶ୍ନ ଉଠୁଛି ଯେ, ରୋହିତ ଶର୍ମା କଣ ଟେଷ୍ଟ ଦଳର ପୂର୍ଣ୍ଣକାଳୀନ ଅଧିନାୟକ ରହିବେ?

ଏଭଳି ଏକ ପ୍ରଶ୍ନର ଉତ୍ତର ଦେଇ ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା କହିଛନ୍ତି, ଯେବେ ଯାଏଁ ରୋହିତ ଶର୍ମା ଅଛନ୍ତି ସେବେ ଯାଏଁ ଦ୍ୱିତୀୟ ବିକଳ୍ପର ଆବଶ୍ୟକତା ନାହିଁ । ଯେବେ ଯାଏଁ ମେଡିକାଲ ଷ୍ଟାଫ କହିନାହାନ୍ତି ରୋହିତ ଶର୍ମାଙ୍କୁ ଆରାମର ଆବଶ୍ୟକତା ରହିଛି ସେବେ ଯାଏଁ ରୋହିତ ଉପଲବ୍ଧ ରହିବେ । ସେହିପରି ଆହୁରି ମଧ୍ୟ କହିଛନ୍ତି କି, ରୋହିତଙ୍କ ଅଣ୍ଡରରେ ଆମେ ନୂଆ ନେତୃତ୍ୱ ସୃଷ୍ଟି କରିବାକୁ ତାହୁଁଛୁ । ଏହାସହ ଆଗକୁ କଣ ହେବ ତାହା ଏବେ କହିହେବ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe