ଅବନ୍ତୀ ଦାସଙ୍କୁ ଟିକେଟ ମିଳିବା ପରେ ଅସନ୍ତୁଷ୍ଟ କି ରାଜୁ ଦାସ ? ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିବା ନେଇ ଚର୍ଚ୍ଚା, ଘରେ ଅନୁଗତଙ୍କ ଭିଡ଼

Advertisment
ଅବନ୍ତୀ ଦାସଙ୍କୁ ଟିକେଟ ମିଳିବା ପରେ ଅସନ୍ତୁଷ୍ଟ କି ରାଜୁ ଦାସ ? ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିବା ନେଇ ଚର୍ଚ୍ଚା, ଘରେ ଅନୁଗତଙ୍କ ଭିଡ଼

କନକ ବ୍ୟୁରୋ : ଅସନ୍ତୁଷ୍ଟ କି ଧାମନଗରର ପୂର୍ବତନ ବିଜେଡି ବିଧାୟକ ରାଜୁ ଦାସ ? ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ରାଜେନ୍ଦ୍ର ଦାସ ଫ୍ୟାନ୍ କ୍ଲବ ପକ୍ଷରୁ ଏକ ପୋଷ୍ଟ କରି କୁହାଯାଇଛି ଯେ, ଆସନ୍ତାକାଲି ରାଜୁ ଦାସ ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିବେ । ଏଥିପାଇଁ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ କୁହାଯାଇଛି ।

ଏବେ ରାଜୁ ଦାସଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁନଥିବା ବେଳେ ଅବନ୍ତୀଙ୍କୁ ଦଳ ପ୍ରାର୍ଥୀ କରିବା ପରେ ସେ ଅସଷ୍ଟୁଷ୍ଟ ଥିବା ଚର୍ଚ୍ଚା ହେଉଛି । ଗତକାଲି ସେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟିଥିଲେ । ଏହା ପରେ ଦିନ ତମାମ ରାଜୁଙ୍କୁ ମନାଇବା ପାଇଁ ଚେଷ୍ଟା କରିଥିଲା ଦଳ । ଶେଷରେ ସଂଧ୍ୟାରେ ଅବନ୍ତୀଙ୍କୁ ପ୍ରାର୍ଥୀ କରିବା ନେଇ ଘୋଷଣା କରିଥିଲା ଦଳ । ଏହା ପରେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଅବନ୍ତୀ ଓ ରାଜୁ ଗଣମାଧ୍ୟମ ସାମ୍ନାକୁ ଆସିଥିଲେ ।

ଦଳୀୟ ପ୍ରାର୍ଥୀ ଅବନ୍ତୀଙ୍କୁ ସମର୍ଥନ କରିବେ ବୋଲି ଗଣମାଧ୍ୟମ ଆଗରେ କହିଥିଲେ ପୂର୍ବତନ ବିଧାୟକ ରାଜୁ ଦାସ । ଏହା ପରେ ବିଳମ୍ବିତ ରାତିରେ ଧାମନଗର ସ୍ଥିତ ବାସଭବନରେ ସମର୍ଥକଙ୍କ ସହ ବୈଠକ କରିଥିବା ସୂଚନା ମିଳିଛି । ଏବେ ରାଜୁ ଦାସଙ୍କ ଘରେ ସମର୍ଥକଙ୍କ ଭିଡ ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe