କନକ ବ୍ୟୁରୋ : ଦୁଇଟି ସମ୍ପାଦକୀୟ ଲେଖି କଣ ଜନବିରୋଧୀ କାମ କରିଛନ୍ତି ସୌମ୍ୟ ପଟ୍ଟନାୟକ ? ଜନ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର କରାଯାଇଛି । ଜନବିରୋଧୀ କାମ ନା ଜନମାନସରେ ଉଠୁଥିବା ପ୍ରଶ୍ନକୁ ପଚାରିଛନ୍ତି ?  ଦଳରୁ ବହିଷ୍କାର ନେଇ ଜାରି ଚିଠିରେ ଦିଆଯାଇଛି ଅଜବ ଯୁକ୍ତି । ଇଓଡବ୍ଲୁ ତଦନ୍ତକୁ ଆଳ କରି କାର୍ଯ୍ୟାନୁଷ୍ଠାନ କଥା କୁହାଯାଇଛି । ପ୍ରାୟୋଜିତ ଅଭିଯୋଗ ଅଧାରରେ ହେଉଥିବା ତଦନ୍ତ ଶେଷ ହୋଇନାହିଁ ।

Advertisment

ତେବେ ଦୋଷ ପ୍ରମାଣ ହୋଇନଥିବା ବେଳେ ଏହା ଜନବିରୋଧୀ କାମ ହେଲା କେମିତି ? ଇଓଡବ୍ଲୁ ତଦନ୍ତ ସାରିବା ପୂର୍ବରୁ ସୌମ୍ୟରଞ୍ଜନଙ୍କୁ ଦୋଷୀ ସଜାଇଦେଲା ବିଜେଡି । ଚାଲିଥିବା ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବା କ’ଣ ଜନବିରୋଧୀ ? ସମ୍ପାଦକୀୟରେ ନେତା ବଡ ନା ସଚିବ ବଡ଼ ସୌମ୍ୟରଞ୍ଜନ ପ୍ରଶ୍ନ କରିଥିଲେ । ଲୋକଙ୍କ ମନର କଥାକୁ ନେଇ ପ୍ରଶ୍ନ ଉଠାଇବା କ’ଣ ଜନବିରୋଧୀ କାମ ?

ଗତ କିଛି ଦିନ ତଳେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ଉପ-ସଭାପତି ପଦରୁ ହଟାଯାଇଥିଲା । ନିଜ ସମ୍ପାଦକୀୟ ଆଲେଖ୍ୟ ମାଧ୍ୟମରେ ‘ମନ୍ତ୍ରୀ ବଡ ନା ସଚିବ ବଡ’  ନେଇ ପ୍ରଶ୍ନ ଉଠାଇବା ପରେ ତାଙ୍କ ବିରୋଧରେ ଆକ୍ରୋଶମୂଳକ ଭାବେ ଏପରି କରିଥିଲା ବିଜୁ ଜନତା ଦଳ । ଆଉ ଉପ-ସଭାପତି ପଦରୁ ହଟାଇବା ପରେ ଏବେ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଛି ।